ମାୟାନଗରୀର ଡାହା ମିଛୁଆ: ‘ହେରୋଇନ୍ ‘ ନେଉଥିବା ‘ହିରୋଇନ’ କହିଲେ ଆମେ ସିଗାରେଟ୍ ବି ନେଉନା

ମାୟାନଗରୀର ଡାହା ମିଛୁଆ: ‘ହେରୋଇନ୍ ‘ ନେଉଥିବା ‘ହିରୋଇନ’ କହିଲେ ଆମେ ସିଗାରେଟ୍ ବି ନେଉନା
ମାୟାନଗରୀର ଡାହା ମିଛୁଆ: ‘ହେରୋଇନ୍ ‘ ନେଉଥିବା ‘ହିରୋଇନ’ କହିଲେ ଆମେ ସିଗାରେଟ୍ ବି ନେଉନା

ଓଡ଼ିଆ ଗସିପ୍ ବ୍ୟୁରୋ: ମଦ କଥା ଦୂରେ ଥାଉ ସିଗାରେଟ ବି ଆମେ ଟାଣୁନି । ଆଉ କଥା ରହିଲା ଡ୍ରଗ୍ସ କଥା, ସେ ସବୁ ଆମେ ଜମା ନେଉନା । ଏମିତି କିଛି କହି ଏନସିବିକୁ ଭୂଆଁ ବୁଲାଇବାକୁ ଚେଷ୍ଟା କରୁଛନ୍ତି ବଲିଉଡ୍ ର ଚାରି ସୁନ୍ଦରୀ । ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ବା ଏନସିବି ଆଗରେ ଏଭଳି ବୟାନ ରଖିଛନ୍ତି ଅଭିନେତ୍ରୀ, ଦୀପିକା ପାଦୁକୋନ, ସାରା ଅଲି ଖାନ୍, ଶ୍ରଦ୍ଧା କପୁର ଏବଂ ରକୁଲ ପ୍ରୀତ ସିଂ ।

ମାୟାନଗରୀର ଡାହା ମିଛୁଆ: ‘ହେରୋଇନ୍ ‘ ନେଉଥିବା ‘ହିରୋଇନ’ କହିଲେ ଆମେ ସିଗାରେଟ୍ ବି ନେଉନା

ଏହି ୪ଜଣ ଅଭିନେତ୍ରୀଙ୍କୁ ଘଣ୍ଟା ଘଣ୍ଟା ଧରି ଜେରା କରିଛି ଏନସିବି । ଆଉ ଏହି ଜେରା ବେଳେ ପାରୁପର୍ଯ୍ୟନ୍ତ ମାମଲାରୁ ବଞ୍ଚିବାର ଉଦ୍ୟମ କରିଛନ୍ତି ଏହି ୪ ଜଣ ଅଭିନେତ୍ରୀ । ଏମିତି କି ଜେରା ବେଳେ ଦୀପିକା ପାଦୁକୋନ କାନ୍ଦି ପକାଇଥିଲେ ବୋଲି ସାମ୍ନାକୁ ଆସିଛି । ଆଉ ଏହାକୁ ଦେଖି ଏନସିବି ଅଧିକାରୀମାନେ ଦୀପିକାଙ୍କୁ କହିଥିଲେ, କାନ୍ଦିବା ବଦଳରେ ଯାହା ପଚରାଯାଉଛି ତାହା କହିଲେ, ଶୀଘ୍ର ଜେରା ସରିବ ।

ମାୟାନଗରୀର ଡାହା ମିଛୁଆ: ‘ହେରୋଇନ୍ ‘ ନେଉଥିବା ‘ହିରୋଇନ’ କହିଲେ ଆମେ ସିଗାରେଟ୍ ବି ନେଉନା

ବଲିଉଡର ଦୁଇ ବିବାଦୀୟ ପାର୍ଟିରେ ବଲିଉଡର ଅନେକ ଅଭିନେତା ସିଗାରେଟ୍ ଟାଣୁଥିବାର ଚିତ୍ର ସାମ୍ନାକୁ ଆସିଥିଲା । ହେଲେ ଡ୍ରଗ୍ସ ଲିଙ୍କ୍ ମାମଲାରେ ଯେତେବେଳେ ଏନସିବି ଜେରା କରୁଛି, ଦୀପିକା ପାଦୁକୋନ, ସାରା ଅଲି ଖାନ୍, ଶ୍ରଦ୍ଧା କପୁର ଏବଂ ରାକୁଲ ପ୍ରୀତ ସିଂ ସିରାଗେଟ୍ ମଧ୍ୟ ଟାଣୁନଥିବା କହିଛନ୍ତି ।

Share this story

World Odia Language Conferene