ଖୁବ ଶୀଘ୍ର ସଂକ୍ରମଣ ରୋକିବାକୁ ସିରମ୍ ଆଣିବ କରୋନା ଟିକା

ଖୁବ ଶୀଘ୍ର ସଂକ୍ରମଣ ରୋକିବାକୁ ସିରମ୍ ଆଣିବ କରୋନା ଟିକା
ଖୁବ ଶୀଘ୍ର ସଂକ୍ରମଣ ରୋକିବାକୁ ସିରମ୍ ଆଣିବ କରୋନା ଟିକା

ଓଡ଼ିଆ ଗସିପ୍ ବ୍ୟୁରୋ: କରୋନା ଡର ମଧ୍ୟରେ ଦେଶବାସୀଙ୍କ ପାଇଁ ସାମାନ୍ଯ ଆଶ୍ୱସ୍ତି ଆଣିଛନ୍ତି କେନ୍ଦ୍ର ସରକାର । ଖୁବ ଶୀଘ୍ର ଦେଶରେ ସିରମ୍ କରୋନା ଟିକା ପରୀକ୍ଷଣ ହେବ ବୋଲି ସୂଚନା ଦେଇଛନ୍ତି ICMR ଡିଜି ବଳରାମ ଭାର୍ଗବ । ସେ କହିଛନ୍ତି ଯେ, ଦେଶରେ ବର୍ତ୍ତମାନ ୩ଟି ଟିକାର ପରୀକ୍ଷଣ ଜୋରସୋରରେ ଚାଲିଛି । କାଡିଲା ଟିକାର ପ୍ରଥମ ଓ ଦ୍ୱିତୀୟ ପଯର୍ୟାୟ ପରୀକ୍ଷଣ ସରିଛି । ଏହାର ତୃତୀୟ ପଯର୍ୟାୟ ପରୀକ୍ଷଣ ଖୁବଶୀଘ୍ର ହେବ। ଭାରତ ବାୟୋଟେକରେ ପ୍ରଥମ ପଯର୍ୟାୟ ପରୀକ୍ଷଣ ସରିଛି ଏବଂ ଖୁବ ଶୀଘ୍ର ଦ୍ୱିତୀୟ ପଯର୍ୟାୟ ପରୀକ୍ଷଣ ହେବ । ସିରମ୍ ଇନ୍ଷ୍ଟିଚୁ୍ଯଟ ଦ୍ୱାରା ଅକ୍ସଫୋର୍ଡ ଟିକାର ତୃତୀୟ ପଯର୍ୟାୟ ପରୀକ୍ଷଣ ଚାଲିଛି । ପ୍ରଥମ ଦଫାରେ ଶହେ ଜଣଙ୍କୁ ଟିକା ଦିଆଯାଇଛି । ଖୁବ ଶୀଘ୍ର ଏହାର ଦ୍ୱିତୀୟ ଦଫାରେ ୧୫ ଶହ ଲୋକଙ୍କ ଶରୀରରେ ଏହା ପ୍ରୟୋଗ କରାଯିବ ବୋଲି କୁହାଯାଇଛି ।

ରୁଷରୁ ସ୍ପୁଟନିକ ଟିକା ଆଣିବାକୁ ମଧ୍ୟ ଭାରତ ସରକାର ଯୋଜନା କରିଥିବା ସୂଚନା ଦେଇଛନ୍ତି ଆଇସିଏମ୍ଆର ଡିଜି । ରୁଷରେ ଯେଉଁ ବ୍ଯକ୍ତିଙ୍କ ଶରୀରରେ ଏହି ଟିକା ଦିଆଯାଇଥିଲା, ସେମାନେ ସୁସ୍ଥ ଅଛନ୍ତି । ସ୍ପୁଟ୍ନିକ୍-ଭି ର ତୃତୀୟ ପଯର୍ୟାୟ ପରୀକ୍ଷଣ ପରେ ଟିକା କିଣିବା ନେଇ ଆଲୋନଚା ହେବ ବୋଲି କହିଛନ୍ତି ଭାର୍ଗବ । ଜଣେ ବ୍ଯକ୍ତିକୁ ଦୁଇ ଥର କରୋନା ହେବାର ଆଶଙ୍କକୁ ଖଣ୍ଡନ କରି ICMR ଡିଜି କହିଛନ୍ତି, ଏପରି ସମ୍ଭାବନା କମ୍ ।

ଏଠାରେ ସୂଚନା ଥାଉ କି, ଭାରତରେ ୪୯ ଲକ୍ଷ ଟପିସାରିଛି କରୋନା ଆକ୍ରାନ୍ତଙ୍କ ସଂଖ୍ଯା। ଏଥିସହ ଦେଶରେ ମୋଟ ମୃତ୍ଯୁ ସଂଖ୍ଯା ୮୦ ହଜାର ଟପିଛି। ଏଯାଏ ଦେଶରେ ୮୦ ହଜାର ୭୭୬ ଜଣଙ୍କର ମୃତ୍ଯୁ ଘଟିଛି। ବର୍ତ୍ତମାନ ୯ ଲକ୍ଷ ୯୦ ହଜାର ୬୧ ଆକ୍ଟିଭ କେସ୍ ଥିବା ବେଳେ କରୋନାରୁ ଏଯାଏ ସୁସ୍ଥ ହେଲେଣି ୩୮ ଲକ୍ଷ ୫୯ ହଜାର ୪ ଶହ ଜଣ।

Share this story

World Odia Language Conferene