ଦେଖନ୍ତୁ ଛାତି ଥର ଭିଡ଼ିଓ: ମହାରାଷ୍ଟ୍ର ରାଇଗଡ଼ ଜିଲ୍ଲାରେ ପିଟି ହେଲା ବାତ୍ୟା ନିସର୍ଗ, 3 ଘଣ୍ଟା ଗରଯିବ

ଦେଖନ୍ତୁ ଛାତି ଥର ଭିଡ଼ିଓ: ମହାରାଷ୍ଟ୍ର ରାଇଗଡ଼ ଜିଲ୍ଲାରେ ପିଟି ହେଲା ବାତ୍ୟା ନିସର୍ଗ, 3 ଘଣ୍ଟା ଗରଯିବ
ଦେଖନ୍ତୁ ଛାତି ଥର ଭିଡ଼ିଓ: ମହାରାଷ୍ଟ୍ର ରାଇଗଡ଼ ଜିଲ୍ଲାରେ ପିଟି ହେଲା ବାତ୍ୟା ନିସର୍ଗ, 3 ଘଣ୍ଟା ଗରଯିବ

ଓଡ଼ିଆ ଗସିପ ବ୍ୟୁରୋ: ମହାରାଷ୍ଟ୍ର ରାଇଗଡ଼ ଜିଲ୍ଲାରେ ପିଟି ହୋଇଛି ବାତ୍ୟା ନିସର୍ଗ । ଆଲିବାଗ ଏବଂ ମହାରାଷ୍ଟ୍ରର ଉପକୂଳବର୍ତି ଅଂଚଳ ଗୁଡିକରେ ଗରଜିଛି ବାତ୍ୟା ନିସର୍ଗ । ଲାଣ୍ଡଫଲ୍ କରିବା ପରେ ମହାରାଷ୍ଟ୍ର ଓ ଗୁଜରାଟର ଉପକୂଳ ଅଞ୍ଚଳରେ ଜୋର୍ ବର୍ଷା ପବନ ହେଉଛି ।

ଏହି ବାତ୍ୟା ଆହୁରି 3 ଘଣ୍ଟା ଯାଏଁ ନିଜର ପ୍ରଭାବ ବିସ୍ତାର କରିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ବାତ୍ୟା ସ୍ଥଳଭାଗ ଛୁଇଁବା ସମୟରେ ମୁମ୍ବାଇ ସହ ଥାଣେ, ପଲଘର ଓ ରାଇଗଡ ଜିଲ୍ଲାରେ ଘଣ୍ଟାପ୍ରତି ୧୧୦ରୁ ୧୨୦ କିମି ବେଗରେ ପବନ ବହିବାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି । ନଭସାରୀ, ଡାଙ୍ଗ, ଦମନ, ଦାଦରା ଓ ନଗର ହାଭେଲି ଏବଂ ସୁରତ ଆଦି ଜିଲ୍ଲାରେ ୧୦୦ରୁ ଅଧିକ କିଲୋମିଟର ବେଗରେ ପବନ ସହ ପ୍ରବଳ ବର୍ଷାର ଜାରି ରହିଛି ।

ଏହି ସମୟରେ ସମୁଦ୍ରରେ ୨ ମିଟର ଉଚ୍ଚ ଜୁଆର ଉଠିବା ସହ ପ୍ରବଳ ବର୍ଷାର ଜାରି ରହିଛି । ଉତ୍ତର ମହାରାଷ୍ଟ୍ର ଭଳି ଦକ୍ଷିଣ ଗୁଜରାଟ ଉପକୂଳରେ ବି ବାତ୍ୟାର ପ୍ରଭାବ ରହିଛି । କିଛି ଭିଡ଼ିଓ ରହିଛି ଯାହା ଆପଣ ଦେଖିଲେ ଚକିତ ହୋଇଯିବେ ନିଶ୍ଚିନ୍ତ ।

Share this story

World Odia Language Conferene