ଯୁବକଙ୍କୁ ରାଜରାସ୍ତାରେ ଗୋଡେଇ ଗୋଡେଇ ହାଣିଲେ ଦୁର୍ବୃତ୍ତ, ସିଆରପି ଛକ ରକ୍ତ ରଞ୍ଜିତ

ଯୁବକଙ୍କୁ ରାଜରାସ୍ତାରେ ଗୋଡେଇ ଗୋଡେଇ ହାଣିଲେ ଦୁର୍ବୃତ୍ତ, ସିଆରପି ଛକ ରକ୍ତ ରଞ୍ଜିତ

ଓଡ଼ିଆ ଗସିପ ବ୍ୟୁରୋ: ରାଜଧାନୀର ଛାତି ଉପରେ ଚାଞ୍ଚଲ୍ୟ । ବିଚ୍ ରାସ୍ତାରେ ଦିବାଲୋକରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ । ଯୁବକ ଜଣଙ୍କୁ ହସ୍ପିଟାଲ୍‌ ନିଆଯିବା ପରେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

ଭୁବନେଶ୍ୱର ସିଆରପି ଛକଠାରେ ଘଟିଛି ଏମିତି ଏକ ଜଘନ୍ୟ ଘଟଣା ଯାହା ପୁରା ଇଲାକାରେ ଆତଙ୍କ ସୃଷ୍ଟି କରିଛି । ଦିନ ଦ୍ୱିପ୍ରହରରେ ୨ ଜଣ ଦୁର୍ବୃତ୍ତ ଯୁବକଙ୍କୁ ଗୋଡାଇ ଗୋଡାଇ ହାଣିବା ପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।

ଯୁବକ ଜଣକ ଜଣେ ଗାଡ଼ି ଚାଳକ ହୋଇଥିବା ସୂଚନା ରହିଛି । ଯୁବକଙ୍କୁ ଦୁର୍ବୃତ୍ତ କାହିଁକି ହାଣିଲେ କାରଣ ଏଯାବତ୍‌ ଅସ୍ପଷ୍ଟ ।ପ୍ରତ୍ୟେକ୍ଷଦର୍ଶୀଙ୍କ କହିବାନୁସାରେ, ଗଣ୍ଡଗୋଳରେ ସମ୍ପୃକ୍ତ ତିନି ଜଣ ଯୁବକଙ୍କ ଘର ସାଲିଆସାହି ।

ଦୀର୍ଘଦିନ ଧରି ସେମାନଙ୍କ ମଧ୍ୟରେ ପାରିବାରିକ କଳହ ଲାଗି ରହିଥିଲା । ଆଉ ଆଜି ସୁଯୋଗ ପାଇ ଜଟିଆ ନାମକ ଯୁବକଙ୍କୁ ଆକ୍ରମଣ କରିଥିଲେ ଅନ୍ୟ ଦୁଇ ଜଣ ଯୁବକ । ସେମାନେ ଯୁବକଙ୍କୁ କୌଣସି ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିବା ସୂଚନା ରହିଛି ।

ଯୁବକ ଜଣଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ରାଜଧାନୀରେ ଦିନ ଦ୍ବିପ୍ରହରରେ ଏଭଳି ଘଟଣା ଲୋକଙ୍କୁ ଆତଙ୍କିତ କରିଛି ଏବଂ ପୋଲିସ ପାଟ୍ରୋଲିଂ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Share this story