ଖାଇବାକୁ ଟଙ୍କା ମାଗିବାରୁ ମହିଳାଙ୍କୁ ଟେକି ନେଇ ଗଣଦୁଷ୍କର୍ମ କଲେ ଆମ୍ବୁଲାନ୍ସ ଡ୍ରାଇଭର

gangrape

ଓଡ଼ିଆ ଗସିପ ବ୍ୟୁରୋ: ସେବା ନାଁ ରେ କଳଙ୍କ । ହଁ ଆଜ୍ଞା ଜଣେ ଅସହାୟ ମହିଳାଙ୍କୁ ସେବା ଯୋଗାଇଦେବାକୁ କହି ତାଙ୍କ ସହ ଗଣ ଦୁଷ୍କର୍ମ କରିଛନ୍ତି ଦୁଇ ଆମ୍ବୁଲାନ୍ସ ଡ୍ରାଇଭର । ଘଟଣା ଟି ଘଟିଛି ରାଜସ୍ଥାନର ଜୟପୁର ସହରରେ । ଜୟପୁରର ଏକ ଗଳିରେ ଟଙ୍କା ମାଗୁଥିବା ଜଣେ ମହିଳାଙ୍କୁ ଦୁଇ ଆମ୍ବୁଲାନ୍ସ ଡ୍ରାଇଭର ଦୁଷ୍କର୍ମ କରିଛନ୍ତି ।

ହେଲେ କୌଣସି ମତେ ପୀଡିତା ଥାନାରେ ଅଭିଯୋଗ କରିବା ପରେ ପୋଲିସ ଦୁଇ ଡ୍ରାଇଭରଙ୍କୁ ଗିରଫ କରିଥିବା ସୂଚନା ମିଳିଛି । ଏହି ଘଟଣା ସୋମବାର ସନ୍ଧ୍ୟାରେ ଘଟିଛି । ଏଥିସହ ମହିଳାଙ୍କ ଅଭିଯୋଗକ୍ରମେ ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି ପଚରାଉଚରା ଜାରି ରଖିଛି । ଉଭୟ ଜୟପୁରର ଡୁଙ୍ଗରି ଷ୍ଟେସନ ଅଞ୍ଚଳର ।

ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ମହିଳା ଜଣକ ଗାନ୍ଧୀ ସର୍କଲରେ କିଛି ଖାଇବା ପାଇଁ ଏହି ଦୁଇ ଯୁବକଙ୍କୁ କିଛି ଟଙ୍କା ଦେବାକୁ ଗୁହାରି କରିଥିଲେ । ଏହା ପରେ ଦୁଇ ଅଭିଯୁକ୍ତ ଭୋଜନ ଦେବା ସହ ମହିଳାଙ୍କୁ ଘରେ ଛାଡି ଦେବାକୁ କହି ଆମ୍ବୁଲାନ୍ସରେ ବସାଇଥିଲେ ।

କିଛି ବାଟ ଗଲା ପରେ ଡ୍ରାଇଭର ନିଜର ଆଉ ଜଣେ ଆମ୍ବୁଲାନ୍ସ ଡ୍ରାଇଭର ସାଙ୍ଗକୁ ଆମ୍ବୁଲାନ୍ସରେ ବସାଇଥିଲା । ଏହା ପରେ ସେମାନେ ମହିଳା ଜଣଙ୍କୁ ଝଲନ ଅଞ୍ଚଳକୁ ନେଇ ଯାଇଥିଲେ ।

ମହିଳାଙ୍କ ଅଭିଯୋଗ ଅନୁଯାୟୀ, ସେମାନେ ମୋ ସହ ଦୁର୍ବ୍ୟବହାର କରିବା ସହ ଗଣଦୁଷ୍କର୍ମ କରିଥିଲେ । ଏହା ପରେ ସେମାନେ ତାଙ୍କୁ ଏକ ଗଳିରେ ଛାଡି ଫେରାର ହୋଇ ଯାଇଥିଲେ । କୌଣସି ପ୍ରକାରେ ଚେଷ୍ଟା କରି ମହିଳା ଥାନାକୁ ଆସି ଘଟଣା ବିଷୟରେ ପୋଲିସ ଅଧିକାରୀଙ୍କୁ କହିଥିଲେ ।

ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଉକ୍ତ ଘରୋଇ ଆମ୍ବୁଲାନ୍ସକୁ ଖୋଜିଥିଲେ । ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି ପୋଲିସ ଥାନାକୁ ଆଣିଛି । ପରେ ପୀଡିତା ସେମାନଙ୍କୁ ଚିହ୍ନିବା ସହ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

Share this story