ଓଡ଼ିଆ ବୈଜ୍ଞାନିକଙ୍କୁ କିଏ କାହିଁକି ଦେଲା ବିଷ?

ଓଡ଼ିଆ ଗସିପ୍ ବ୍ୟୁରୋ: ଇସ୍ରୋର ସିନିୟର ଆଡଭାଇଜର ବୈଜ୍ଞାନିକ ତପନ ମିଶ୍ରଙ୍କୁ ବିଷ ଦେଇ ହତ୍ୟା ଉଦ୍ୟମ । ହଁ ଏମିତି ଏକ ବଡ଼ ଖବର ଆଜି ଭୋରରୁ ହିଁ ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଛି । ତପନ ମିଶ୍ରଙ୍କ ଅଭିଯୋଗ ଅନୁଯାୟୀ, ୩ ବର୍ଷ ତଳେ ତାଙ୍କୁ ବିଷ ଦେଇ ମାରିଦେବାକୁ ଉଦ୍ୟମ ହୋଇଥିଲା ।
୨୦୧୭ ମେ’ ୨୩ ତାରିଖରେ ବିଷ ଦେଇ ହତ୍ୟା ଉଦ୍ୟମ ହୋଇଥିଲା । ବେଙ୍ଗାଲୁରୁ ମୁଖ୍ୟାଳୟରେ ପ୍ରମୋସନ ସାକ୍ଷାତକାର ବେଳେ ଏହି ଘଟଣା ଘଟିଥିଲା ।
Long Kept Secret We, in ISRO, occasionally heard about highly suspicious death of Prof. Vikram Sarabhai in 1971. Also...
Tapan Misra ଙ୍କ ଦ୍ୱାରା ଏହି ତାରିଖରେ ପୋଷ୍ଟ୍ ହୋଇଛି ମଙ୍ଗଳବାର, ଜାନୁଆରୀ 5, 2021
ସେ ଆହୁରି ଅଭିଯୋଗ ଆଣିଛନ୍ତି, ଦୋସା ଓ ଚଟଣିରେ ବିଷ ଦେଇ ମାରିଦେବାକୁ ଉଦ୍ୟମ ହୋଇଥିଲା । Arsenic trioxide ମିଶାଇ ଖାଇବାକୁ ଦିଆଯାଇଥିଲା। ଏହାପରେ ଶ୍ୱାସକ୍ରିୟା, ଚର୍ମ, ଫଙ୍ଗାଲ ଇନ୍ଫେକସନ ହୋଇଥିଲା ।
ଏହି ଘଟଣାକୁ ନେଇ ଦିଲ୍ଲୀ ଏମ୍ସର ମେଡିକାଲ ରିପୋର୍ଟ ମଧ୍ୟ ଦର୍ଶାଇଛନ୍ତି ତପନ । ଗୁରୁତ୍ୱପୂର୍ଣ୍ଣ ପଦବୀରୁ ହଟାଇ ଦେବା ପାଇଁ ଏପରି ଷଡ଼ଯନ୍ତ୍ର ହୋଇଥିଲା ବୋଲି ସେ ଅଭିଯୋଗ ଆଣିଛନ୍ତି ।