ମହିଳାଙ୍କ ଗାଧୁଆ ଗରେ ଲାଗିଥିଲା ସିକ୍ରେଟ କ୍ୟାମେରା, ପୋଲ୍ ଖୋଲିଲା, ସାମ୍ନାକୁ ଆସିଲା ସ୍ୱାମୀର ହରକତ

I don't want footage of me getting dressed or going to the bathroom etc., in his possession.
ସେ ନିଜ ଶରୀରରେ କ୍ରିମ୍ ଲଗାଉଥିଲେ, ଠିକ୍ ସେତିକି ବେଳେ.....
ଓଡ଼ିଆ ଗସିପ୍ ବ୍ୟୁରୋ: ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ସବୁ ବେଳେ କିଛି ନା କିଛି ହରକତର ଭିଡିଓ ସାମ୍ନାକୁ ଆସିଥାଏ । ଜଣେ ମହିଳା ନିଜ ନିଜ ତିକ୍ତ ଅନୁଭୂତିକୁ ନେଇ ଏମିତି କିଛି ଖୁଲାସା କରିଛନ୍ତି ଯାହାକୁ ଶୁଣିଲେ ଜାଣିଲେ ଆପଣ ଚକିତ ହୋଇଯିବେ । ସଂପୃକ୍ତ ମହିଳାଙ୍କ ନିଜ ସ୍ବାମୀଙ୍କ ସହ ବଡ଼ ଝଗଡ଼ା ହୋଇଗଲା  । ଏଥିରେ ବ୍ୟତିବ୍ୟସ୍ତ ହୋଇ ସ୍ୱାମୀ ଜଣଙ୍କ ଅନେକ ଉପାୟ ଅବଲମ୍ବନ କଲେ । ଟେନସନରେ ଆସି ସେ ବାଥରୁମରେ କ୍ୟାମେରା ଫିଟ୍ କରିଦେଲେ ।  

ନ୍ୟୁଜ ଏଜେନ୍ସି ଦ ସନ୍ ରେ ଏକ ରିପୋର୍ଟ ଅନୁସାରେ ମହିଳାଙ୍କ ପରିଚୟ ଗୋପନ ରଖାଯାଇଛି । ମହିଳାଙ୍କ କହିବା କଥା ତାଙ୍କ ସ୍ୱାମୀ ହିଁ ଏମିତି କିଛି ହରକତ କରିଛନ୍ତି । ଏହା ସବୁ ସେତେବେଳେ ହେଲା ଯେବେ ସ୍ୱାମୀଙ୍କ ସହ ତାଙ୍କ ଜୋରସେ ଝଗଡ଼ା ହୋଇଗଲା । ମହିଳା ଜଣଙ୍କ ଘରର ଦ୍ୱିତୀୟ ମହଲାରେ ତିଆରି ହୋଇଥିବା ବାଥରୁମ୍ ୟୁଜ୍ କରିବାକୁ ଲାଗିଲେ । ସେଥିରେ ସେ ନିଜ ଶରୀରରେ କ୍ରିମ୍ ଲଗାଉଥିଲେ । ଠିକ୍ ସେତିକି ବେଳେ ତାଙ୍କ ନଜର ଏକ ଲାଲ୍ ରଙ୍ଗ ଉପରେ ପଡ଼ିଲା ।

ଏହାର କିଛି ସମୟ ପରେ ହିଁ ମହିଳା ଜଣଙ୍କ ସବୁ କିଛି ବୁଝିପାରିଲେ । ମହିଳା ଜଣଙ୍କ ଯେବେ ଏହାର ନିକଟକୁ ଯାଇ ଦେଖନ୍ତୁ ତ ବାଥରୁମରେ କେଉଁ ଏକ କୋଣରେ ସିକ୍ରେଟ କ୍ୟାମେରା ଲାଗିଛି । ଯାହାକୁ ଦେଖିବା ପରେ ସେ ହଇରାଣରେ ପଡ଼ିଗଲେ ।

କ୍ୟାମେରାରେ ସବୁ କିଛି ଯେ, ରେକର୍ଡ ହୋଇସାରିଛି ସେ ସବୁ ବୁଝିସାରିଥିଲେ । ମହିଳା ଜଣଙ୍କ ଏହି ପ୍ରସଙ୍ଗରେ ନିଜ ସ୍ୱାମୀଙ୍କ ସହ ଆଲୋଚନା କଲେ, ସ୍ୱାମୀ କିନ୍ତୁ ସ୍ତ୍ରୀଙ୍କ କଥାକୁ ଅଣଦେଖା କରି ଚାଲିଲେ ।

ଏହା ପରେ ମହିଳା ଜଣଙ୍କ ନିଷ୍ପତ୍ତି ନେଲେ ଯେ, ନିଜ ଉପରକୁ ଆସିଥିବା ସମସ୍ଯାକୁ ସେ ସମସ୍ତଙ୍କ ସାମ୍ନାକୁ ଆଣିବେ । ମହିଳାଙ୍କ ଦୁଇଟି ଛୋଟ ଛୋଟ ଛୁଆ ରହିଛି, ସେମାନଙ୍କ ବୟସ ଯଥାକ୍ରମେ ୫ ବର୍ଷ ଓ ୨ ବର୍ଷ ।

ସଂପୃକ୍ତ ମହିଳାଙ୍କର ଜମାରୁ ବିଶ୍ୱାସ ନଥିଲା ଯେ, ତାଙ୍କ ସ୍ବାମୀ ହିଁ ଏମିତି କିଛି ହରକତ କରିଥିଲେ । ମହିଳା ଜଣଙ୍କ କୁହନ୍ତି ଯେ, ଓ୍ୱାର୍କ ଫ୍ରମ୍ ହୋମ୍ କାରଣରୁ ତାଙ୍କ ପତି ଢେର୍ ସମୟ ଯାଏ ଘରୁ ହିଁ କାମ କରିବାକୁ ଲାଗନ୍ତି ଯେବେକି ସେ ନିଜେ ଜଣେ ହାଉସ ଓ୍ୱାଇଫ୍ ।

Share this story