ପରୀକ୍ଷା ଦେବାକୁ ଯାଉଥିଲେ ବିଦ୍ୟାର୍ଥୀ, ବାଟରେ ଯମ ସହ ଦେଖା ହେଲା, ଗାଡ଼ି ନେଇଗଲେ ଜୀବନ କିନ୍ତୁ ଫେରାଇଦେଲେ ...

ପରୀକ୍ଷା ଦେବାକୁ ଯାଉଥିଲେ ବିଦ୍ୟାର୍ଥୀ, ବାଟରେ ଯମ ସହ ଦେଖା ହେଲା, ଗାଡ଼ି ନେଇଗଲେ ଜୀବନ କିନ୍ତୁ ଫେରାଇଦେଲେ ...

ଓଡ଼ିଆ ଗସିପ୍ ବ୍ୟୁରୋ: ମୃତ୍ୟୁ ମୁଖରୁ ରକ୍ଷା ପାଇଲେ ଛାତ୍ର ପରୀକ୍ଷା ଦେବାକୁ ଯାଉଥିବା ଜଣେ ବାଇକ ଆରୋହୀ ଛାତ୍ରଙ୍କୁ ପଛପଟେ ଏକ ଟ୍ରକ ଧକ୍କା ଦେଲା । ସୌଭାଗ୍ୟ ବଶତଃ ପରୀକ୍ଷା ଦେବାକୁ ଯାଉଥିବା ଛାତ୍ରଙ୍କ ଜୀବନ ବଞ୍ଚିଗଲା ସିନା ହେଲେ ବାଇକଟି ଟ୍ରକ ଚକା ଚଳେ ପଶି ପୁରା ଚୁନା ଚୁନା ହୋଇଗଲା । ଯାହାର ଭିଡିଓ ମଧ୍ୟ ଆପଣ ଏହି ଫେସବୁକ୍ ଲିଙ୍କ୍ ରେ ଦେଖିବାକୁ ପାଇପାରିବେ ।

ମୃତ୍ୟୁ ମୁଖ ରୁ ରକ୍ଷା ପାଇଲେ ଛାତ୍ର, ପରୀକ୍ଷା ଦେବାପାଇଁ ଯାଉଥିଲେ ଚିତ୍ରଡା, ତାଙ୍କ ବାଇକ ଟି ଟ୍ରକ ଚକା ତଳେ, ସେ ଚକା ତଳୁ ବାହାରି ଆସିଲେ, ଠାକୁର ତାଙ୍କୁ ରକ୍ଷା କରିଦେଲେ (ତାଙ୍କ ଘର ବାଙ୍ଗରିପୋଷୀ ବ୍ଲକ କୁସୁମବନ୍ଧ )

Posted by Pradipta Hota on Monday, April 12, 2021

ସତରେ ବନ୍ଧୁ, କଥାରେ ଅଛି ରଖେ ହରି ତ ମାରେ କିଏ । ସତରେ ଯାହାକୁ ଦଇବ ସାହା ତାକୁ ମୃତ୍ୟୁ ବା କଣ କରିପାରିବ । ଜଣେ ଯୁବକ ନିଶ୍ଚିତ ମୃତ୍ୟୁ ମୁଖରୁ ଜୀବନ ଫେରିପାଇବା କରୋନା ଓ କଳିଯୁଗରେ କୌଣସି ଚମତ୍କାର ଠାରୁ କଣ କମ କି? ପଢ଼ନ୍ତୁ ପୁରା ଖବର...

ମୟୂରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷି ଥାନା ଅନ୍ତର୍ଗତ କୁସୁମବନ୍ଧ ଗ୍ରାମରେ ଦେଖିବାକୁ ମିଳିଛି ଏକ ଚମତ୍କାର।  ଡମାନ ମହାଲି (୨୨) ନାମକ ଜଣେ ଛାତ୍ର ଡିପ୍ଲୋମା ପରୀକ୍ଷା ଦେବା ପାଇଁ ଏକ ମୋଟର ସାଇକେଲରେ ଚିତ୍ରଡ଼ା ଯାଉଥିବା ବାଟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। କଳାବାଡିଆ ଏନଏଚ ୧୮  ଛକଠାରେ ରାସ୍ତାର ଉଭୟ ପଟୁ ଗାଡ଼ି ଦେଖି ପାର୍‌ ହେଉଥିବା ବେଳେ ଏକ ସିମେଣ୍ଟ ବୌଝେଇ ଟ୍ରକ୍‌ ତାଙ୍କ ବାଇକ୍‌କୁ ପଛରୁ ଧକ୍କା ଦେଇଥିଲା।

ଟ୍ରକ୍‌ର ମଝି ଚକରେ ଗାଡ଼ି ସହିତ ଛାତ୍ର ଫସିଯାଇ କିଛି ବାଟ ଘୋଷାରି ହୋଇ ଯାଇଥିଲେ। ସୌଭାଗ୍ୟବଶତଃ ଟ୍ରକ୍‌ ତଳୁ ଛାତ୍ର ଜଣକ ଖସି ଆସି ନିଶ୍ଚିତ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଛନ୍ତି। ଏହି ଦୁର୍ଘଟଣାରେ ବାଇକ୍‌ଟି ପୂରାପୂରି ଭାଙ୍ଗିରୁଜି ଚୁର୍‌ମାର ହୋଇ ଯାଇଥିବା ସୂଚନା ରହିଛି।

ଉପସ୍ଥିତ ଥିବା ସ୍ଥାନୀୟ ଲୋକେ ଏହି ଦୁର୍ଘଟଣାକୁ ନିଜ ଆଖିରେ ଦେଖିବା ପରେ ରଖେ ହରି ମାରେ କିଏବୋଲି ଚର୍ଚ୍ଚା ଜୋର୍‌ ଧରିଥିଲା। ଘଟଣାସ୍ଥଳରେ ବାଙ୍ଗିରିପୋଷି ପୁଲିସ ପହଞ୍ଚି ଟ୍ରକ୍‌ ଓ ମୋଟରସାଇକେଲକୁ ଜବତ କରି ତଦନ୍ତ କରୁଛି। ଛାତ୍ର ଜଣକ ସୁସ୍ଥ ଥିବାରୁ ଏକ ଟ୍ରେକର ଯୋଗେ ପରୀକ୍ଷା ଦେବା ପାଇଁ ଚିତ୍ରଡ଼ା  ଯାଇଥିଲେ ବୋଲି ଜାଣିବାକୁ ମିଳିଛି।

Share this story