ଛାତ୍ରୀଙ୍କ ସହ ଦୁଷ୍କର୍ମ ଅଭିଯୋଗରେ ବନ୍ଧା ହେଲେ ପ୍ରଧାନ ଶିକ୍ଷକ

crime2

ଓଡ଼ିଆ ଗସିପ୍ ବ୍ୟୁରୋ: ଗୁରୁ ଶିଷ୍ୟ ସମ୍ପର୍କ ହେଲା କଳୁଷିତ । ଛାତ୍ରୀଙ୍କ ସହ ଦୁଷ୍କର୍ମ ଅଭିଯୋଗରେ ବନ୍ଧା ହେଲେ ପ୍ରଧାନ ଶିକ୍ଷକ । କଟକ ଚୌଦ୍ବାର ଥାନା ଅଞ୍ଚଳରେ ଘଟିଛି ଏଭଳି ଏକ ଘଟଣା ।

ଗିରଫ ଅଭିଯୁକ୍ତ ତ୍ରୈଲକ୍ୟ ନାଥ ସାହୁ ସ୍ଥାନୀୟ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଭାବରେ କାର୍ଯ୍ୟ କରୁଥିଲେ । ନାବାଳିକା ଛାତ୍ରୀଙ୍କୁ ଆଇରନ ବଟିକା ଦେବା ଆଳରେ ପ୍ରଧାନ ଶିକ୍ଷକ ତାଙ୍କୁ ସ୍କୁଲକୁ ଡକାଇଥିଲେ ।

ଏହାପରେ ପିଡ଼ିତା ଛାତ୍ରୀ ଜଣକ ଘଟଣା ସମ୍ପର୍କରେ ଅଭିଭାବକଙ୍କୁ ଜଣାଇଥିଲେ । ଝିଅ ସହ ଏଭଳି ଏକ ଅନୈତିକ କାର୍ଯ୍ୟ ହୋଇଥିବା ନେଇ ଅବିଭାବକ ଚୌଦ୍ୱାର ଥାନାରେ ଏତଲା ଦେଇଥିଲେ ।

ଏନେଇ ସଙ୍ଗୀନ ଅଭିଯୋଗ ପାଇବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା ।ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ତେବେ ଏହି ଘଟଣାର ଅଧିକ ତଦନ୍ତ ଜାରି ରହିଛି । ତଦନ୍ତ ପରେ ପିଡି଼ତାଙ୍କ ନ୍ୟାୟ ମିଳିବ ।

Share this story