ମକର ବୁଡ଼ ପକାଇବାକୁ ଯାଇଥିବା ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ
Thu, 23 Sep 2021

ଓଡ଼ିଆ ଗସିପ ବ୍ୟୁରୋ: ମକର ବୁଡ଼ ପକାଇବାକୁ ଯାଇଥିବା ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ। ଘଟଣାଟି ମୟୂରଭଞ୍ଜ ବାରିପଦାରେ ଘଟିଛି।
ତେବେ ଘଟଣା ସମ୍ପର୍କରେ ଟାଉନ ଥାନାରେ ଏତଲା ପରେ ୨ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିବା ନେଇ ମଧ୍ୟ ସୂଚନା ରହିଛି। ଆଜି ମକର ବୁଡ ପକାଇବାକୁ ଭୋର ସମୟରୁ ଘରୁ ବାହାରିଥିଲେ ଗଣଦୁଷ୍କର୍ମର ଶିକାର ହୋଇଥିବା ସମ୍ପୃକ୍ତ ଯୁବତୀ।
ଏକୁଟିଆ ଯିବା ସମୟରେ ହିଁ ସେହି ସାହିର ୨ ଯୁବକ ଉଠାଇ ନେଇଥିବା ନେଇ ଏପରି ଜଘନ୍ୟକାଣ୍ଡ ଘଟାଇଛନ୍ତି।
ଘଟଣା ସମ୍ପର୍କରେ ଜଣାପଡିବା ପରେ ସ୍ଥାନୀୟ ଅଞ୍ଚଳରେ ବେଶ ଚର୍ଚ୍ଚା ଚାଲିଛି। ତେବେ ରାଜ୍ୟରେ କ୍ରମାଗତ ଭାବରେ ବଢ଼ିଚାଲିଛି ଗଣଦୁଷ୍କର୍ମ ମାମଲା।