ବାହା ହେବାକୁ ଯିଦ କରିବାରୁ ପ୍ରେମିକାକୁ ମାରି ପୋତିଦେଲେ ଡାକ୍ତର, ପ୍ରମାଣ ନଷ୍ଟ ପାଇଁ କୁକୁର ସହ ବି କିଛି ଏପରି କଲେ...

ଓଡ଼ିଆ ଗସିପ ବ୍ୟୁରୋ: ଡାକ୍ତରଙ୍କୁ ଜୀବନ ଦାତା କୁହା ଯାଇଥାଏ । ହେଲେ ମଧ୍ୟ ପ୍ରଦେଶର ଜଣେ ଡାକ୍ତର ଏମିତି କାଣ୍ଡ ଘଟାଇଛନ୍ତି ଯାହା କେହି ସ୍ବପ୍ନରେ ବି କଳ୍ପନା କରି ନପାରେ । ମଧ୍ୟ ପ୍ରଦେଶର ସତନାରୁ ଏକ ଲୋମହର୍ଷଣକାରୀ ଘଟଣା ସାମନାକୁ ଆସିଛି । ଏଠାରେ ଜଣେ ଡେଣ୍ଟିଷ୍ଟ ନିଜର ଅବୈଧ ସମ୍ୱନ୍ଧକୁ ଲୁଚାଇବା ପାଇଁ ପ୍ରେମିକାକୁ ବିଭତ୍ସ ଭାବରେ ହତ୍ୟା କରିଛନ୍ତି ।
ଏହି ଯୁବତୀ ଜଣଙ୍କ ଉକ୍ତ ଦେଣ୍ଟାଲ ସର୍ଜନଙ୍କ ପାଖରେ ଆସିଷ୍ଟାଣ୍ଟ ଭାବେ କାମ କରୁଥିଲେ ଏବଂ ପୁଲିସ୍ କହିବା ମୁତାବକ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ୱନ୍ଧ ଥିଲା । ହତ୍ୟା କରିବା ପରେ ଯୁବତୀଙ୍କ ଶବକୁ ଡେଣ୍ଟିଷ୍ଟ ନିଜର କ୍ଲିନିକ୍ର ଅଗଣାରେ ଶ୍ରମିକଙ୍କୁ ଡାକି ଗାତ ଖୋଳି ପୋତି ଦେଇଥିଲେ । ଡାକ୍ତର ଏତେ ଚତୁର ଥିଲା କି ପ୍ରମାଣ ନଷ୍ଟ କରିବା ପାଇଁ ସେ ସେହି ଗାତରେ ଗୋଟିଏ ମରିଯାଇଥିବା କୁକୁରକୁ ବି ପକାଇ ଦେଇଥିଲା ।
ମୃତକ ଆସିଷ୍ଟାଣ୍ଟଙ୍କର ମାଆ ଫେବ୍ରୁଆରୀ ୧ରେ ନିଜର ୨୩ ବର୍ଷିୟା ଝିଅ ଭାନୁ କେୱଟଙ୍କର ନିଖୋଜ ହେବା ନେଇ ପୁଲିସ୍ରେ ଏତଲା ଦେଇଥିଲେ । ତଦନ୍ତ ସମୟରେ ଅଭିଯୁକ୍ତ ଡେଣ୍ଟିଷ୍ଟ ଅନେକ ଦିନଯାଏ ପୁଲିସ୍କୁ ଚକମା ଦେଉଥିଲେ, ହେଲେ ଶେଷରେ ପୁଲିସ୍ ସାମ୍ନାରେ ହାରି ଯାଇ ତାଙ୍କର ଦୋଷ ମାନିଥିଲା ।
ଅଭିଯୁକ୍ତ ଡେଣ୍ଟିଷ୍ଟ କହିଥିଲେ କି, ଯୁବତୀ ଜଣଙ୍କ ତାଙ୍କୁ ବିବାହ ପାଇଁ ବାଧ୍ୟ କରୁଥିଲେ, ଏଥିରୁ ମୁକ୍ତି ପାଇବା ପାଇଁ ସେ ତାଙ୍କୁ ହତ୍ୟା କରିଥିଲେ ।
ଖବର ଅନୁଯାୟୀ, ଏକାଠି କାମ କରିବା ସମୟରେ ଡାକ୍ତର ପ୍ରଥମେ ଯୁବତୀଙ୍କୁ ନିଜର ପ୍ରେମ ଜାଲରେ ଫସାଇଥିଲେ ହେଲେ ସେ ବିବାହ ପାଇଁ ବାଧ୍ୟ କରିବା ଆରମ୍ଭ କରିବାରୁ ଡାକ୍ତର ତାଙ୍କୁ ହତ୍ୟା କରିଥିଲେ । ଶବକୁ ନିଜ କ୍ଲିନିକ୍ର ଅଗଣାରେ ପୋତିବା ସହ ସେହି ଗାତରେ ଗୋଟିଏ ମରିଯାଇଥିବା କୁକୁରକୁ ବି ପକାଇ ଦେଇଥିଲା, ପ୍ରମାଣ ନଷ୍ଟ କରିବାକୁ ।
ଏମିତି କରିବା ଦ୍ୱାରା କୁକୁର ମଲା ଶରୀର ଦୁର୍ଗନ୍ଧ ହେବା ପରେ କେହି ମଣିଷ ମରିଛି ବୋଲି ସନ୍ଦେହ କରିପାରିବେ ନାହିଁ । ଗିରଫ ହୋଇଥିବା ଡାକ୍ତରଙ୍କ ନାମ ଆଶୁତୋଷ ତ୍ରିପାଠୀ ବୋଲି ଜଣାପଡିଛି । ଭାନୁ ଡାକ୍ତର ଆଶୁତୋଷ ତ୍ରିପାଠୀଙ୍କର ଧୱାରୀ ସ୍ଥିତ କ୍ଲିନିକ୍ରେ ୨ ବର୍ଷ ହେଲା ଜଣେ ଆଣ୍ଟେଣ୍ଡେଟ୍ କାମ କରୁଥିଲେ । ଏହି ସମୟରେ ପରସ୍ପର ଭିତରେ ପ୍ରେମ ହୋଇଥିଲା ।