ମସାଜ ସେଣ୍ଟରରେ ଶରୀରକୁ ଆଉଁସି ଦେଉଥିଲେ ସୁନ୍ଦରୀ; କିଛି ସମୟର ଘର୍ଷଣ ପରେ ଉଡ଼ିଗଲା ବୃଦ୍ଧଙ୍କ ଜୀବନ

thailand massaga

ଓଡ଼ିଆ ଗସିପ୍ ବ୍ୟୁରୋ: ଥାଇଲ୍ୟାଣ୍ଡର ପଟ୍ଟାୟାରେ ଜଣେ ବ୍ୟକ୍ତିଙ୍କ ପାଇଁ ମସାଜ୍ ନେବା ଅତ୍ୟନ୍ତ ମହଙ୍ଗା ପଡିଛି। ମସାଜ କରିବା ସମୟରେ ଏହି ବ୍ୟକ୍ତିଙ୍କର ପ୍ରାଣ ବାୟୁ ଉଡିଯାଇଛି। କିନ୍ତୁ ତାଙ୍କ ମୃତଦେହ ଯେଉଁ ଅବସ୍ଥାରେ ମିଳିଛି ​​ତାହା ସମସ୍ତଙ୍କୁ ଚକିତ କରି ଦେଇଛି।

1

ସୂଚନା ଅନୁଯାୟୀ, ଏହି ବ୍ୟକ୍ତି ୭୦ ବର୍ଷର ହୋଇଥିବା ବେଳେ ବ୍ରିଟେନର ବାସିନ୍ଦା ଥିଲେ। ସେ ତାଙ୍କର ଛୁଟିଦିନ କାଟିବାକୁ ବ୍ରିଟେନରୁ ପଟ୍ଟାୟା ଯାଇଥିଲେ। କିନ୍ତୁ ସେଠାରେ ସେ ମସାଜ୍‌ର ମଜା ନେବାକୁ ମନ ବଳେଇଥିଲେ। ଏନେଇ ସେ ପାର୍ଲର ଯିବାକୁ ସ୍ଥିର କରିଥିଲେ। କୁହାଯାଉଛି ଯେ ସେ ହାପି ଏଣ୍ଡିଙ୍ଗ୍ ନାମକ ଏକ ମସାଜ୍ ପାର୍ଲରକୁ ବୁକ୍ କରିଥିଲେ।

ସେଠାକୁ ଯିବା ପରେ ତାଙ୍କୁ ପୋଷାକ କାଢି ଟେବୁଲ ଉପରେ ଶୋଇବାକୁ କୁହାଯାଇଥିଲା। ସେ ଶୋଇଲା ପରେ ମସାଜ୍ ବାଲୀ ତାଙ୍କ ପାଖକୁ ଗଲେ ଏବଂ ତାଙ୍କର ସେବା ଆରମ୍ଭ କରିଦେଲେ।

2

ମହିଳା ଜଣଙ୍କ ମସାଜ କରୁଥିବା ବେଳେ ଯେତେବେଳେ ବୃଦ୍ଧଙ୍କୁ ସିଧା ଶୋଇବାକୁ କହିଥିଲେ ସେ କୌଣସି ପ୍ରତିକ୍ରିୟା ଦେଇ ନଥିଲେ। ଯାଞ୍ଚ କରିବା ପରେ ଜଣାପଡିଥିଲା ​​ଯେ ତାଙ୍କର ମୃତ୍ୟୁ ହୋଇଯାଇଛି।

ତେବେ ଏହି ବୃଦ୍ଧଙ୍କୁ ମସାଜ୍ କରୁଥିବା ମହିଳାଙ୍କ ନାମ ଥିଲା ମିସ୍ ଓରୈୟା। ସେ କହିଛନ୍ତି ଯେ ରାତି ପ୍ରାୟ ୩ଟା ବେଳେ ଏହି ଘଟଣା ଘଟିଛି। ସେ ଆହୁରି ମଧ୍ୟ ସୂଚନା ଦେଇଛନ୍ତି ଯେ ଆରମ୍ଭରୁ ବ୍ୟକ୍ତି ଜଣକ ସ୍ୱାଭାବିକ ଥିଲେ। କିନ୍ତୁ ପରେ ସେ ନିଶ୍ୱାସ ନେବାରେ ଅସୁବିଧା ଅନୁଭବ କରୁଥିଲେ। ଏହି ସମୟରେ ଯେତେବେଳେ ମହିଳା ଜଣଙ୍କ ପଚାରିଲେ ସେ ଭଲ ଅଛନ୍ତି କି ନାହିଁ ସେ ଉତ୍ତରରେ ହଁ ବୋଲି କହିଥିଲେ।

କିଛି ସମୟ ପରେ ଅବଶ୍ୟ ତାଙ୍କ ହଲଚଲ ବନ୍ଦ ହୋଇଯାଇଥିଲା। ଏହା ପରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଥିଲା। ତେବେ ସେହି ବ୍ୟକ୍ତିଙ୍କୁ ଅଚେତ ଅବସ୍ଥାରେ ଦେଖି ଓରୈୟା ଚିତ୍କାର କରିବାକୁ ଲାଗିଥିଲେ। ଲୋକେ ତାଙ୍କୁ ସାହାଯ୍ୟ କରିବା ନେଇ ଧାଇଁ ଆସିଥିଲେ। ଆସିଥିବା ଦଳ ବ୍ୟକ୍ତିଙ୍କୁ CPR ଦେବା ଆରମ୍ଭ କରିଥିଲେ ମଧ୍ୟ ତାଙ୍କ ଜୀବନ ରକ୍ଷା କରାଯାଇ ପାରିଲା ନାହିଁ।

ଘଟଣାସ୍ଥଳରେ ପହଞ୍ଚିଥିବା ପୋଲିସ ଉକ୍ତ ବ୍ୟକ୍ତିଙ୍କ ମୃତଦେହକୁ କପଡାରେ ଘୋଡେଇବା ସହ ତଦନ୍ତ କରିବା ପାଇଁ ନେଇ ଯାଇଥିଲେ। ଖବର ଲେଖାହେବା ବେଳକୁ ବ୍ୟକ୍ତିଙ୍କ କୌଣସି ପରିଚୟ ମିଳି ନଥିଲା। ମସାଜ୍‌ ପାର୍ଲରର କହିବା କଥା ଏହି ବ୍ୟକ୍ତି ମସାଜ୍ ସେବା ପାଇଁ ପ୍ରଥମ ଥର ତାଙ୍କ ନିକଟକୁ ଆସିଥିଲେ। ଏହି ବ୍ୟକ୍ତିଙ୍କ ପାଖରୁ କୌଣସି ଆଇଡି କାର୍ଡ ମିଳି ନଥିଲା। ସେଥିପାଇଁ ତାଙ୍କ ପରିଚୟ ପାଇବା କଷ୍ଟକର ହୋଇଛି। ବର୍ତ୍ତମାନ ପୋଲିସ ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା କରିଛି ଯାହା ଦ୍ୱାରା ଏହି ବୃଦ୍ଧ ବ୍ୟକ୍ତିଙ୍କର କିପରି ମୃତ୍ୟୁ ହୋଇଛି ତାହା ଜଣାପଡିବ।

Share this story