ନବୋଦୟ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ, ପୋଲିସର ତନାଘନା ଆରମ୍ଭ...
Feb 20, 2023, 18:34 IST

ଓଡ଼ିଆ ଗସିପ ବ୍ୟୁରୋ: ନବୋଦୟ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ । ବେକରେ ବେଡସିଟ୍ ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ । ଗଜପତି ଜିଲ୍ଲା ସଦରମହକୁମା ସ୍ଥିତି ବେତାଗୁଡା ନିକଟସ୍ଥ ଜବାହର ନବୋଦୟ ବିଦ୍ୟାଳୟର ଛାତ୍ରୀ ।
ଗତକାଲି ଆତ୍ମହତ୍ୟା କରିଥିବା ଜଣାପଡିଛି । ସକାଳ ୫ଟା ସମୟରେ ପିଟି କରିବା ପାଇଁ ପିଲାମାନେ ଉଠି ଦେଖିବା ପରେ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ । ଏହା ପରେ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ।
ଆହୁରି ପଢ଼ନ୍ତୁ : iPhone ପାଇଁ ଡେଲିଭରୀ ବୟକୁ ହତ୍ୟା କଲା, ୩ ଦିନ ଘରେ ଶବ ରଖିବା ପରେ ତାହାକୁ ଜାଳିଦେଲା ଯୁବକ
ଡାକ୍ତର ମୃତ ଘୋଷଣା କରିବା ପରେ ଶବ ବ୍ୟବଚ୍ଛେଦ କରାଯାଇଛି । ଏହା ପରେ ଶବକୁ ପରିବାରକୁ ହସ୍ତତନ୍ତ କରାଯିବ । ପୋଲିସ ଏହି ଘଟଣାରେ ତଦନ୍ତ ଆରମ୍ଭ କରିବା ସହ ଛାତ୍ରୀ ଜଣଙ୍କ ମୃତ୍ୟୁ କାହିଁକି ଏବଂ କିପରି ହେଲା ସେନେଇ ତନାଘନା ଆରମ୍ଭ କରିଛି ।