ଦୁଷ୍କର୍ମର ଶିକାର ହେଲା ନାବାଳିକା: ଅଭିଯୁକ୍ତ ସହ ନାବାଳିକାକୁ ବାନ୍ଧି ଗାଁରେ ବୁଲାଇଲେ ଲୋକେ

ଓଡ଼ିଆ ଗସିପ୍ ବ୍ୟୁରୋ: ଦୁନିଆ ବ୍ରହ୍ମାଣ୍ଡର ସୃଷ୍ଟି ରହସ୍ୟ ଖୋଜିଲାଣି ଏଠି କିନ୍ତୁ ଆମ ସଭ୍ୟତା ନିମ୍ନଗାମୀ ହୋଇ ହୋଇ ଯାଉଛି । ଦୁର୍ବଳ ଉପରେ ସଦାବେଳେ ସବଳ ଅତ୍ୟାଚାର କରିବାର ଉଦାହରଣ ଆମେ ଅନେକ ଦେଖିଛେ । ଏମିତି ଏକ ଖବର ଏବେ ମଧ୍ୟ ପ୍ରଦେଶରୁ ଆସୁଛି ଯାହା ଆପଣଙ୍କୁ ବିଚଳିତ କରିପାରେ ।
A video shows the 16-year-old rape survivor and the accused tied with ropes, being beaten and forced to walk in public in #MadhyaPradesh's #Alirajpur district.#BohiragotoChaiNa pic.twitter.com/f9GPtglgTK
— Biswarup Ghosh (@Biswaru77955879) March 29, 2021
ଖବର ଅନୁସାରେ ମଧ୍ୟ ପ୍ରଦେଶ ଅଲିରାଜପୁର ଜିଲ୍ଲାରୁ ଏହି ଦୃହୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ଏଠାରେ ପ୍ରଥମେ ଜଣେ ନାବାଳିକାଙ୍କୁ ଜଣେ ଯୁବକ ତଥାକଥିକ ଦୁଷ୍କର୍ମ କରେ । ଏହା ପରେ ଏହି ଘଟଣା ଜଣାପଡ଼ିବା ପରେ ଗାଁ ଲୋକେ ଦୁଷ୍କର୍ମର ଶିକାର ହୋଇଥିବା ନାବାଳିକାଙ୍କ ସହ ଦୁଷ୍କର୍ମ କରିଥିବା ଯୁବକଙ୍କୁ ରସିରେ ବାନ୍ଧି ଗାଁ ସାରା ବୁଲାଇଥିଲେ । ଗାଁର ଅନ୍ୟ ଏ ସବୁକୁ ଦେଖୁଥିଲେ ମଧ୍ୟ କେହି ରୋକିବାକୁ ଚେଷ୍ଟା କରିନଥିଲେ । ଥରେ ଚିନ୍ତା କରନ୍ତୁ ଇଜ୍ଜତ ଲୁଟ୍ ହେଲା ଆଉ ଏବେ ନ୍ୟାୟ କଣ ମିଳିବ ଗାଁଲୋ ରସିରେ ବାନ୍ଧି ବୁଲାଇଲେ , କଣ ବିତୁଥିବା ସେହି ନାବାଳିକାଙ୍କ ଉପରେ ? ସଂପୃକ୍ତ ନାବାଳିକାଙ୍କ ଅଭିଯୋଗ ଅନୁସାରେ ନିକଟସ୍ଥ ପୋଲିସ ଘଟଣାକୁ ଗୁରୁତର ସହ ନେଇଛି ଏବଂ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । ସେପଟେ ଦୁଷ୍କର୍ମରେ ଯେଉଁମାନେ ସଂପୃକ୍ତ ଯୁବକଙ୍କୁ ସହଯୋଗ କରୁଥିଲେ ପୋଲିସ ସେମାନଙ୍କୁ ଗିରଫ କରିବା ପାଇଁ ତଲାସି ଆରମ୍ଭ କରିଦେଇଛି ।
ଏଠାକେ କହିରଖୁଛୁ ଯେ, ଦୁଷ୍କର୍ମର ଶିକାର ହୋଇଥିବା ନାବାଳିକାଙ୍କ ବୟସ 16 ବର୍ଷ ଏବଂ ଦୁଷ୍କର୍ମ କରିଥିବା ଯୁବକଙ୍କ ବୟସ 21 ହେବ ବୋଲି ଜଣାପଡ଼ିଛି । ଏତେ କମ୍ ବୟସରେ ଯୁବକମାନେ ପଥଭ୍ରଷ୍ଟ ହେଉଥିବାରୁ ଅଭିଭାବକଙ୍କ ଚିନ୍ତା ବଢ଼ି ଯାଇଛି ।
ଏହି ଘଟଣାରେ ସବୁଠାରୁ ଉଦବେଗଜନକ କଥା ହେଲା ପୁରା ଘଟଣାର ଭିଡିଓ କରି ସୋସିଆଲ ମିଡିଆରେ ଭାଇରାଲ କରାଯାଇଛି । ଅବଶ୍ୟ ବର୍ତ୍ତମାନ ମିଳିଥିବା ଖବର ଅନୁସାରେ ଦୁଷ୍କର୍ମ କରିଥିବା ଯୁବକ ସମେତ ଅନ୍ୟ 6ଜଣଙ୍କୁ ଗିରଫ କରିଛି ପୋଲିସ ।
ତେବେ ଅଲିରାଜପୁର ଜିଲ୍ଲା ମୁଖ୍ୟାଳୟଠାରୁ ମାତ୍ର 22 କିଲୋମିଟର ଦୂରରେ ଥିବା ଏକ ଗାଁରେ ଏହି ଘଟଣା ଘଟିଥିବାରୁ ଏହି ଘଟଣା ଏବେ ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଛି ।