ପର ପୁରୁଷ ସହ ରାତି ବିତାଇବାକୁ ପତ୍ନୀକୁ ବାଧ୍ୟ କରୁଥିଲା ସ୍ୱାମୀ, ଘଣ୍ଟା ପିଛା କମାଉଥିଲା ହଜାର ହଜାର ଟଙ୍କା

ପର ପୁରୁଷ ସହ ରାତି ବିତାଇବାକୁ ପତ୍ନୀକୁ ବାଧ୍ୟ କରୁଥିଲା ସ୍ୱାମୀ, ଘଣ୍ଟା ପିଛା କମାଉଥିଲା ହଜାର ହଜାର ଟଙ୍କା

ଓଡ଼ିଆ ଗସିପ୍ ବ୍ୟୁରୋ: ହଁ, ଶୀର୍ଷକଟି ଆପଣଙ୍କୁ ହୁଏତ ବିଚଳିତ କରିପାରେ କିନ୍ତୁ ଏମିତି ଏକ ଘଟଣା ଅନ୍ୟ କେଉଁଠି ନୁହେଁ ବରଂ ରାଜଧାନୀ ଭୁବନେଶ୍ୱର ଅଞ୍ଚଳରେ ଘଟିଛି । ଏହି କାଣ୍ଡ ଜଣାପଡ଼ିବା ପରେ ଏବେ ସ୍ୱାମୀ-ସ୍ତ୍ରୀର ପବିତ୍ର ସମ୍ପର୍କ ଯେ ଅପବିତ୍ର ହୋଇଛି ଏବଂ ସେହି କୁଳାଙ୍ଗାର ସ୍ୱାମୀକୁ କଠୋରରୁ କଠୋର ଦଣ୍ଡ ବିଧାନ ହେଉ ଦାବି ଉଠିଛି ।

ଦୀର୍ଘ ୭ ବର୍ଷ ହେବ ନିଜ ସ୍ତ୍ରୀକୁ ଏକ କୋଠରୀରେ ବନ୍ଦ ରଖି ଦେହ ବ୍ୟବସାୟରେ ଲଗାଉଥିବା ଭଳି ସଙ୍ଗିନ ଘଟଣା ଦେଖୁବାକୁ ମିଳିଛି ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ । ଏପରିକି ନିଜ ସ୍ତ୍ରୀ ଦେହ ବ୍ୟବସାୟ କରିବାକୁ ରାଜି ନହେବାରୁ ତାଙ୍କୁ ଲୁହାରଡରେ ମରଣାନ୍ତକ ଆକ୍ରମଣ କରିବା ସହ ମାରିଦେବାକୁ ଉଦ୍ୟମ କରିଛି ସ୍ଵାମୀ ।

ଖବର ପାଇ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ମହିଳା ଏବଂ ତାଙ୍କର ପାଞ୍ଚ ବର୍ଷର କନ୍ୟାକୁ ଉଦ୍ଧାର କରିବା ସହ ସ୍ୱାମୀକୁ କାବୁ କରିଛି । ଫୁଲବାଣୀ ତୁମୁଡ଼ିବନ୍ଧ ଅଞ୍ଚଳର ମହିଳା ଜଣକ ୧୦ ବର୍ଷ ପୂର୍ବେ ଚନ୍ଦ୍ରଶେଖରପୁର ଅଞ୍ଚଳକୁ କାମ କରିବା ପାଇଁ ଆସିଥିଲେ । ସେହି ସମୟରେ ଏହି ଥାନା ଅନ୍ତର୍ଗତ ପଦ୍ମାବତି ବିହାର ଅଞ୍ଚଳରେ ଅଟୋ ଚଳାଉଥିବା ପଟ୍ଟାମୁଣ୍ଡାଇ ଡାମରପୁର ଅଞ୍ଚଳର ଚନ୍ଦନ ଆଚାର୍ଯ୍ୟଙ୍କ ସହ ଦେଖା ହୋଇଥିଲା ।

ଚନ୍ଦନ ସମ୍ପୃକ୍ତ ମହିଳାକୁ ନିଜ ପ୍ରେମ ଜାଲରେ ଫସାଇ ବାହା ହୋଇଥିବା ପୀଡ଼ିତା ଜଣକ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଛନ୍ତି । ପ୍ରଥମେ ୨ ବର୍ଷ ସେମାନଙ୍କ ସଂସାର ଠିକ ଚାଲିଥିଲା । ପରେ ଚନ୍ଦନ ଜବରଦସ୍ତି ନିଜ ସ୍ତ୍ରୀଙ୍କୁ ଦେହ ବ୍ୟବସାୟରେ ଲଗାଇଥିଲା । ଏପରିକି ତାଙ୍କୁ ଦୀର୍ଘ ୭ ବର୍ଷ ହେବ ଗୋଟିଏ ଘରେ ରଖି ସେକ୍ସ ରାକେଟ୍ ଚଳାଉଥିବା ପୀଡ଼ିତା କହିଛନ୍ତି । ଘଟଣା ବିଷୟରେ ପୁଲିସ କୌଣସି ସୂତ୍ରରୁ ଖବର ପାଇ ସେମାନେ ରହୁଥିବା ଘରେ ଚଢ଼ଉ କରି ମା’- ଝିଅଙ୍କୁ ଉଦ୍ଧାର କରିବା ସହ ଚନ୍ଦନକୁ କାବୁ କରି ଥାନାକୁ ଆଣିଛି ।

ସତରେ କେଡ଼େ ସାଙ୍ଘାତି କଥା କହିଲେ, ଆମେ ସମସ୍ତେ ଜାଣିଛେ କରୋନା କାଳରେ ମହିଳାଙ୍କ ପ୍ରତି ଅତ୍ୟାଚାର ବଢ଼ିଛି । ମହିଳାଙ୍କ ପ୍ରତି ଦୁର୍ବ୍ୟବାର ମଧ୍ୟ ବଢ଼ିଛି । କିନ୍ତୁ ଏହି ଘଟଣା ଆମ ସଭ୍ୟ ସମାଜ ପାଇଁ ଏକ ଆହ୍ୱାନ ନିଶ୍ଚୟ ।  

ସ୍ଵାମୀ ସ୍ତ୍ରୀର ପବିତ୍ର ସମ୍ପର୍କରେ କଳଙ୍କ ଲଗାଇ ଦେବାର ଖବର ଏବେ ହାଟରେ ପଡ଼ି ବାଟରେ ଗଡ଼ିଲାଣି। ରାଜ୍ୟର କୌଣସି ଉପାନ୍ତ ଅଞ୍ଚଳରେ ନୁହେଁ ବରଂ ଖୋଦ ରାଜଧାନୀ ଭୁବନେଶ୍ୱରରେ ଏମିତି ଘଟଣା ସାମ୍ନାକୁ ଆସିଥିବାରୁ ଏହାକୁ ନେଇ ବୁଦ୍ଧୀଜୀବୀ ମଧ୍ୟ ଚିନ୍ତା ପ୍ରକଟ କରିଛନ୍ତି ।

Share this story