ଅଧରାତିରେ ପ୍ରେମିକା ଘରକୁ ଯାଇଥିଲା ନାବାଳକ ପ୍ରେମିକ: କାଟିଦେଲେ ପ୍ରାଇଭେଟ ପାର୍ଟ : ଯୁବତୀଙ୍କ ଘର ସାମ୍ନାରେ ଶବ ପୋଡିଲେ ଉତ୍ତେଜିତ ଲୋକେ

ଓଡ଼ିଆ ଗସିପ ବ୍ୟୁରୋ: ବିହାର ମୁଜଫରପୁରରେ ଜଣେ ଯୁବକକୁ ନିର୍ମମ ହତ୍ୟା ମାମଲା ସାମ୍ନାକୁ ଆସିଛି। ଯୁବକଙ୍କୁ ବାଡି ଓ ଲୁହା ରଡରେ ଅତି ନିର୍ମମ ଭାବେ ପିଟିପିଟି ହତ୍ୟା କରାଯିବା ସହିତ ତାଙ୍କ ପ୍ରାଇଭେଟ ପାର୍ଟ ମଧ୍ୟ କାଟି ଦିଆଯାଇଛି। ମାମଲା ଜିଲ୍ଲାର କାଣ୍ଟି ଥାନା ଅନ୍ତର୍ଗତ ସୋନଭର୍ସା ଗାଁର। ହତ୍ୟାକାଣ୍ଡ ଘଟାଇବା ପରେ ଅଭିଯୁକ୍ତ ପରିବାର ଘରୁ ଫେରାର ହୋଇଯାଇଛନ୍ତି।
ଏହା ପରେ ଉତ୍ତେଜିତ ଲୋକେ ଅଭିଯୁକ୍ତ ଘର ସମ୍ମୁଖରେ ମୃତ ଯୁବକଙ୍କ ଦାହ ସତ୍କାର କରିଥିଲେ। ଏ ସମ୍ପର୍କରେ ସୂଚନା ପାଇବା ମାତ୍ରେ ପୋଲିସ ତଦନ୍ତ ଆରମ୍ଭ କରିଛି। ଏହି ଅଞ୍ଚଳରେ ଉତ୍ତେଜନାକୁ ଦୃଷ୍ଟିରେ ରଖି ବହୁ ସଂଖ୍ୟକ ପୋଲିସ ଫୋର୍ସ ମୁତୟନ କରାଯାଇଛି।
ସୂଚନାନୁସାରେ, ରେପୁରା ବାସିନ୍ଦା ମନୀଷ କୁମାରଙ୍କ ପୁଅ ସୌରଭଙ୍କର ସୋନଭର୍ସା ଗାଁର ଜଣେ ଯୁବତୀଙ୍କ ସହ ବର୍ଷେ ହେଲା ପ୍ରେମ ସମ୍ପର୍କ ଥିଲା। ଯୁବତୀଙ୍କ ପରିବାର ସଦସ୍ୟ ଏହି ସମ୍ପର୍କକୁ ସ୍ୱୀକାର କରିନଥିଲେ। କିଛି ମାସ ପୂର୍ବରୁ ଯୁବତୀଙ୍କ ପରିବାର ଲୋକ ସୌରଭଙ୍କୁ ମାଡ ମାରିଥିଲେ ଓ ପଞ୍ଚାୟତ ମଧ୍ୟ ବସିଥିଲା। ସେଥିପାଇଁ ସୌରଭଭଙ୍କ ପିତା ତାଙ୍କୁ ବାହାରକୁ ପଠାଇ ଦେଇଥିଲେ।
ଭଉଣୀର ବିବାହ ପାଇଁ ସୌରଭ ଗାଁକୁ ଆସିଥିଲେ। ଶୁକ୍ରବାର ସନ୍ଧ୍ୟାରେ ସୌରଭ ହଠାତ୍ ଯୁବତୀଙ୍କୁ ଭେଟିବା ପାଇଁ ତାଙ୍କ ଘରକୁ ଚାଲିଯାଇଥିଲେ। ସୌରଭଙ୍କୁ ଦେଖି ଯୁବତୀଙ୍କ ପରିବାର ସଦସ୍ୟ କ୍ରୋଧିତ ହୋଇଯାଇଥିଲେ। ଯୁବତୀଙ୍କ ପରିବାର ସଦସ୍ୟ ସୌରଭଙ୍କୁ ବାଡ଼ି ଓ ଲୁହା ରଡ଼ରେ ପିଟିଥିଲେ ଯେଉଁଥିପାଇଁ ସେ ଚେତାଶୂନ୍ୟ ହୋଇଯାଇଥିଲେ। ଏହା ପରେ ଅଭିଯୁକ୍ତମାନେ ସୌରଭଙ୍କ ପ୍ରାଇଭେଟ ପାର୍ଟକୁ କାଟି ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରିଦେଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।
ମୃତକଙ୍କ ପିତା ଓ ଦାଦା କହିଛନ୍ତି ଯେ ଯୋଜନାବଦ୍ଧ ଷଡଯନ୍ତ୍ର କରି ସୌରଭଙ୍କୁ ଡକାଯାଇ ହତ୍ୟା କରାଯାଇଛି। ତାଙ୍କ କହିବାନୁସାରେ, ପୁଅର ହତ୍ୟା ପରେ ଅଭିଯୁକ୍ତ ସୌରଭଙ୍କ ପିତା ମନୀଷ କୁମାରଙ୍କୁ ତାଙ୍କ ଘରକୁ ଡାକିଥିଲା ଏବଂ ଅସ୍ତ୍ର ମୁନରେ ସାଧା କାଗଜରେ ତାଙ୍କର ଦସ୍ତଖତ କରାଇଥିଲେ ଯେଉଁଥିରେ ଲେଖାଯାଇଥିଲା ଯେ ପୁଅ ଭୁଲ କରିଥିବାରୁ ତାକୁ ମାଡ ମରାଯାଇଛି ଏବଂ ଜୀବନ୍ତ ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ତାଙ୍କ କହିବାନୁସାରେ, ଯୁବତୀଙ୍କ ଦାଦା ପ୍ରଶାନ୍ତ କୁମାର ସୌରଭଙ୍କୁ ହତ୍ୟା କରିଛନ୍ତି। ଶନିବାର ସୌରଭଙ୍କ ମୃତ୍ୟୁ ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଥିଲା। ସମ୍ପର୍କୀୟମାନେ କାଣ୍ଟି ପୋଲିସ ଷ୍ଟେସନକୁ ସୂଚନା ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଘଟଣା ପରେ ଅଭିଯୁକ୍ତ ପୁରା ପରିବାର ଘରେ ତାଲା ପକାଇ ଫେରାର ହୋଇଯାଇଛନ୍ତି।
ହତ୍ୟା ପରେ ଆକ୍ରୋଶ ଗ୍ରାମବାସୀ ଅଭିଯୁକ୍ତଙ୍କ ଘରେ ହମଲା କରିଥିଲେ। କିନ୍ତୁ ପୋଲିସ ଲୋକଙ୍କୁ ବୁଝାସୁଝା କରି ନିୟନ୍ତ୍ରଣ କରିଥିଲା। ଶେଷରେ ଉତ୍ତେଜିତ ଗ୍ରାମବାସୀ ଅଭିଯୁକ୍ତର ଘର ଦ୍ୱାରମୁହାରେ ଯୁବକଙ୍କ ଦାହ ସତ୍କାର କରିଥିଲେ। ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି। ଏହାକୁ ଦୃଷ୍ଟିରେ ରଖି ପୋଲିସ ଫୋର୍ସ ମୁତୟନ କରାଯାଇଛି। ମୃତକଙ୍କ ପରିବାର ସଦସ୍ୟଙ୍କ ବୟାନ ଆଧାରରେ ମାମଲା ରୁଜ୍ଜୁ କରାଯାଇଛି। ଅଭିଯୁକ୍ତଙ୍କୁ ଗିରଫ କରିବାକୁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରୁଛି।