ବାପା-ପୁଅଙ୍କ ଖେଳ ଖତମ; ଦୁର୍ନୀତି ବିରୋଧରେ ନବୀନଙ୍କ ‘ମାଷ୍ଟରଷ୍ଟ୍ରୋକ’

court-rejected-bail-of-manas-das

ମାନବବାଦ ସଂଗଠନର ମୁଖ୍ୟ ମାନସ ଦାସ ଗିରଫ

ତାଙ୍କ ପୁଅକୁ ଗିରଫ କରିଥିଲା ପୋଲିସ 

ହତ୍ୟା ଉଦ୍ୟମ ଓ ଅତ୍ୟାଚାର ଅଭିଯୋଗ ମାମଲାରେ ପୋଲିସ ମାନସଙ୍କୁ ବାନ୍ଧିଲା

ଓଡ଼ିଆ ଗସିପ୍ ବ୍ୟୁରୋ: ଜେଲ୍‌ ଗଲେ ଗିରଫ ମାନସ ଦାସ ଏବଂ ପୁଅ ମନୋରଞ୍ଜନ ଦାସ । ଖୋର୍ଦ୍ଧା ଏସ୍‌ଡିଜେଏମ୍‌ କୋର୍ଟରେ ହାଜର ପରେ ଦୁଇଜଣଙ୍କୁ ଜେଲ୍‌ ପଠାଯାଇଛି । ସତ୍ୟବ୍ରତ ନାଏକଙ୍କୁ ହତ୍ୟା ମାମଲାରେ ଗିରଫ ହୋଇଛନ୍ତି ମାନସ । କୋର୍ଟ ଜାମିନ୍‌ ଆବେଦନ ଖାରଜ କରିବା ପରେ ସେମାନଙ୍କୁ ୧୪ ଦିନିଆ ବିଚାର ବାଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।

ତେବେ ଆଜି ବିବାଦୀୟ ଗୁରୁଜୀ ମାନସ ଦାସଙ୍କୁ ଖୋର୍ଦ୍ଧା ପୋଲିସ୍‌ ଗିରଫ କରିବା ପରେ ପୁଅକୁ ଗିରଫ କରିଥିଲା ପୋଲିସ । ମାନବବାଦ ସଂଗଠନର ମୁଖ୍ୟ ମାନସ ଦାସଙ୍କୁ ଗିରଫ କରିବାର ମାତ୍ର କେଇ ଘଣ୍ଟା ପରେ ତାଙ୍କ ପୁଅକୁ ଗିରଫ କରିଥିଲା ପୋଲିସ ।

ମାନବବାଦ ସଂଗଠନର ମୁଖ୍ୟ ମାନସ ଦାସଙ୍କୁ ଆଜି ଅପରାହ୍ନରେ ଗିରଫ କରିଥିଲା ପୋଲିସ । ହତ୍ୟା ଉଦ୍ୟମ ଓ ଅତ୍ୟାଚାର ଅଭିଯୋଗ ମାମଲାରେ ପୋଲିସ ମାନସଙ୍କୁ ବାନ୍ଧିଥିଲା । ଭୁବନେଶ୍ବର ସ୍ଥିତ ସହିଦନଗରରୁ ମାନସ ଦାସଙ୍କୁ ଖୋର୍ଦ୍ଧା ପୋଲିସ ଉଠାଇ ନେଇଥିଲା ।

ମାନବବାଦ ସଂଗଠନର ମୁଖ୍ୟ ମାନସ ଦାସଙ୍କ ବିରୁଦ୍ଧରେ ଏକାଧିକ ମାମଲା ରହିଛି । ତାଙ୍କୁ ଗିରଫ କରିବା​ ନେଇ ବିଭିନ୍ନ ମହଲରୁ ଦାବି ହୋଇଆସୁଥିବା ବେଳେ ଆଜି ଖୋର୍ଦ୍ଧା ପୋଲିସ ତାଙ୍କୁ ଉଠାଇ ନେଇଛି । ଏବେ ପୁଅକୁ ମଧ୍ୟ ଉଠାଇ ନେଇଛି ପୋଲିସ । ବାପ-ପୁଅ ଗିରଫ ହେବା ପରେ ବହୁ ଗୁମର ଫିଟିବ । ଅନେକ ଗୁଡିଏ ଅପରାଧରେ ସଂପୃକ୍ତ ଅଛନ୍ତି ଉଭୟ ବାପ-ପୁଅ ।

ଅମାନବୀୟ ଭାବେ ତାଲିବାନୀ ଶାସନ କରୁଥିଲା ମାନବବାଦ ସଙ୍ଗଠନ । ଚରମ ସୀମାରେ ପହଞ୍ଚିଥିଲା ହିଂସ୍ରତା । ସଙ୍ଗଠନରେ ସାମିଲ ନହେବାରୁ ମାନବିକତାର ସବୁ ସୀମା ଟପିଯାଇଥିଲେ ମାନବବାଦ ସଙ୍ଗଠନର କର୍ମକର୍ତ୍ତା । ବାପ-ପୁଅଙ୍କୁ ଗୋରୁ ଗାଈଙ୍କ ଭଳି ପିଟିଥିଲେ । ଯାହାର ଭିଡ଼ିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଥିଲା । ଭୟରେ ମାଡ ଖାଇଥିବା ବାପ-ପୁଅ ଥାନାରେ ଅଭିଯୋଗ କରିନଥିଲେ ସୁଦ୍ଧା ପରେ ଉକ୍ତ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଯାହା ପରେ ଚର୍ଚ୍ଚାକୁ ଆସିଥିଲେ ବିବାଦୀୟ ଗୁରୁଜୀ ମାନସ ଦାସ । ତେବେ ପୋଲିସ ଭାଇରାଲ୍ ଭିଡ଼ିଓ ଘଟଣାର ତଦନ୍ତ କରିବା ସହିତ ଗୁରୁବାର ମାନସଙ୍କୁ ଉଠାଇ ନେଇଛି....

Share this story