କମିବାର ନା ଧରୁନି ବଜ୍ରକାପ୍ତା ଚୋରାଚାଲାଣ, ସୋନପୁର ରାଜକୋଟରୁ ଦୁଇ ଗିରଫ

କମିବାର ନା ଧରୁନି ବଜ୍ରକାପ୍ତା ଚୋରାଚାଲାଣ, ସୋନପୁର ରାଜକୋଟରୁ ଦୁଇ ଗିରଫ
କମିବାର ନା ଧରୁନି ବଜ୍ରକାପ୍ତା ଚୋରାଚାଲାଣ, ସୋନପୁର ରାଜକୋଟରୁ ଦୁଇ ଗିରଫ

ଓଡ଼ିଆ ଗସିପ ବ୍ୟୁରୋ:  ଓଡ଼ିଶାରେ ବନ୍ୟ ପ୍ରାଣୀଙ୍କ ସୁରକ୍ଷା କଥା ନ କହିବା ଭଲ ।

କମିବାର ନା ଧରୁନି ବଜ୍ରକାପ୍ତା ଚୋରାଚାଲାଣ, ସୋନପୁର ରାଜକୋଟରୁ ଦୁଇ ଗିରଫ

ବାରାମ୍ବାର ବନ୍ୟଜନ୍ତୁ ଶିକାର, ଚୋରାଚାଲାଣର ଖବର ପ୍ରତିଦିନ ସାମ୍ନାକୁ ଆସୁଛି ।

ବାଘଛାଲ ଚୋରା ବେପାର ପରେ ଦ୍ୱିତୀୟ ସ୍ଥାନରେ ହାତୀ ଦାନ୍ତ କାରବାର ।

ସବୁଠାରୁ କିନ୍ତୁ ଶୀର୍ଷରେ ରହିଛି ବଜ୍ରକାପ୍ତା ଚୋରାଚାଲାଣ ।  

ଆଜି ଓଡ଼ିଶା କ୍ରାଇମ ବ୍ରାଞ୍ଚର ସ୍ପେସାଲ୍ ଟାସ୍କ ଫୋର୍ସ (ଏସଟିଏଫ୍) ସୁବର୍ଣ୍ଣପୁର ଜିଲ୍ଲାର ରାଜାକୋଠି ନିକଟରେ ଏକ ବଜ୍ରକାପ୍ତା ଉଦ୍ଧାର କରିଥିବାର ଖବର ମିଳିଛି। ଏହା ସହିତ ୫ କିଲୋଗ୍ରାମ୍ ୬୫ ଗ୍ରାମ୍ ଓଜନର ବଜ୍ରକାପ୍ତା କାତି ମଧ୍ୟ ଜବତ କରାଯାଇଛି।

ଏହି ମାମଲରେ ଏସଟିଏଫ୍ ଦୁଇଜଣଙ୍କୁ ଗିରଫ କରିଛି। ମିଳିଥିବା ସୂଚନା ଅନୁଯାୟୀ ରାଜାକୋଠି ନିକଟରେ ଥିବା ମହାନଦୀ ବନ୍ଧ ଉପରୁ ବଜ୍ରକାପ୍ତା କାତି ସହିତ ବଜ୍ରକାପ୍ତା ଚେରା ଚାଲାଣ କରାଯାଉଥିବାର ଖବର ପାଇ ଏସଟିଏଫ୍ ପକ୍ଷରୁ ଘଟଣାସ୍ଥଳରେ ଚଢଉ କରାଯାଇଥିଲା।

ସେଠାରୁ ୫ କିଲୋଗ୍ରାମ୍ ୬୫ ଗ୍ରାମ୍ ଓଜନର ବଜ୍ରକାପ୍ତା କାତି ସହିତ ଏକ ଜୀବନ୍ତ ବଜ୍ରକାପ୍ତା ଜବତ କରାଯାଇଥିଲା।

ଘଟଣାସ୍ଥଳରୁ ସୋମନାଥ ବାଗ ଏବଂ ମାର୍ସାନାଲ ଭେଙ୍ଗେରା ନାମକ ଦୁଇଜଣ ଚୋରା ଚାଲାଣକାରୀଙ୍କୁ ଗିରଫ କରାଯାଇଥିଲା।

ଏସଟିଏଫ୍ ଜବତ ବଜ୍ରକାପ୍ତାକୁ ବନ୍ୟ ବିଭାଗକୁ ହସ୍ତାନ୍ତର କରିଥିବାର ସୂଚନା ମିଳିଛି।

ଦୁଇ ବଜ୍ରକାପ୍ତା ଚୋରା ଚାଲାଣକାରୀଙ୍କୁ ଆଜି ସୁବର୍ଣ୍ଣପୁର ଏସଡିଜେଏମ୍ କୋର୍ଟରେ ହାଜର କରାଯିବ ବୋଲି ଜଣାଯାଇଛି। ଏହି ଘଟଣା ସୁବର୍ଣ୍ଣପୁର ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି।

Share this story

World Odia Language Conferene