ଟ୍ୱିନ୍ ସିଟିକୁ କୋଭିଡ୍ ପେସେଣ୍ଟ ଆସିବା ମନା, ମାତ୍ରାଧିକ ରୋଗୀ ସଂଖ୍ୟା ହ୍ରାସ ଲାଗି ଏଭଳି ନିଷ୍ପତ୍ତି …

ଟ୍ୱିନ୍ ସିଟିକୁ କୋଭିଡ୍ ପେସେଣ୍ଟ ଆସିବା ମନା, ମାତ୍ରାଧିକ ରୋଗୀ ସଂଖ୍ୟା ହ୍ରାସ ଲାଗି ଏଭଳି ନିଷ୍ପତ୍ତି …
ଟ୍ୱିନ୍ ସିଟିକୁ କୋଭିଡ୍ ପେସେଣ୍ଟ ଆସିବା ମନା, ମାତ୍ରାଧିକ ରୋଗୀ ସଂଖ୍ୟା ହ୍ରାସ ଲାଗି ଏଭଳି ନିଷ୍ପତ୍ତି …

ଓଡ଼ିଆ ଗସିପ୍ ବ୍ୟୁରୋ: ଅନ୍ୟ ଜିଲ୍ଲାରୁ ଚିକିତ୍ସା ପାଇଁ ଟ୍ୱିନ୍ ସିଟି ଆସୁଥିବା କରୋନା ରୋଗୀଙ୍କ ପାଇଁ ଖରାପ ଖବର । ଏଣିକି ସେମାନେ କଟକ କିମ୍ବା ଭୁବନେଶ୍ୱର ଆସି ଚିକିତ୍ସିତ ହୋଇରପାରିବେ ନାହିଁ । ଦୁଇ ସହରକୁ ବିଭିନ୍ନ ଜିଲ୍ଲାରୁ ଚିକିତ୍ସା ପାଇଁ କୋଭିଡ୍ ଆକ୍ରାନ୍ତଙ୍କ ଆସିବା ଉପରେ ପ୍ରତି ବନ୍ଧକ ଲଗାଯାଇଛି। ଟ୍ୱିନ୍ ସିଟିର ବିଭିନ୍ନ କୋଭିଡ୍ ହସ୍ପିଟାଲରେ ମାତ୍ରାଧିକ ରୋଗୀ ସଂଖ୍ଯାକୁ ହ୍ରାସ ଲାଗି ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି ରାଜ୍ଯ ସ୍ବାସ୍ଥ୍ଯ ବିଭାଗ। ଏମିତିକି ନିଜ ନିଜ ଅଞ୍ଚଳରେ କୋଭିଡ୍ ରୋଗୀଙ୍କ ଚିକିତ୍ସା ପାଇଁ ବ୍ୟବସ୍ଥା ସୁଦୃଢ଼ କରିବାକୁ ବି ସମସ୍ତ ଜିଲ୍ଲାପାଳ, ମ୍ଯୁନିସିପାଲ କମିଶନର ଓ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଚିଠି ଲେଖି ଜଣାଇଛନ୍ତି ବିଭାଗୀୟ ସଚିବ ପ୍ରଦୀପ୍ତ ମହାପାତ୍ର।

ସ୍ୱାସ୍ଥ୍ୟ ବିଭାଗର ଚିଠିରେ ଥିବା ସୁପାରିଶ ଅନୁସାରେ-କ୍ରିଟିକାଲ୍ କେୟାରର ଆବଶ୍ଯକତା ଥିବା କୋଭିଡ୍ ଆକ୍ରାନ୍ତଙ୍କୁ କଟକ ଓ ଭୁବନେଶ୍ୱର ରେଫର କରାଯିବା ପୂର୍ବରୁ ପ୍ରଥମେ ଜିଲ୍ଲା ସ୍ତରରେ ଆଇସିୟୁ କିମ୍ବା ଏଚଡିୟୁରେ ଚିକିତ୍ସା ସୁବିଧା ଦିଆଯାଉ। ଏଥିପାଇଁ ତଳସ୍ତର ଓ ଜିଲ୍ଲା ସ୍ତରର ହସ୍ପିଟାଲ ଗୁଡ଼ିକରେ ଅଧିକ ପ୍ରଶିକ୍ଷଣ ଦିଆଯିବା ଦରକାର। ଯେଉଁ ରୋଗୀ କଟକ କିମ୍ବା ଭୁବନେଶ୍ୱର ଆସିବାକୁ ଚାହୁଁଛନ୍ତି, ସେମାନଙ୍କୁ ପରିବହନ ସମୟରେ ଜୀବନ ପ୍ରତି ରହୁଥିବା ବିପଦ ସଂପର୍କରେ ସ୍ବାସ୍ଥ୍ଯ କର୍ମଚାରୀମାନେ ବୁଝାଇବାକୁ ବି କୁହାଯାଇଛି। ତାସହ ରୋଗୀ ପରିବହନ ସମୟରେ ଛାଡ଼ିଥିବା ଓ ଗ୍ରହଣ କରିବାକୁ ଥିବା ମେଡିକାଲ ଉଭୟ ସରକାରୀ ପଲିସିକୁ କଡ଼ାକଡ଼ି ପାଳନ କରିବେ। ରୋଗୀର ଅବସ୍ଥା ସ୍ଥିର ନହେବା ଯାଏଁ ତାଙ୍କୁ ଅନ୍ଯତ୍ର ସ୍ଥାନାନ୍ତର କରାଯିବା ଉଚିତ୍ ନୁହେଁ। ଆଇସିୟୁରେ ଭିଡ଼ କମାଇବାକୁ ହେଲେ ପ୍ରାରମ୍ଭିକ ସ୍ତରରେ କୋଭିଡ୍ ରୋଗୀଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ଚିକିତ୍ସା ଆରମ୍ଭ କରାଯିବା ଦରକାର। ଏମିତିକି ସବୁ କୋଭିଡ୍ ହସ୍ପିଟାଲରେ ନନ୍-ଇନଭାସିଭ୍ କେୟାର ବା HFNC ପ୍ରସ୍ତୁତ କରିବାକୁ କୁହାଯାଇଛି।

ମଧ୍ୟମ ଗୁରୁତର ରୋଗୀଙ୍କୁ ରେମଡେସିଭିର ଦେବାକୁ ମଧ୍ୟ କୁହାଯାଇଛି। ଆଇସିୟୁ ଭିଡ଼ କମାଇବାକୁ ଗୁରୁତର ରୋଗୀଙ୍କ ଅବସ୍ଥାରେ ଉନ୍ନତି ଘଟିଲେ ତୁରନ୍ତ ସେମାନଙ୍କୁ HDU କିମ୍ବା ସେମି ICUକୁ ସ୍ଥାନାନ୍ତର କରାଯିବା ଦରକାର। ତାସହ ସବୁ କୋଭିଡ୍ ହସ୍ପିଟାଲରେ ଅଧିକ ସଂଖ୍ଯକ ଡାଏଲସିସ୍, ପ୍ରସୂତୀ ଓ ଟ୍ରମା ଶଯ୍ଯା ପ୍ରସ୍ତୁତ କରିବା ସହ ଦୁର୍ଗମ ଅଞ୍ଚଳର ହସ୍ପିଟାଲରେ ଭର୍ଚୁଆଲ୍ ଆଇସିୟୁ ଆରମ୍ଭ ପାଇଁ ନିର୍ଦ୍ଦେଶ ଦିଆଯାଇଛି। କମ୍ ରୋଗୀଥିବା ଜିଲ୍ଲାମାନଙ୍କରୁ ଅଧିକ ରୋଗୀ ଥିବା ଜିଲ୍ଲାକୁ ସ୍ବାସ୍ଥ୍ଯ କର୍ମଚାରୀଙ୍କୁ ବି ସ୍ଥାନାନ୍ତର କରିବାକୁ କହିଛି ସ୍ୱାସ୍ଥ୍ୟ ବିଭାଗ।

Share this story

World Odia Language Conferene