ମାନବିକତା ମାରିଦେଲା ମହାମାରୀ, ଭୂତାଣୁ ଭୟରେ କେହି ପାଖ ମାଡ଼ିଲେନି, ଶେଷରେ ସଂକ୍ରମଣରେ ଚାଲିଗଲେ ଏହି ସହରର ଜଣେ ବ୍ୟକ୍ତି

ମାନବିକତା ମାରିଦେଲା ମହାମାରୀ, ଭୂତାଣୁ ଭୟରେ କେହି ପାଖ ମାଡ଼ିଲେନି, ଶେଷରେ ସଂକ୍ରମଣରେ ଚାଲିଗଲେ ଏହି ସହରର ଜଣେ ବ୍ୟକ୍ତି
ମାନବିକତା ମାରିଦେଲା ମହାମାରୀ, ଭୂତାଣୁ ଭୟରେ କେହି ପାଖ ମାଡ଼ିଲେନି, ଶେଷରେ ସଂକ୍ରମଣରେ ଚାଲିଗଲେ ଏହି ସହରର ଜଣେ ବ୍ୟକ୍ତି

ଓଡ଼ିଆ ଗସିପ୍ ବ୍ୟୁରୋ: କରୋନା କଷଣରେ ଛଟପଟ ହେଉଥିବା ଆଜିର ମାନବ ସମାଜ କଣ ଏତେ ନିଷ୍ଠୁର ହୋଇପାରେ ଯେ, ଅନ୍ଯ ଜଣେ ବିପଦରେ ପଡ଼ିଥିବା ଦେଖି ପଛଘୁଞ୍ଚା ଦେବ ? ବିଶ୍ୱାସ ନହେଲେ ବି ସତ, କାନ ମିଛ ବୋଲି ଶୁଣିବାକୁ ଚାହିଁଲେ ବି ବାରମ୍ବାର ଏହା ସତ ଆଉ ସତ ବୋଲି ଗୁଞ୍ଜରିତ ହେଉଛି । କେମିତି, କାହିଁକି ଜଣେ ନିର୍ଦ୍ଦୟ ହୋଇପାରେ ବୋଲି ଆପଣଙ୍କ ମନରେ ପ୍ରଶ୍ନ ବି ଉଠିପାରେ । କାହିଁକିନା ଏହା ହେଉଛି କରୋନା କାଳର ସବୁଠାରୁ ବଡ଼ ଅପ୍ରିୟ ଓ ନିଷ୍ଠୁର ସତ ଯାହା ମାନବ ସମାଜକୁ ଧିକ୍କାର କରୁଛି ତାକୁ ହତ୍ଯା କରିଛି । ପୂରା ଘଟଣା ସମ୍ପର୍କରେ ଜାଣିବା ପାଇଁ ଆପଣଙ୍କୁ ଧ୍ୟାନର ସହ ଏହି ଖବରଟିକୁ ପଢ଼ିବାର ଆବଶ୍ୟକତା ରହିଛି ।

ରାଜ୍ୟରେ କରୋନାର କଷ୍ଟକୁ ସରକାରୀ ଅବ୍ଯବସ୍ଥା ବଳିଯାଉଛି ା କାହିଁକିନା ଭୂତାଣୁ ବିରୋଧରେ ଲଢ଼େଇ କରିବା ଆଗରୁ ଅବହେଳାରେ ଆଖି ବୁଜିଦେଉଛି ଜଣେ ନିରୀହ ରୋଗୀଟିଏ ା ଏମିତି ଏକ ଚିତ୍ର ସାମ୍ନାକୁ ଆସିଛି ଢେଙ୍କାନାଳ ମେଡ଼ିକାଲ୍ ପରିସରରୁ । ଏଠାରେ ଜଣେ ରୋଗୀଙ୍କ ଅଭାବନୀୟ ମୃତୁ୍ଯଘଟଣା ଆଜି ସାରା ରାଜ୍ଯକୁ ଦୋହଲାଇ ଦେଇଛି। ସମସ୍ତଙ୍କ ଆଖି ଆଗରେ ଜଣେ ବ୍ଯକ୍ତିଙ୍କ ଜୀବନ ଚାଲି ଯାଉଥିଲେ ବି କେହି ସାମ୍ନାକୁ ନ ଆସିିବା ମାନବିକତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି ।  

ଜଣେ ବ୍ୟକ୍ତି କୋଭିଡ୍ ଟେଷ୍ଟ ଅନୁଗୁଳରୁ ଢେଙ୍କାନାଳ ଆସିଥିଲେ । ଟେଷ୍ଟ ପରେ ରିପୋର୍ଟ ପଜିଟିଭ୍ ବୋଲି ଜାଣିବା ପରେ ହଠାତ୍ ମେଡ଼ିକାଲ୍ ସାମ୍ନାରେ ହିଁ ଟଳି ପଡ଼ିଲେ । ପାଖରେ ଥିବା ପତ୍ନୀ ଓ ସମ୍ପର୍କୀୟ ତାଙ୍କୁ ବଞ୍ଚାଇବାକୁ ଅନେକ ଚେଷ୍ଟା କଲେ ମଧ୍ୟ ବିଫଳ ହୋଇଥିଲେ । ଡାକ୍ତର, ନର୍ସଙ୍କୁ କାକୁତି ମିନତି ହୋଇ ଡାକିଥିଲେ ମଧ୍ୟ କେହି କଥା ପଦେ ଶୁଣିନଥିଲେ । ଶେଷରେ ସ୍ତ୍ରୀଙ୍କ ସାମ୍ନାରେ ହିଁ କରୋନା ସଂକ୍ରମଣରେ ସଂକ୍ରମିତ ସ୍ବାମୀ ଆରପାରିକୁ ଚାଲିଗଲେ ।

ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ମଧ୍ୟ ହେଉଛି । କିନ୍ତୁ ସବୁ ଭାଇରାଲ ଭିଡିଓ ଭଳି ଏହି ଭିଡିଓ ମଧ୍ୟ ଭିଡ଼ରେ ଉଭେଇ ଯିବ । ନା କେହି ଜାଣିବାକୁ ଥିବେ ନା କେହି ପଚାରିବାକୁ ଥିବ । କିନ୍ତୁ ଦିନେ ନା ଦିନେ ଏହି କରୋନା ବିପତ୍ତି ବେଳର ଏହି ହୃଦୟ ବିଦାରକ ଦୃଶ୍ୟ ମାନବସମାଜ ପାଇଁ ଏକ ଲଜ୍ଜା ହୋଇ ରହିବ ।

Share this story

World Odia Language Conferene