କାଳ ସାଜି ଆସିଛି କରୋନା: କଳାକାରଙ୍କ ଜୀବନ ନେଇଗଲା ଭୂତାଣୁ….

କାଳ ସାଜି ଆସିଛି କରୋନା: କଳାକାରଙ୍କ ଜୀବନ ନେଇଗଲା ଭୂତାଣୁ….
କାଳ ସାଜି ଆସିଛି କରୋନା: କଳାକାରଙ୍କ ଜୀବନ ନେଇଗଲା ଭୂତାଣୁ….

ଓଡ଼ିଆ ଗସିପ୍ ବ୍ୟୁରୋ: ମହାମାରୀ କୋରନା କବଳରେ ଆଉ ଜଣେ କଳାକାର । ମହାମାରୀରେ ଚାଲିଗଲେ ଆଉ ଜଣେ ମହାନ କଳାକାର ଅଜିତ ଦାସ । ସେ ଏବେ ଅଫେରା ବାଟର ବାଟୋଇ, ଆମକୁ ଲୁହର ସାଗରରେ ଭସେଇ  ସେ ଚାଲିଯାଇଛନ୍ତି ପରପାରିକୁ । ଏବେ ତାଙ୍କ ବିୟୋଗରେ ଝୁରୁଛି ଓଲିଉଡ ଓ କଳା ଜଗତ ।

କିଛି ଦିନ ତଳେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ ଓଡ଼ିଆ ସିନେ ଜଗତର ବର୍ଷିୟାନ କଳାକାର ଅଜିତ ଦାସ । ଏହା ପରେ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଭାଗ୍ୟର ବିଡମ୍ବନା, ଆମ ସମସ୍ତଙ୍କୁ ପରକରି 71 ବର୍ଷ ବୟସରେ ଜୀବନ ଯୁଦ୍ଧରେ ହାରି ଚାଲିଗଲେ ହାକିମ ବାବୁ । ଏବେ ସେ କେବଳ ସ୍ମୃତି ଓ ଆଉ ସ୍ମୃତିରେ ହିଁ ଅମର ହୋଇ ରହିବେ ।

ଅଭିନେତା ଅଜିତ ଦାସଙ୍କ ବିୟୋଗରେ ଶୋକ ବ୍ୟକ୍ତ କରିଛନ୍ତି ସବୁ ଦଳର ନେତା, ମନ୍ତ୍ରୀ ଓ ସାଂସଦ । କେବଳ ସିନେମା ଜଗତକୁ କାହିଁକି ଏହା ସମଗ୍ର କଳା ଜଗତ ପାଇଁ ଏକ ଅପୁରଣୀୟ କ୍ଷତି ବୋଲି କହିଛନ୍ତି ଅନକ ।

 ‘ଓଡ଼ିଆ ଚଳଚ୍ଚିତ୍ର ଜଗତର ବର୍ଷୀୟାନ ଅଭିନେତା ଅଜିତ୍ ଦାସଙ୍କ ବିୟୋଗ ଖବର ଶୁଣି ମୁଁ ଗଭୀର ଭାବରେ ମର୍ମାହତ । ତାଙ୍କ ମୃତ୍ୟୁରେ ଓଡ଼ିଶା ସିନେ ଜଗତରେ ଏକ ଯୁଗର ଅନ୍ତ ଘଟିଲା । ଦୀର୍ଘ ଦଶନ୍ଧି ଧରି ସେ ଓଡ଼ିଆ ଦର୍ଶକଙ୍କୁ ନିଜ କଳାର ଯାଦୁରେ ବାନ୍ଧି ରଖିପାରିଥିଲେ । ’ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗକୁ ସମବେଦନା ଜଣାଉଛି  ବୋଲି ଟ୍ୱଟରରେ ଉଲ୍ଲେଖ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ଶ୍ରୀଯୁକ୍ତ ବିଶ୍ୱଭୂଷଣ ହରିଚନ୍ଦନ ବରିଷ୍ଠ ଏବଂ ପ୍ରଖ୍ୟାତ ଚିତ୍ର ଅଭିନେତା ଅଜିତ ଦାସଙ୍କ ବିୟୋଗରେ ଗଭୀର ଶୋକ  ପ୍ରକାଶ କରିଛନ୍ତି ଏବଂ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ସ୍ୱର୍ଗତ ଆତ୍ମାର ସଦ୍ଗତି କାମନା କରିବା ସହିତ ତାଙ୍କର ଦୁଃଖଦ ପରିବାରକୁ ସମବେଦନା ଜଣାଇଛନ୍ତି ।

ଅଜିତ ଦାସ ଥିଲେ ଓଡ଼ିଆ ସିନେ ଜଗତର ଅନ୍ୟତମ ଅପ୍ରତିଦ୍ୱନ୍ଦି ନାୟକ । ଓଡ଼ିଆ ସିନେମା ଜଗତ ପାଇଁ ଅଜିତ୍ ଦାସଙ୍କ ଅବଦାନ ଅତୁଳନୀୟ । କରଞ୍ଜିଆରେ ଜନ୍ମ ଗ୍ରହଣ କରିଥିବା ଅଜିତ୍ ଦାସ ୬୦ରୁ ଅଧିକ ଫିଲ୍ମରେ ଅଭିନୟ କରିଥିଲେ । ତାଙ୍କ ଅଭିନୀତ ହାକିମବାବୁ ଚଳଚ୍ଚିତ୍ରକୁ ମିଳିଥିଲା ଜାତୀୟ ପୁରସ୍କାର । ଉତ୍କଳ ସଙ୍ଗୀତ ବିଶ୍ୱବିଦ୍ୟାଳୟର ଡ୍ରାମା ବିଭାଗର ଅଧ୍ୟାପକ ଥିଲେ ଅଜିତ ଦାସ୍‌ । ମୁଖ୍ୟମନ୍ତ୍ରୀ, ହାକିମବାବୁ, ଲୁଚକାଳି, ସିନ୍ଦୁର ବିନ୍ଦୁ, ମାଆ, ସୁନା ଚଢ଼େଇ ଆଦି ଫିଲ୍ମରେ ସେ ଅଭିନୟ କରିଥିଲେ । ସିନ୍ଦୁର ବିନ୍ଦୁ ଚଳଚିତ୍ରରୁ ନିଜ ଫିଲ୍ମ ଯାତ୍ରା ଆରମ୍ଭ କରିଥିଲେ ଅଜିତ ଦାସ୍‌ ।

ଅଜିତ ଛୋଟବେଳରୁ ନାଟକ ସହିତ ଜଡିତ । ତାଙ୍କ ବଡ଼ବାପା ସୁଧୀର ଚନ୍ଦ୍ର ଦାସ ଜଣେ ନାଟକ ଅଭିନେତା ଥିଲେ ଓ ମୟୂରଭଞ୍ଜରେ ତାଙ୍କର ଏକ ନାଟକ ଦଳ ଥିଲା । ସେଠାରେ ନାଟକ ଦେଖୁ ଦେଖୁ ସେ ନାଟକ ଅଭିନୟ ପ୍ରତି ଆକର୍ଷିତ ହୋଇଥିଲେ ।

ଅଜିତ ଦାସଙ୍କୁ ୧୯୭୬ ମସିହାରେ ନିର୍ମିତ ସିନ୍ଦୁର ବିନ୍ଦୁ କଥାଚିତ୍ରରେ, ଖଳନାୟକ ଭୂମିକାରେ ପ୍ରଥମ ସୁଯୋଗ ଦେଇଥିଲେ ଧୀର ବିଶ୍ୱାଳ । ଏହାପରେ ସେ ନାୟକ ଓ ଚରିତ୍ର ଭୂମିକାରେ ବହୁ ଚଳଚ୍ଚିତ୍ରରେ ଅଭିନୟ କରିସାରିଛନ୍ତି । କଥାଚିତ୍ର ବ୍ୟତିତ, ସେ ଟେଲିଭିଜନ ଓ ମଞ୍ଚନାଟକ ସହିତ ମଧ୍ୟ ଜଡିତ । ସେ, ଅଜିତ ନାମକ ନାଟ୍ୟସଂସ୍ଥା ଗଠନକରି ନାଟକ ପରିବେଷଣ ଓ ନାଟ୍ୟଶିକ୍ଷା ପ୍ରଦାନ କରିଆସୁଛନ୍ତି ।

Share this story

World Odia Language Conferene