ମୁଖ୍ୟମନ୍ତ୍ରୀଙ୍କ କରୋନା ମନ୍ତ୍ର: କରୋନାକୁ ଦୂରେଇ ରଖିବାକୁ ହେଲେ ମାସ୍କ ପିନ୍ଧିବା ଜରୁରୀ…

ମୁଖ୍ୟମନ୍ତ୍ରୀଙ୍କ କରୋନା ମନ୍ତ୍ର: କରୋନାକୁ ଦୂରେଇ ରଖିବାକୁ ହେଲେ ମାସ୍କ ପିନ୍ଧିବା ଜରୁରୀ…
ମୁଖ୍ୟମନ୍ତ୍ରୀଙ୍କ କରୋନା ମନ୍ତ୍ର: କରୋନାକୁ ଦୂରେଇ ରଖିବାକୁ ହେଲେ ମାସ୍କ ପିନ୍ଧିବା ଜରୁରୀ…

ଓଡ଼ିଆ ଗସିପ୍ ବ୍ୟୁରୋ: ସୋସିଆଲ ମିଡିଆରେ କରୋନା ସଂକ୍ରମଣକୁ ନେଇ ସଚେତନ କରାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନିଜ ଅଫିସିଆଲ ଫେସବୁକ ଆକାଉଣ୍ଟ ଏବଂ ଟ୍ୱିଟର ହ୍ୟାଣ୍ଡେଲରେ ସେ ଏକ ଆନିମେସନ ଭିଡିଓ ପୋଷ୍ଟ କରିଛନ୍ତି ।

ଯେଉଁଥିରେ ବର୍ତ୍ତମାନ ସମୟରେ କରୋନା ସଙ୍କଟରୁ ଦୁରେଇ ବାକୁ ହେଲେ କେଉଁ କେଉଁ ଉପାୟ ସବୁ ଅବଲମ୍ବନ କରିବାକୁ ହେବ ତାହା ଉପରେ ପରମାର୍ଶ ଦେଇଛନ୍ତି ।

ବିଶେଷ କରି ମାସ୍କ ପରିଧାନ ଉପରେ ପର୍ଯ୍ୟବେସିତ ଥିବା ଏହି ଭିଡିଓରେ ମୁଖ୍ୟମନ୍ତ୍ରୀ ବାର୍ତ୍ତା ଦେଇଛନ୍ତି ଯେ, ‘ମାସ୍କ ଏବେ ଆମ ଜୀବନ ସହ ଜଡ଼ିତ । ନିଜ ଠାରୁ କରୋନାକୁ ଦୂରେଇ ରଖିବାକୁ ହେଲେ ମାସ୍କକୁ ଦୈନନ୍ଦିନ ଜୀବନର ଏକ ଅଂଶ ଭାବେ ଗ୍ରହଣ କରନ୍ତୁ । ବ୍ୟକ୍ତିଗତସ୍ତରରେ ଆପଣଙ୍କ ଶୃଙ୍ଖଳା ଓ ସାବଧାନତା ହିଁ କରୋନାଠୁ ଦେବ ସୁରକ୍ଷା।’ ।

ମୁଖ୍ୟମନ୍ତ୍ରୀଙ୍କ ଏହି ଭିଡିଓ ବାର୍ତ୍ତାକୁ ଅନେକ ପସନ୍ଦ କରିଥିବା ବେଳେ ଏହାକୁ ନେଇ ଅନେକ ପ୍ରତିକ୍ରିୟା ମଧ୍ୟ ରଖିଛନ୍ତି । ଫେସବୁକରେ ଭାରି ଭାଇରାଲ ହେଉଥିବା ମୁଖ୍ୟମନ୍ତ୍ରୀଙ୍କ ଏହି ପୋଷ୍ଟରେ ପ୍ରିୟଙ୍କା ମହାନ୍ତି ନାମକ ଜଣେ ୟୁଜର୍ସ ଲେଖିଛନ୍ତି ‘ବାହାରକୁ ଯାଉଛନ୍ତି ତ ମାସ୍କ ପିନ୍ଧନ୍ତୁ । ବର୍ତ୍ତମାନ ସମୟରେ ଆମକୁ ଆହୁରି ସଚେତନ ହୋଇ ଚଳିବାକୁ ପଡିବ । ସମସ୍ତଙ୍କୁ ଅନୁରୋଧ ଘରେ ରୁହନ୍ତୁ ସୁରକ୍ଷିତ ରୁହନ୍ତୁ । ବର୍ତ୍ତମାନ ସମୟରେ ମାସ୍କ ହିଁ ଆମ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ।’

ସେହିଭଳି ମନୋରଞ୍ଜନ ସାହୁ ନାମକ ଅନ୍ୟଜଣେ ଫେସବୁକ୍ ୟୁଜର୍ସ ଲେଖିଛନ୍ତି ‘ହାତ ଧୋଇବା, ମାସ୍କ ପିନ୍ଧିବା, ବାହାରେ ନବୁଲି ଘରେ ରହିବା, ନିଜେ ସୁରକ୍ଷିତ ରହିବା, ଅନ୍ୟମାନଙ୍କୁ ସୁରକ୍ଷିତ ରଖିବା । ଏହା ହିଁ ହେଉଛି ବର୍ତ୍ତମାନ ସମୟର ଆହ୍ୱାନ । ଆମେ ସମସ୍ତେ ଜଣେ ଜଣେ ଯୋଦ୍ଧାର ଭୂମିକା ତୁଲାଇବା । ଆମେ ନିଜେ ହିଁ କରୋନା ରୋଗର ପ୍ରକୃତ ଔଷଧ । ’

ସିଦ୍ଧିରାଜୁ ସାହୁ ଲେଖିଛନ୍ତି ‘ମାସ୍କ ପିନ୍ଧି ସଚେତନ ହୋଇ କରୋନା ଠାରୁ ନିଜକୁ ଦୂରେଇ ରଖନ୍ତୁ । ନିଜର ସୁରକ୍ଷା ନିଜ ହାତରେ । ଆମେ ସମସ୍ତେ ସଚେତନ ହେଲେ ହିଁ ଏହି ମହାମାରୀକୁ ହରାଇବା ସହଜ ହୋଇପାରିବ । ’
ଆପଣ ବି ସଚେତନ ହୁଅନ୍ତୁ ଏବଂ ଅନ୍ୟଙ୍କୁ ସଚେତନ କରାନ୍ତୁ ।

Share this story

World Odia Language Conferene