ଦକ୍ଷ ସଂଗଠକ ଥିଲେ ବିଷ୍ଣୁ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଦକ୍ଷ ସଂଗଠକ ଥିଲେ ବିଷ୍ଣୁ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଦକ୍ଷ ସଂଗଠକ ଥିଲେ ବିଷ୍ଣୁ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଓଡ଼ିଆ ଗସିପ୍ ବ୍ୟୁରୋ: ପୂର୍ବତନ ମନ୍ତ୍ରୀ, ସାଂସଦ ତଥା ବରିଷ୍ଠ ବିଜେଡି ନେତା ବିଷ୍ଣୁ ଦାସଙ୍କ ବିୟୋଗରେ ଶୋକ ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନିଜ ଶୋକ ବାର୍ତ୍ତାରେ ନବୀନ କହିଛନ୍ତି ଯେ, ସ୍ୱର୍ଗତ ବିଷ୍ଣୁ ଦାସ ଜଣେ ଦକ୍ଷ ସଂଗଠକ, ରାଜନେତା ଓ ପ୍ରଶାସକ ଥିଲେ । ମନ୍ତ୍ରୀ, ସାଂସଦ ତଥା ବିଧାୟକ ଭାବରେ ବିଭିନ୍ନ କ୍ଷେତ୍ରରେ ସେ ତାଙ୍କର ଅବଦାନ ଛାଡ଼ି ଯାଇଛନ୍ତି ।

ଦକ୍ଷ ସଂଗଠକ ଥିଲେ ବିଷ୍ଣୁ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ବିଶେଷ କରି ଜଗତସିଂହପୁର ଅଞ୍ଚଳର ବିକାଶ କ୍ଷେତ୍ରରେ ସ୍ୱର୍ଗତ ବିଷ୍ଣୁ ଦାସଙ୍କ ଉଲ୍ଲେଖନୀୟ ଅବଦାନ ରହିଥିବା ନିଜ ଶୋକ ବାର୍ତ୍ତାରେ ଉଲ୍ଲେଖ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସମାଜର ଦଳିତ ଓ ପଛୁଆ ବର୍ଗର ଲୋକମାନଙ୍କ ପାଇଁ ସେ ସାରା ଜୀବନ ଉତ୍ସର୍ଗୀକୃତ ଥିଲେ ବୋଲି ମଧ୍ୟ କହିଛନ୍ତି ମୁଖ୍ୟମନ୍ତ୍ରୀ ।

ବିଜୁ ଜନତା ଦଳର ଜଣେ ବରିଷ୍ଠ ନେତା ଭାବରେ ଦଳର ସାଂଗଠନିକ ଶକ୍ତିକୁ ମଜଭୂତ କରିବା କ୍ଷେତ୍ରରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ତାଙ୍କର ଅମାୟିକ ସ୍ୱଭାବ ପାଇଁ ସେ ଦଳମତ ନିର୍ବିଶେଷରେ ସମସ୍ତଙ୍କ ପ୍ରିୟପାତ୍ର ହୋଇପାରିଥିଲେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ।

ଶେଷରେ ଅମର ଆତ୍ମାର ସଦଗତି କାମନା କରିବା ସହ ସ୍ୱର୍ଗତ ଦାସଙ୍କ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି ।

Share this story

World Odia Language Conferene