ସୁଶାନ୍ତଙ୍କ ଦାହ ବେଳର ଭିଡିଓ ଦେଖି ଖପ୍ପା ହେଲେ ପୂର୍ବତନ ପ୍ରେମିକା ଅଙ୍କିତା

ସୁଶାନ୍ତଙ୍କ ଦାହ ବେଳର ଭିଡିଓ ଦେଖି ଖପ୍ପା ହେଲେ ପୂର୍ବତନ ପ୍ରେମିକା ଅଙ୍କିତା
ସୁଶାନ୍ତଙ୍କ ଦାହ ବେଳର ଭିଡିଓ ଦେଖି ଖପ୍ପା ହେଲେ ପୂର୍ବତନ ପ୍ରେମିକା ଅଙ୍କିତା

ଓଡ଼ିଆ ଗସିପ୍ ବ୍ୟୁରୋ: ସୋସିଆଲ ମିଡିଆରେ ଏବେ ଭାଇରାଲ  ହେଉଛି ସୁଶାନ୍ତ ସିଂ ରାଜପୁତଙ୍କ ଅନ୍ତିମ ସଂସ୍କାର ବେଳର ଭିଡିଓ । ଆଉ ତଳେ ଦିଆଯାଇଥିବା ଟ୍ୱିଟ୍ ହେଉଛି ସୁଶାନ୍ତଙ୍କ ପୂର୍ବତନ ପ୍ରେମିକା ଅଙ୍କିତା ଲୋଖଣ୍ଡେଙ୍କ ।

ଭିଡିଓଟି ସେୟାର କରି ସୋସିଆଲ ମିଡିଆ ବ୍ୟବହାରକାରୀ ଲେଖିଥିଲେ, ମୁଁ ଏହି ଭିଡିଓ ସେୟାର କରିବାକୁ ଚାହୁଁ ନ ଥିଲି। ହେଲେ ଭିଡିଓଟି ଏଥିପାଇଁ ସେୟାର କରୁଛି ଯେ, ଯେତେବେଳେ କାହାକୁ ବଲିଉଡ୍ ଫିଲ୍ମ ଦେଖିବାକୁ ଇଚ୍ଛା ହେବ, ସେତେବେଳେ ସେ ଏହି ଭିଡିଓ ଥରେ ନିଶ୍ଚୟ ଦେଖିନେବେ। ଏଭଳି କ୍ୟାପସନ ଲେଖି ଫ୍ୟାନ୍ ଜଣକ ହ୍ୟାଶ୍ ଟ୍ୟାଗ୍ ଦେଇ ଜଷ୍ଟିସ୍ ଫର୍ ସୁଶାନ୍ତ ବୋଲି ମଧ୍ୟ ଲେଖିଛନ୍ତି। ଯାହାକୁ ନେଇ ଖପ୍ପା ହୋଇ ଏମିତି ଲେଖିଛନ୍ତି ଅଙ୍କିତା ।

ଅଙ୍କିତା ଲୋଖଣ୍ଡେ କ୍ଷପ୍ପା ହେବା ସହିତ ଲେଖିଛନ୍ତି, ଆପଣଙ୍କ ଅସୁବିଧା କ’ଣ। ଏଭଳି ଭିଡିଓ ସେୟାର କରିବା ବନ୍ଦ କରନ୍ତୁ। ଏହା ଅତ୍ୟନ୍ତ କଷ୍ଟଦାୟକ। ଆପଣଙ୍କୁ ଅନୁରୋଧ କରୁଛି ତୁରନ୍ତ ଏହି ଭିଡିଓ ଡିଲ୍ଟ କରିଦିଅନ୍ତୁ। ଆମେ ଜାଣିଛୁ ଯେ ଆପଣମାନେ ସୁଶାନ୍ତଙ୍କୁ ବହୁତ ଭଲପାଆନ୍ତି। ହେଲେ ସମର୍ଥନ କରିବାର ଏଭଳି ଶୈଳୀ ଅନେକଙ୍କୁ କଷ୍ଟ ପହଁଞ୍ଚାଇବା ଠିକ୍ ନୁହେଁ।

ଅଙ୍କିତାଙ୍କ ଏଭଳି ପ୍ରତିକ୍ରିୟା ପରେ ଫ୍ୟାନ ଜଣକ ସୋସିଆଲ ମିଡିଆରୁ ଭିଡିଓଟିକୁ ହଟାଇ ଦେଇଛନ୍ତି।

Share this story

World Odia Language Conferene