ଶାସନର ଏତେ ବର୍ଷ ପରେ ନବୀନ ସରକାର ନେଲେ ବଡ଼ ନିଷ୍ପତ୍ତି, ଓଡ଼ିଆ ଗର୍ବିତ

ଶାସନର ଏତେ ବର୍ଷ ପରେ ନବୀନ ସରକାର ନେଲେ ବଡ଼ ନିଷ୍ପତ୍ତି, ଓଡ଼ିଆ ଗର୍ବିତ
ଶାସନର ଏତେ ବର୍ଷ ପରେ ନବୀନ ସରକାର ନେଲେ ବଡ଼ ନିଷ୍ପତ୍ତି, ଓଡ଼ିଆ ଗର୍ବିତ

ଓଡ଼ିଆ ଗସିପ୍ ବ୍ୟୁରୋ: ଓଡ଼ିଶାର ରାଜ୍ୟ ସଂଗୀତ ହେଲା ‘ବନ୍ଦେ ଉତ୍କଳ ଜନନୀ’ । କାନ୍ତକବୀ ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଲିଖିତ ଏହି ଲେଖାକୁ ଆଜି ନବୀନ କ୍ୟାବିନେଟ୍ ମଞ୍ଜୁର ପ୍ରଦାନ କରିଛି । ଆଜି ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକରେ ‘ବନ୍ଦେ ଉତ୍କଳ ଜନନୀ’କୁ ରାଜ୍ୟ ସଂଗୀତର ମାନ୍ୟତା ମିଳିଛି । ରାଜ୍ୟ କ୍ୟାବିନେଟ୍ ବୈଠକରେ ‘ବନ୍ଦେ ଉତ୍କଳ ଜନନୀ’କୁ ରାଜ୍ୟ ସଂଗୀତର ମାନ୍ୟତା ପ୍ରସ୍ତାବକୁ ଅନୁମୋଦନ ମିଳିଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭିଡିଓ କନ୍‌ଫରେନ୍ସିଂରେ ଅନୁଷ୍ଠିତ ଏହି ବୈଠକରେ ମାତ୍ର ଏହି ଗୋଟିଏ ପ୍ରସ୍ତାବ ପାରିତ ହୋଇଥିବା ସୂଚନା ମିଳିଛି ।

ନବୀନ ନିବାସରୁ ମୁଖ୍ୟମନ୍ତ୍ରୀ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ବୈଠକରେ ଯୋଗ ଦେଇଥିବା ବେଳେ ଅନ୍ୟ ମନ୍ତ୍ରୀ ଓ ପ୍ରଶାସନିକ ଅଧିକାରୀମାନେ ଲୋକସେବା ଭବନରେ ଉପସ୍ଥିତ ଥିଲେ ।

୧୯୧୨ ମସିହାରୁ ଏହି ସଙ୍ଗୀତ ଉତ୍କଳ ଅଧିବେଶନର ବିଭିନ୍ନ ଅଧିବେଶନରେ ଗାନ କରାଯାଉଛି । ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ପରେ ଏହା ଜନମାନସରେ ରହିଆସିଛି । କୋଭିଡ୍ ଯୋଦ୍ଧାଙ୍କ ତ୍ୟାଗକୁ ସମ୍ମାନ ଜଣାଇବା ସହ ଉତ୍ସାହିତ କରିବାକୁ ମେ’ ୩୦ ସନ୍ଧ୍ୟାରେ ‘ବନ୍ଦେ ଉତ୍କଳ ଜନନୀ’ ମୁଖ୍ୟମନ୍ତ୍ରୀ ଆହ୍ୱାନ କ୍ରମେ ଗାନ କରାଯାଇଥିଲା ।

କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଏହି ସୃଷ୍ଟିକୁ ରାଜ୍ୟ ସଙ୍ଗୀତ ଭାବେ ଗ୍ରହଣ କରାଯାଇଛି । ଏହାର ରେକର୍ଡିଂ ସହ ଢାଞ୍ଚା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପ୍ରସ୍ତୁତ କରିବ । ବିଧାନସଭା ଅଧିବେଶନ ଓ ଅନ୍ୟ ସରକାରୀ କାର୍ଯ୍ୟକ୍ରମରେ ଏହା ଗାନ କରାଯିବ । ବିଦ୍ୟାଳୟ, ମହାବିଦ୍ୟାଳୟ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଏହାର ଗାନ କରାଯିବ । ଉଦଘାଟନୀ ଓ ଉଦଯାପନୀ ଉତ୍ସବରେ ଏହାକୁ ଗାନ କରାଯିବ । ଗାନ ବେଳେ ସମସ୍ତେ ଛିଡ଼ା ହେବେ । ବୟସ୍କ ଓ ଶାରୀରିକ ଅସୁସ୍ଥତା ବ୍ୟକ୍ତି ବସିରହି ସଙ୍ଗୀତକୁ ସମ୍ମାନ ଜଣାଇବେ ।

ସଙ୍ଗୀତର ପ୍ରଚାର ପ୍ରସାର ଅଭିବୃଦ୍ଧି ଲାଗି କୌଣସି କଟକଣା ରହିବ ନାହିଁ । ବିଦ୍ୟାଳୟ ଓ ମହାବିଦ୍ୟାଳୟର ପାଠ୍ୟକ୍ରମରେ ‘ବନ୍ଦେ ଉତ୍କଳ ଜନନୀ’ ସଙ୍ଗୀତକୁ ସାମିଲ୍ ପାଇଁ ଉଚ୍ଚଶିକ୍ଷା ବିଭାଗ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ।

Share this story

World Odia Language Conferene