ବ୍ୟକ୍ତିଗତ ଋଣ ନେଉଥିଲେ ସାବଧାନ!

ବ୍ୟକ୍ତିଗତ ଋଣ ନେଉଥିଲେ ସାବଧାନ!
ବ୍ୟକ୍ତିଗତ ଋଣ ନେଉଥିଲେ ସାବଧାନ!

ଓଡ଼ିଆ ଗସିପ ବ୍ୟୁରୋ:  ପର୍ସନାଲ ଲୋନ୍ ବା ବ୍ୟକ୍ତିଗତ ଋଣ ଏକ ଅସୁରକ୍ଷିତ ଲୋନ୍।

ମେଡିକାଲ ଖର୍ଚ୍ଚ,କୌଣସି ଦାମୀ ସାମଗ୍ରୀ କ୍ରୟ କିମ୍ବା ଭ୍ରମଣ ପାଇଁ ଆପଣ ଏହି ଲୋନ୍ ନେଇ ପାରିବେ।

କିଛି ବ୍ୟକ୍ତି ପୁରୁଣା ଲୋନ୍ ଶୁଝିବା ପାଇଁ ମଧ୍ୟ ପର୍ସନାଲ ଲୋନ୍ ନେଇଥାନ୍ତି।

ଏହି ଲୋନରେ ମିଳୁଥିବା ରାଶିକୁ ଆପଣ ନିଜ ଇଛାମୁତାବକ ଖର୍ଚ୍ଚ କରିପାରିବେ।

ତେଣୁ ଅନେକ ବ୍ୟକ୍ତି ଏହି ଲୋନକୁ ପସନ୍ଦ କରିଥାନ୍ତି।

ବ୍ୟକ୍ତିଗତ ଋଣ ପାଇଁ ଯୋଗ୍ୟତା

ପର୍ସନାଲ ଲୋନ୍ ଦେବା ପୂର୍ବରୁ ବ୍ୟାଙ୍କ ଆପଣଙ୍କ ଆର୍ଥିକ କ୍ଷମତାର ଯାଂଚ କରିଥାଏ।

ଆପଣଙ୍କ ପେଶା,ଚାକିରି ଓ ଆର୍ଥିକ ସ୍ଥିତି ତଥା ଲୋନ୍ ଶୁଝିବା କ୍ଷମତା ବାବଦରେ ବ୍ୟାଙ୍କ ତଥ୍ୟ ନେଇଥାଏ।

ଏହା ସହ ଆପଣଙ୍କ କ୍ରେଡିଟ୍ ହିଷ୍ଟ୍ରିର ମଧ୍ୟ ଯାଞ୍ଚ ହୋଇଥାଏ ।

ଲୋନ୍ ଦେବା ପୂର୍ବରୁ ବ୍ୟାଙ୍କ ଜାଣିବାକୁ ଚେଷ୍ଟା କରିଥାଏ ଯେ, ଆପଣ ଲୋନ୍ ଶୁଝିବାକୁ ସକ୍ଷମ ଅଟନ୍ତି।

ତେବେ ଏହି ଲୋନ୍ ନେବା ପୂର୍ବରୁ କିଛି କଥା ଧ୍ୟାନରେ ରଖନ୍ତୁ।

ବ୍ୟକ୍ତିଗତ ଋଣ ଓ ସୁଧ ହାର

ପର୍ସନାଲ ଲୋନ୍ ନେବା ପୂର୍ବରୁ ସୁଧ ହାର ଉପରେ ସବୁବେଳେ ଧ୍ୟାନ ଦିଅନ୍ତୁ।

ପର୍ସନାଲ ଲୋନ୍ ଉପରେ ସୁଧ ହାର ସବୁବେଳେ ଅଧିକ ହୋଇଥାଏ।

ଆପଣଙ୍କ କ୍ରେଡିଟ୍ ହିଷ୍ଟ୍ରି ଇତିହାସକୁ ନେଇ ଏହା ୧୩ ପ୍ରତିଶତରୁ ୨୨ ପ୍ରତିଶତ ପର୍ଯ୍ୟନ୍ତ ହୋଇଥାଏ।

ଯଦି ଅଧିକ ଲୋନ୍ ନାହିଁ ତେବେ ସୁଧ କମ ହୋଇଥାଏ

ଋଣ ବା ଲୋନ ରାଶି

ଆପଣଙ୍କ ଲୋନ୍ ରାଶି ଆପଣ କେଉଁ ବିକଳ୍ପ ବାଛନ୍ତି ତା’ଉପରେ ନିର୍ଭର କରିଥାଏ।

ପର୍ସନାଲ ଲୋନର ଅନେକ ଫାଇଦା ରହିଛି।

ଆପଣ କେଇ ହଜାର ଟଙ୍କାରୁ ଲକ୍ଷାଧିକ ଟଙ୍କା ଲୋନ୍ ଭାବେ ନେଇ ପାରିବେ।

ତେବେ ବ୍ୟାଙ୍କ ଆପଣଙ୍କୁ କେତେ ଟଙ୍କା କରଜ ଦେବ ତାହା ଆପଣଙ୍କ ଲୋନ୍ ଶୁଝିବା ଇତିହାସ ଉପରେ ନିର୍ଭର କରିଥାଏ।

ଯଦି ଆପଣଙ୍କର କମ ଟଙ୍କା ଆବଶ୍ୟକ ତେବେ କ୍ରେଡିଟ୍ କାର୍ଡ୍ ଲୋନ୍ ସବୁଠୁ ଭଲ।

ଲୋନ୍ ରାଶି ଆପଣଙ୍କ କ୍ରେଡିଟ୍ କାର୍ଡର ବଳକା ସୀମା ଉପରେ ନିର୍ଭର କରିଥାଏ।

ତେଣୁ ଆପଣ ଯଦି ସେହି ସୀମାଠାରୁ ଅଧିକ ଟଙ୍କା ମାଗିବେ ତେବେ ବ୍ୟାଙ୍କ ଆପଣଙ୍କୁ ଟଙ୍କା ଦେଇ ନପାରେ।

ଋଣ ସୁଝିବାର ସମୟସୀମା

ପର୍ସନାଲ ଲୋନ୍ ଅବଧି ୧ରୁ ୫ ବର୍ଷ ହୋଇଥାଏ।

ଏହି ଅବଧି ଭିତରେ ଆପଣଙ୍କୁ ଟଙ୍କା ଶୁଝିବାକୁ ପଡ଼ିଥାଏ।

ଋଣ ପାଇଁ ଆବଶ୍ୟକ ଦସ୍ତାବିଜ୍ ବା କାଗଜପତ୍ର

ପର୍ସନାଲ ଲୋନ୍- ଲୋନ୍ ପାଇଁ ଆପଣଙ୍କୁ ପାନ୍‌ କାର୍ଡ, ୬ ମାସର ବ୍ୟାଙ୍କ ଷ୍ଟେଟମେଣ୍ଟ, ପରିଚୟପତ୍ର ଓ ଠିକଣାର ପ୍ରମାଣ ତଥା ୩ ବର୍ଷର ଆଇଟିଆର ଦେବାକୁ ପଡ଼ିଥାଏ।

Share this story

World Odia Language Conferene