ବାଲେଶ୍ଵରରୁ ଅରିନ୍ଦମ, ଷ୍ଟାର ତାଲିକାରୁ ଅନୁଭବଙ୍କୁ ହଟାଇଲେ ବବି

ବାଲେଶ୍ଵରରୁ ଅରିନ୍ଦମ, ଷ୍ଟାର ତାଲିକାରୁ ଅନୁଭବଙ୍କୁ ହଟାଇଲେ ବବି
ବାଲେଶ୍ଵରରୁ ଅରିନ୍ଦମ, ଷ୍ଟାର ତାଲିକାରୁ ଅନୁଭବଙ୍କୁ ହଟାଇଲେ ବବି

ଓଡ଼ିଆ ଗସିପ ବ୍ୟୁରୋ: ବିଜେଡି ଷ୍ଟାର ତାଲିକାରୁ ଅନୁଭବ ଆଉଟ । ଇନ କଲେ ସୁପରଷ୍ଟାର ଅରିନ୍ଦମ । କେବଳ ଇନ କଲେ ତାହା ନୁହେଁ, ଗ୍ରାଣ୍ଡ ଏଣ୍ଟ୍ରି ପାଇଁ ପ୍ରସ୍ତୁତ ବି ହେଲେ । କଥାଟି ଶୁଣିବାକୁ ଅଡ଼ୁଆ ଲାଗୁଥିଲେ ବି ସତ । ଅନୁଭବଙ୍କ ପାରିବାରିକ ବିବାଦ ଏକପ୍ରକାର ଅରିନ୍ଦମଙ୍କୁ ସୁହାଇଛି ।

ଆଉ ଏହି ଷ୍ଟାର ଏଣ୍ଟ୍ରି ଚକ୍କରରେ ଅରିନ୍ଦମ ବାଲେଶ୍ଵର ଉପନିର୍ବାଚନ ପ୍ରାର୍ଥୀ ମଧ୍ୟ ହେଉଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି । ଗୋଟିଏ ପଟେ ଷ୍ଟାର ମାନ୍ୟତା ଓ ଅନ୍ୟପଟେ ଦଳର ହେଭିୱଟ ତଥା ଚାଣକ୍ୟ କୁହାଯାଉଥିବା ଯୁବନେତା ବବି ଦାସଙ୍କ ଭିଣୋଇ ହୋଇଥିବାରୁ ଅରିନ୍ଦମ ଏହି ଟିକେଟ ପାଇବା ପ୍ରାୟ ସ୍ଥିର ହୋଇଥିବା ପାୱାର କରିଡରରୁ ସୂଚନା ମିଳିଛି ।

ସୂଚନାଯୋଗ୍ୟ ବାଲେଶ୍ଵର ଉପନିର୍ବାଚନ ତାରିଖ ଘୋଷଣା ହେବାକୁ ଥିବାବେଳେ ରାଜ୍ୟର ପ୍ରମୁଖ ରାଜନୈତିକ ଦଳ ବାଜିମାତ କରିବାକୁ ପ୍ରସ୍ତୁତ ହେଲେଣି । ୨୦୧୯ ସାଧାରଣ ନିର୍ବାଚନରେ ନିଜ ଗଡ଼ ହରାଇଥିବା ବିଜେଡି, ବିଜେପି ବିଧାୟକ ମଦନ ମୋହନ ଦତ୍ତଙ୍କ ଦେହାନ୍ତ ପରେ ଏହି ଆସନ ପୁନର୍ବାର ଫେରିପାଇବାକୁ ପ୍ରୟାସ ଆରମ୍ଭ କଲେଣି ।

ଏହି ବାଲେଶ୍ୱର ବିଧାୟକ ଆସନ ପାଇଁ ଓଡ଼ିଆ ଫିଲ୍ମର ହିରୋ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାଶଙ୍କ ଭିଣୋଇ ଅରିନ୍ଦମଙ୍କ ନାଁ ବିଜେଡି ଅଗଧାଡ଼ିର କିଛି ନେତା ନିର୍ଦ୍ଧାରିତ କରିସାରିଲେଣି ।

ଅପରପକ୍ଷରେ କଂଗ୍ରେସ ପକ୍ଷରୁ ନବଜ୍ୟୋତି ପଟ୍ଟନାୟକ ଏବଂ ବିଜେପି ପକ୍ଷରୁ ସ୍ବର୍ଗତ ମଦନ ମୋହନଙ୍କ ପତ୍ନୀ କିମ୍ବା ତାଙ୍କ ସୁପୁତ୍ରକୁ ପ୍ରାର୍ଥୀ କରାଯିବା ସ୍ପଷ୍ଟ ହୋଇଛି ।

ସେହିପରି ଏହି ରେସରେ ଥିବା ଅନ୍ୟ ପ୍ରମୁଖ ପ୍ରାର୍ଥୀମାନେ ହେଲେ ବିଜେଡ଼ି ପୂର୍ବତନ ପ୍ରାର୍ଥୀ ଜୀବନ ପ୍ରଦୀପ ଦାସ ଏବଂ ବାଲେଶ୍ଵର ପୂର୍ବତନ ବିଜେଡି ସାଂସଦ ରବୀନ୍ଦ୍ର ଜେନାଙ୍କ ପତ୍ନୀ ସୁବସିନୀ ଜେନାଙ୍କ ନାଁ ଏହି ପ୍ରାର୍ଥୀ ତାଲିକାରେ ରହିଛି । ଦେଖିବାକୁ ବାକି ରହିଲା ବାଲେଶ୍ଵରରୁ ବିଜେଡ଼ି କାହାକୁ ନିଜର ପ୍ରାର୍ଥୀ କରୁଛି ।

Share this story

World Odia Language Conferene