ବୁଝାମଣାରେ ସମସ୍ୟା ସମାଧାନ କର: ସୁପ୍ରିମକୋର୍ଟ

ବୁଝାମଣାରେ ସମସ୍ୟା ସମାଧାନ କର: ସୁପ୍ରିମକୋର୍ଟ
ବୁଝାମଣାରେ ସମସ୍ୟା ସମାଧାନ କର: ସୁପ୍ରିମକୋର୍ଟ

ଓଡ଼ିଆ ଗସିପ ବ୍ୟୁରୋ: କେନ୍ଦ୍ରାପଡ଼ା ବିଜେଡି ସାଂସଦ ତଥା ଓଡ଼ିଆ ସିନେ ଅଭିନେତା ଅନୁଭବ ମହାନ୍ତି ଏବଂ ତାଙ୍କ ଅଭିନେତ୍ରୀ ପତ୍ନୀ ବର୍ଷା  ପ୍ରିୟଦର୍ଶିନୀ ପାରିବାରିକ ବିବାଦ ମାମଲାରେ ଏକ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଛନ୍ତି ଦେଶର ସର୍ବୋଚ୍ଚ ନ୍ୟାୟାଳୟ-ସୁପ୍ରିମକୋର୍ଟ ।

ଦିଲ୍ଲୀ ପଟିଆଲା ହାଉସ କୋର୍ଟରେ ସାଂସଦଙ୍କ ବିବାହ ବିଚ୍ଛେଦ ଆବେଦନକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ବର୍ଷାଙ୍କ ଆବେଦନର ଶୁଣାଣି କରି କୋର୍ଟ କହିଛନ୍ତି ଯେ, ମଧ୍ୟସ୍ଥି ଜରିଆରେ ଏହି ବିବାଦର ସମାଧାନ କର ।

ଜଷ୍ଟିସ ହୃଷିକେଶ ରୟଙ୍କ ଜଣିକିଆ ଖଣ୍ଡପୀଠ ଆଜି ଆବେଦନର ଶୁଣାଣି କରି ଏହି ପରାମର୍ଶ ଦେଇଛନ୍ତି ।

ଏନଇ ଉଭୟ ପକ୍ଷଙ୍କୁ କୋର୍ଟ ନୋଟିସ ମଧ୍ୟ ଜାରି କରିଛନ୍ତି ।

ସେପ୍ଟେମ୍ବର 19ରେ ସାଂସଦ ଅନୁଭବ ମହାନ୍ତିଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ଅନୁଭବଙ୍କ ବିରୋଧରେ ସୁପ୍ରିମକୋର୍ଟ ଯାଇଥିଲେ ।

ଦିଲ୍ଲୀ ପଟିଆଲା ହାଉସ କୋର୍ଟରେ ଅନୁଭବ ମହାନ୍ତି ଯେଉଁ ବିବାହ ବିଛେଦ ଆବେଦନ କରିଛନ୍ତି ତାକୁ କଟକ ଫ୍ୟାମିଲି କୋର୍ଟକୁ ସ୍ଥାନାନ୍ତର କରାଯାଉ ବୋଲି ବର୍ଷା ନିବେଦନ କରିଥିଲେ ।

ଯାହା ଆଜି କୋର୍ଟରେ ସ୍ଥଗିତ ରହିଛି ।

ସୂଚନା ଥାଉ କି ଆସନ୍ତା ଡିସେମ୍ବର 10ରେ ପିଟିଆଲା ହାଉସ କୋର୍ଟରେ ଉପସ୍ଥିତ ରହିବାକୁ ବର୍ଷାଙ୍କୁ ନୋଟିସ୍ ଜାରି କରାଯାଇଛି  ।

Share this story

World Odia Language Conferene