ବର୍ଷାର ପ୍ରକୋପ ଜାରି:ବଦ୍ରିନାଥ ଜାତୀୟ ରାଜପଥ, ଅଟଳ ଟନେଲ ବନ୍ଦ

 

ଓଡ଼ିଆ ଗସିପ୍ ବ୍ୟୁରୋ: ଦେଶର ଉତ୍ତର ପଶ୍ଚିମ ଅଞ୍ଚଳରେ ଶନିବାର ଏବଂ ରବିବାର ପ୍ରବଳ ବର୍ଷା ହୋଇଛି । ଅନେକ ଅଞ୍ଚଳ ଜଳମଗ୍ନ ହୋଇଥିବା ଦେଖିବାକୁ ମିଳିଛି । ଗୋଟିଏ ପଟେ ଦିଲ୍ଲୀରେ ବର୍ଷ ୪୧ ବର୍ଷର ରେକର୍ଡ ଭାଙ୍ଗିିସାରିଥିବା ବେଳେ ଅନ୍ୟପଟେ ଜାମ୍ମୁକାଶ୍ମୀର, ହିମାଚଳପ୍ରଦେଶ ସମେତ ପଞ୍ଜାବ, ହରିୟାଣା ଏବଂ ରାଜସ୍ଥାନରେ ପ୍ରବଳ ବର୍ଷା ଦେଖିବାକୁ ମିଳିଛି । 

ଅଧିକ ପଢ଼ନ୍ତୁ: କାହିଁକି ବିଶ୍ୱକପକୁ ବୟକଟ୍ କରିବାକୁ ଧମକ ଦେଲେ ପାକିସ୍ତାନ କ୍ରୀଡାମନ୍ତ୍ରୀ ? ମାଡ଼ ହୋଇଯ।ଇଛି କି ମନ୍ତ୍ରୀଙ୍କ ମୁଣ୍ଡ

ହରିୟାଣାର ଗୁରୁଗ୍ରାମ, ଅମ୍ବାଲା ସମେତ ଅନେକ ଜିଲ୍ଲାରେ ରାସ୍ତା ପାଣିରେ ଧୋଇଯାଇଛି । ହିମାଚଳ ପ୍ରଦେଶରେ ବର୍ଷା ପରେ ବ୍ୟାସ ନଦୀ ବିପଦସ୍ତର ଉପରେ ପ୍ରବାହିତ ହେଉଛି । କାଙ୍ଗଡା, ମଣ୍ଡି ଏବଂ ଶିମଲାରେ ବିପଦସ୍ଥିତି ସହ ଲଢେଇ ପାଇଁ ଏନଡିଆରଏଫ ଏବଂ ଏସଡିଆରଏଫର ଟିମ୍ ଉପସ୍ଥିତ ରହିଛନ୍ତି । 

ଅଧିକ ପଢ଼ନ୍ତୁ: ଏଥର ନିଶ୍ଚିତ ଇସ୍ରୋ ଜିଣିବ ଚନ୍ଦ୍ର ଅଭିଯାନ: ସପ୍ତାହକ ପରେ ରକେଟରେ ଜହ୍ନମାମୁଁର ଦେଶ ଯିବ ଚନ୍ଦ୍ରଯାନ

ରାଜ୍ୟରେ ୨୪ ଘଣ୍ଟାରେ ବର୍ଷା ସମ୍ବନ୍ଧିତ ଅଲଗା ଅଲଗା ଘଟଣା ସାମ୍ନାକୁ ଆସିଛି । ଏଥିରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ଖବର ମଧ୍ୟ ସାମ୍ନାକୁ ଆସିଛି ।

ଅଧିକ ପଢ଼ନ୍ତୁ: ସହବାସ ବା ମୈଥୁନ ଚିନ୍ତାରୁ ସର୍ବଦା ଦୂରେଇ ରହିବା ଉଚିତ୍, କାହିଁକି ଜାଣନ୍ତୁ

ଶିମଲାରେ ୩ ଜଣ, ଚମ୍ବାରେ ଜଣେ ଏବଂ କୁଲ୍ଲୁରେ ଜଣଙ୍କର ମୃତ୍ୟୁ ଖବର ସାମ୍ନାକୁ ଆସିଛି । ଡଲହୌଜି-ପଠାନକୋଟ ରାଷ୍ଟ୍ରୀୟ ରାଜପଥରେ ବର୍ଷା ଯୋଗୁ ରାସ୍ତାଘାଟ ପ୍ରଭାବିତ ହୋଇଛି । ଏହା କାରଣରୁ ଯାତାୟତ ବାଧାପ୍ରାପ୍ତ ହୋଇଛି । ସେହିଭଳି ମନାଲିରେ ଅଟଳ ଟନେଲକୁ ମଧ୍ୟ ବନ୍ଦ କରିଦିଆଯାଇଛି ।