ଚମକିବେ ଟିକଟକ୍ ଷ୍ଟାର! ଜୁଲାଇ ୨୨ ପରେ ଭାଗ୍ୟ ନିର୍ଦ୍ଧାରଣ, ପ୍ରଶ୍ନର ଉତ୍ତର ନମିଳିଲେ ପ୍ଲେ ଷ୍ଚୋରରେ ମିଳିବନି ଅନୁମତି…

ଓଡ଼ିଆ ଗସିପ୍ ବ୍ୟୁରୋ: ଟିକଟକ୍ ଫେରିବ ନା ଫେରିବନି । ଏବେ ଏହି ଦ୍ୱନ୍ଦରେ ଅଛନ୍ତି ଟିକଟକ୍ ଷ୍ଟାର । କାହିଁକି ଗୁଗଲ ପ୍ଲେ ଷ୍ଟୋରରେ ଉପଲବ୍ଧ ହେବାକୁ ହେଲେ କେନ୍ଦ୍ର ସରକାରଙ୍କ କେତୋଟି ସାଇବର ସୁରକ୍ଷା ସମ୍ପର୍କିତ ପ୍ରଶ୍ନର ଉତ୍ତର ଟିକଟକ କମ୍ପାନୀକୁ ଦେବାକୁ ପଡ଼ିବ । ଏଥିପାଇଁ କେନ୍ଦ୍ର ସରକାର ଜୁଲାଇ 22କୁ ସମୟ ନିର୍ଧାରଣ କରିଛନ୍ତି । କିଛି ଦିନ ତଳେ ଜାତୀୟ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁଥିବାରୁ ଭାରତର ସରକାର
 

ଓଡ଼ିଆ ଗସିପ୍ ବ୍ୟୁରୋ: ଟିକଟକ୍ ଫେରିବ ନା ଫେରିବନି । ଏବେ ଏହି ଦ୍ୱନ୍ଦରେ ଅଛନ୍ତି ଟିକଟକ୍ ଷ୍ଟାର । କାହିଁକି ଗୁଗଲ ପ୍ଲେ ଷ୍ଟୋରରେ ଉପଲବ୍ଧ ହେବାକୁ ହେଲେ କେନ୍ଦ୍ର ସରକାରଙ୍କ କେତୋଟି ସାଇବର ସୁରକ୍ଷା ସମ୍ପର୍କିତ ପ୍ରଶ୍ନର ଉତ୍ତର ଟିକଟକ କମ୍ପାନୀକୁ ଦେବାକୁ ପଡ଼ିବ । ଏଥିପାଇଁ କେନ୍ଦ୍ର ସରକାର ଜୁଲାଇ 22କୁ ସମୟ ନିର୍ଧାରଣ କରିଛନ୍ତି ।

କିଛି ଦିନ ତଳେ ଜାତୀୟ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁଥିବାରୁ ଭାରତର ସରକାର ଲୋକପ୍ରିୟ ଟିକଟକ ସହ ୫୯ଟି ଚାଇନିଜ ଆପ୍‌କୁ ଦେଶରେ ବ୍ୟାନ୍‌ କରିଛନ୍ତି । ବ୍ୟାନ୍‌ କରିବା ପରେ Union Ministry of Electronics and Information Technology (MEITY) ସମସ୍ତ ଆପ୍‌କୁ ୭୯ଟି ପ୍ରଶ୍ନ ସମ୍ବଳିତ ନୋଟିସ୍‌ ପଠାଇଛି ।

୩ ସପ୍ତାହ ମଧ୍ୟରେ ଏହି ସବୁ ପ୍ରଶ୍ନର ଉତ୍ତର ଦେବାକୁ କୁହାଯାଇଛି । ଯଦି କୌଣସି ଆପ୍‌ ଏହାର ଜବାବ ନ ଦେବେ, ତା’ହେଲେ ସେସବୁ ଆପକୁ ସବୁଦିନ ଭାରତରେ ବ୍ୟାନ୍‌ କରିଦିଆଯିବ ବୋଲି କୁହାଯାଇଛି । MEITY ପକ୍ଷରୁ କୁହାଯାଇଛି ଯେ ବ୍ୟାନ୍‌ ହୋଇଥିବା ଆପଗୁଡ଼ିକର ଅଭିଯୋଗ ଓ ଏ ସଂକ୍ରାନ୍ତରେ ଚୂଡ଼ାନ୍ତ ନିଷ୍ପତ୍ତି ନେବାକୁ ଏକ କିମିଟି ଗଠନ କରାଯାଇଛି ।

ଉକ୍ତ କମିଟି ନିକଟକୁ ଜୁଲାଇ ୨୨ ମଧ୍ୟରେ ସମସ୍ତ ଆପ୍‌ ସେମାନଙ୍କୁ ପଚରାଯାଇଥିବା ୭୯ଟି ପ୍ରଶ୍ନର ଉତ୍ତର ପଠାଇବେ । ଜୁଲାଇ ୨୨ ସୁଦ୍ଧା ଯଦି କେହି ଜବାବ ନ ଦେବେ, ତା’ହେଲେ ସେମାନଙ୍କ ଉପରେ ସବୁଦିନ ପାଇଁ ଭାରତରେ ବ୍ୟାନ୍ ଲଗାଇ ଦିଆଯିବ ।

ତେବେ ୨୨ ସୁଦ୍ଧା ସନ୍ତୋଷଜନକ ଉତ୍ତର ଦେଇପାରିଲେ, ଏହାକୁ ପୁଣିଥରେ ଭାରତରେ କାର୍ଯ୍ୟକ୍ଷମ ହେବାକୁ ଅନୁମତି ମିଳିବ । ଏହାର ଅର୍ଥ ଟିକଟକ ଭାରତରେ ପୁଣିଥରେ କାର୍ଯ୍ୟକ୍ଷମ ହେବାର ସମ୍ଭାବନା ସୃଷ୍ଟି ହୋଇଛି । କାରଣ ପୂର୍ବରୁ ଅନେକ ଥର ଟିକଟକ ନିଜର ପକ୍ଷ ରଖି କହିଥିଲା ଯେ ଏହି ଆପ୍‌ ଜରିଆରେ କୌଣସି ତଥ୍ୟ ଚୋରି କରାଯାଇ ନାହିଁ କିମ୍ବା କୌଣସି ସରକାରଙ୍କୁ ଏହା ଦିଆଯାଇ ନାହିଁ ।

ଟିକଟକ ଆହୁରି କହିଛି ଯେ ୨୦୧୯ର ଶେଷ ୬ ମାସରେ ଭାରତୀୟ ଟିକଟକ ବ୍ୟବହାରକାରୀ ଅପଲୋଡ କରିଥିବା ପ୍ରାୟ ୧୬ ମିଲିୟନ ଆପତ୍ତିଜନକ ଭିଡିଓକୁ ଡିଲିଟ କରାଯାଇଛି । ଏହି ସବୁ ଭିଡିଓ ଟିକଟକର କଣ୍ଟେଣ୍ଡ ଗାଇଡଲାଇନକୁ ଉଲ୍ଲଙ୍ଘନ କରିଥିବାରୁ ଏଭଳି ପଦକ୍ଷେପ ନିଆଯାଇଥିଲା ।

କେବଳ ଭାରତ ନୁହେଁ, ସମଗ୍ର ବିଶ୍ୱର ପ୍ରାୟ ୪୬ ମିଲିୟନ ଭିଡିଓକୁ ସୁରକ୍ଷା ଦୃଷ୍ଟିରୁ ଡିଲିଟ କରିଦିଆଯାଇଛି । ଟିକଟକ ସର୍ବଦା ଦେଶର ଓ ଲୋକଙ୍କ ସୁରକ୍ଷାକୁ ଗୁରୁତ୍ୱ ଦିଏ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । ଯଦି ଟିକଟକ ପ୍ରମାଣ ସହ ଏଭଳି ତଥ୍ୟକୁ ଉପସ୍ଥାପନ କରେ, ତା’ହେଲେ ଭାରତ ସରକାର ଟିକଟକକୁ ଭାରତରେ ପୁଣିଥରେ କାର୍ଯ୍ୟ କରିବାକୁ ଅନୁମତି ଦେବାର ସମ୍ଭାବନା ରହିଛି ।