ନିଜ ଯବାନଙ୍କ ପାଇଁ ସେନା ବ୍ୟାନ କଲା ସୋସିଆଲ ମିଡିଆ, ବ୍ୟବହାର କରିପାରିବେନି 89ଟି ମୋବାଇଲ ଆପ୍ଲିକେସନ

ଓଡ଼ିଆ ଗସିପ୍ ବ୍ୟୁରୋ: ଭାରତୀୟ ସେନାବାହିନୀରେ କାର୍ଯ୍ୟରତ ସମସ୍ତ ଯବାନ ଓ ଅଧିକାରୀଙ୍କୁ ୮୯ଟି ଆପ୍ ଡିଲିଟ୍ କରିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି । ଏହି ଆପ୍ଗୁଡ଼ିକ ମଧ୍ୟରେ ଫେସ୍ବୁକ୍ ଓ ଇନ୍ଷ୍ଟାଗ୍ରାମ୍ ଭଳି ସୋସିଆଲ ମିଡିଆ ଆପ୍ ରହିଛି । ଜୁଲାଇ ୧୫ ସୁଦ୍ଧା ସମସ୍ତ ସେନାବାହିନୀର ସଦସ୍ୟ ଯେଭଳି ଏହି ଆପ୍ଗୁଡ଼ିକୁ ଫୋନ୍ରୁ ଡିଲିଟ୍ କରିଦେଇଥିବେ ସେ ନେଇ ସେନା ତରଫରୁ କଡ଼ା ନିର୍ଦ୍ଦେଶ ରହିଛି । ରିପୋର୍ଟ ମୁତାବକ ଏହି ଆପ୍ଗୁଡ଼ିକ ସୁରକ୍ଷା
 

ଓଡ଼ିଆ ଗସିପ୍ ବ୍ୟୁରୋ: ଭାରତୀୟ ସେନାବାହିନୀରେ କାର୍ଯ୍ୟରତ ସମସ୍ତ ଯବାନ ଓ ଅଧିକାରୀଙ୍କୁ ୮୯ଟି ଆପ୍‌ ଡିଲିଟ୍‌ କରିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି । ଏହି ଆପ୍‌ଗୁଡ଼ିକ ମଧ୍ୟରେ ଫେସ୍‌ବୁକ୍‌ ଓ ଇନ୍‌ଷ୍ଟାଗ୍ରାମ୍‌ ଭଳି ସୋସିଆଲ ମିଡିଆ ଆପ୍‌ ରହିଛି ।

ଜୁଲାଇ ୧୫ ସୁଦ୍ଧା ସମସ୍ତ ସେନାବାହିନୀର ସଦସ୍ୟ ଯେଭଳି ଏହି ଆପ୍‌ଗୁଡ଼ିକୁ ଫୋନ୍‌ରୁ ଡିଲିଟ୍‌ କରିଦେଇଥିବେ ସେ ନେଇ ସେନା ତରଫରୁ କଡ଼ା ନିର୍ଦ୍ଦେଶ ରହିଛି ।

ରିପୋର୍ଟ ମୁତାବକ ଏହି ଆପ୍‌ଗୁଡ଼ିକ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିବା ସହ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲିକ୍‌ କରୁଥିବା ଅଭିଯୋଗ ହୋଇଛି । ଏଣୁ ଯୁଦ୍ଧକାଳୀନ ଭିତ୍ତିରେ ଏସବୁ ଆପ୍‌କୁ ଡିଲିଟ୍‌ କରିବାକୁ ସେନା ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

ଯେଉଁମାନେ ଏହି ନିୟମକୁ ପାଳନ ନ କରିବେ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେନା ବାହିନୀ ତରଫରୁ ଚେତାବନୀ ଦିଆଯାଇଛି । ଏହି ୮୯ଟି ଆପ୍‌ ମଧ୍ୟରେ ଚୀନ୍‌ର ୫୯ଟି ଆପ୍‌ ରହିଛି ।

ସେନାର ଜଣେ ଅଧିକାରୀ କହିଛନ୍ତି ପାକିସ୍ତାନ ଓ ଚୀନ୍‌ର ଗୁଇନ୍ଦା ସଂସ୍ଥା ଅନ୍‌ଲାଇନ୍‌ରେ ଭାରତୀୟ ଯବାନଙ୍କୁ ଟାର୍ଗେଟ୍‌ କରୁଛନ୍ତି । ଏଭଳି ମାମଲା କ୍ରମାଗତ ଭାବେ ବଢ଼ୁଥିବାରୁ ସେନାବାହିନୀ ତରଫରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି ।

ସୂଚନାଯୋଗ୍ୟ ଯେ ପୂର୍ବରୁ ଅଫିସିଆଲ କାମ ପାଇଁ ସେନାବାହିନୀର ଯବାନଙ୍କୁ ହ୍ଵାଟ୍ସଆପ୍‌ ବ୍ୟବହାର କରିବାକୁ ମନା କରାଯାଇଥିଲା ।