ଚୀନ, ପାକିସ୍ତାନ ସୀମାରେ ନଜର ରଖିବ ‘ଭାରତ’ ଡ୍ରୋନ୍‌, ପ୍ରଥମ ଥର ପାଇଁ ଭାରତ କରିଦେଖାଇଲା ଏପରି କାର୍ଯ୍ୟ…

ଓଡ଼ିଆ ଗସିପ୍ ବ୍ୟୁରୋ: ଲଦାଖ ସଂଲଗ୍ନ ଚୀନ୍ ସୀମା ନିକଟରେ ଭାରତୀୟ ସେନା ସ୍ୱଦେଶୀ ଜ୍ଞାନକୌଶଳରେ ବିକଶିତ ‘ଭାରତ’ ଡ୍ରୋନ୍କୁ ମୁତୟନ କରିଛି । ଯାହା ଚୀନ୍ ଓ ପାକିସ୍ତାନ ସୀମାରେ ହେଉଥିବା ସମସ୍ତ ଗତିବିଧିକୁ ନଜର ରଖିବାରେ ସକ୍ଷମ ହେବ ଏହି ଡ୍ରୋନ୍ । ଚଣ୍ଡିଗଡ଼ ସ୍ଥିତ ଡିଆରଡିଓର ଏକ ଲାବ୍ ଏହି ଡ୍ରୋନ୍କୁ ତିଆରି କରିଛି । ଏହା ଆକାଶରେ କ୍ଷୁଦ୍ର ହୋଇଥିଲେ ହେଁ ଟେକ୍ନୋଲୋଜିରେ କିନ୍ତୁ ଆଗୁଆ । ଏହା ଅତି ଉଚ୍ଚରେ
 

ଓଡ଼ିଆ ଗସିପ୍ ବ୍ୟୁରୋ: ଲଦାଖ ସଂଲଗ୍ନ ଚୀନ୍ ସୀମା ନିକଟରେ ଭାରତୀୟ ସେନା ସ୍ୱଦେଶୀ ଜ୍ଞାନକୌଶଳରେ ବିକଶିତ ‘ଭାରତ’ ଡ୍ରୋନ୍‌କୁ ମୁତୟନ କରିଛି ।

ଯାହା ଚୀନ୍ ଓ ପାକିସ୍ତାନ ସୀମାରେ ହେଉଥିବା ସମସ୍ତ ଗତିବିଧିକୁ ନଜର ରଖିବାରେ ସକ୍ଷମ ହେବ ଏହି ଡ୍ରୋନ୍ । ଚଣ୍ଡିଗଡ଼ ସ୍ଥିତ ଡିଆରଡିଓର ଏକ ଲାବ୍ ଏହି ଡ୍ରୋନ୍‌କୁ ତିଆରି କରିଛି ।

ଏହା ଆକାଶରେ କ୍ଷୁଦ୍ର ହୋଇଥିଲେ ହେଁ ଟେକ୍ନୋଲୋଜିରେ କିନ୍ତୁ ଆଗୁଆ । ଏହା ଅତି ଉଚ୍ଚରେ ଥିବା ଅଂଚଳ ବିଶେଷ କରି ପାହାଡିଆ ସ୍ଥାନରେ ଗୁଇନ୍ଦା ତଥ୍ୟ ସଂଗ୍ରହ କରିବାରେ ବେଶ୍ ସହାୟକ ହେବ ।

ଆର୍ଟିଫିସିଆଲ ଇଂଟେଲିଜେନ୍ସ ଜରିଆରେ ଏପରି ବ୍ୟବସ୍ଥା କରାଯାଇଛି ଯାହା ଦ୍ୱାରା ଏହା ନିଜ ଦେଶର ସେନା ଏବଂ ଶତ୍ରୁ ସେନା ଭିତରେ ଫରକ ବାରିପାରିବ ।

ଏହା କମ ଇନ୍ଧନରେ ବହୁତ ସମୟ ଉଡ଼ିପାରିବ ଏବଂ ଯୁଦ୍ଧ କ୍ଷେତ୍ରରୁ ଲାଇଭ୍ ଭିଡ଼ିଓ ପ୍ରସାରଣ କରିପାରିବ ।