ଜାଣନ୍ତୁ କାହିଁକି ଅଷ୍ଟ୍ରେଲିଆଠୁ ହାରିବା ପରେ ଅଧିନାୟକ ପଦରୁ ଇସ୍ତଫା ଦେଲେ ମହମ୍ମଦ ନବି?

 

ଓଡ଼ିଆ ଗସିପ ବ୍ୟୁରୋ: ଗତକାଲି ମ୍ୟାଚରେ ଅଷ୍ଟ୍ରେଲିଆ ଠାରୁ ହାରିବା ପରେ ଆଫଗାନିସ୍ତାନ କ୍ରିକେଟ୍ ଦଳର ଅଧିନାୟକ ପଦରୁ ଇସ୍ତଫା ଦେଇଛନ୍ତି ମହମ୍ମଦ ନବି । ଶୁକ୍ରବାର ଟ୍ଵିଟର ଜରିଆରେ ସେ ଏହାର ସୂଚନା ଦେଇଛନ୍ତି ।

ଟି-୨୦ ବିଶ୍ଵ କପ୍ ୨୦୨୨ ରେ ନିଜର ଶେଷ ମୁକାବିଲାରେ ଅଷ୍ଟ୍ରେଲିଆ ହାତରୁ ୪ ରନରେ ପରାସ୍ତ ହୋଇଛି ଏହି ଆଫଗାନିସ୍ତାନ ଟିମ । ଟି-୨୦ ବିଶ୍ଵ କପ୍‌ର ଅଷ୍ଟମ ସଂସ୍କରଣରେ ଆଫଗାନିସ୍ତାନ ଗୋଟିଏ ହେଲେ ମ୍ୟାଚ୍ ଜିତି ପାରିନାହିଁ ।

ମହମ୍ମଦ ନବି ନିଜ ପୋଷ୍ଟରେ ଲେଖିଛନ୍ତି ଯେ, "ଆମର ଟି-୨୦ ବିଶ୍ଵ କପ୍ ଯାତ୍ରା ସମାପ୍ତ ହୋଇଛି । ଯେଉଁ ପରିଣାମ ଆମକୁ ମିଳିଲା ତାକୁ ନା ଆମେ ଆଶା କରିଥିଲୁ ନା ଆମର ସମର୍ଥକ ଆଶା କରିଥିଲେ । ଆମେ ମଧ୍ୟ ସେତିକି ନିରାଶ ଯେତିକି ଆପଣମାନେ ।"

"ଗତ ଗୋଟିଏ ବର୍ଷରେ ଆମେ ସେହି ସ୍ତରର ପ୍ରସ୍ତୁତି କରିନଥିଲୁ, ଯେମିତି ବିଶ୍ଵ କପ୍ ପାଇଁ କରାଯାଏ । କିଛି ଗସ୍ତରେ ଦଳ ପ୍ରବନ୍ଧକ, ଚୟନ କମିଟି ଏବଂ ୪ ଗୋଟିଏ ପୃଷ୍ଠଭୂମିରେ ନଥିଲେ। ଯାହାର ପ୍ରଭାବ ଦଳର ସନ୍ତୁଳନ ଉପରେ ପଡିଥିଲା ।"

"ତେଣୁ ଉଚିତ୍ ସମ୍ମାନ ସହିତ ମୁଁ ଅଧିନାୟକ ପଦ ଛାଡିବାକୁ ଘୋଷଣା କରୁଛି । ଯେବେ ପ୍ରବନ୍ଧନ ଏବଂ ଦଳକୁ ମୋର ଆବଶ୍ୟକତା ପଡିବ ମୁଁ ନିଜ ଦେଶ ପାଇଁ ଖେଳିବା ଜାରି ରଖିବି ।"

ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ "ମୁଁ ଆପଣ ସମସ୍ତଙ୍କୁ ହୃଦୟତାର ସହ ଧନ୍ୟବାଦ ଜଣାଉଛି । ଆପଣ ବର୍ଷା ସତ୍ତ୍ଵେ ବି ପଡିଆକୁ ଆସିଲେ ଆମର ସମର୍ଥନ କଲେ । ଆପଣଙ୍କ ଭଲ ପାଇବା ବାସ୍ତବରେ ଆମ ପାଇଁ ବହୁତ ମହତ୍ଵ ରଖେ। ଦୀର୍ଘାୟୁ ଆଫଗାନିସ୍ତାନ ।