ଜୋର ଧରିଲା ‘ଇଣ୍ଡିଆ ବନାମ ଭାରତ’ ଚର୍ଚ୍ଚା, ବିସିସିଆଇ ଟ୍ୱିଟକୁ ନାପସନ୍ଦ କରି ଜାଣନ୍ତୁ ସେହ୍ବାଗ କଣ ଅପିଲ କଲେ
ଓଡ଼ିଆ ଗସିପ୍ ବ୍ୟୁରୋ: ୨୦୨୩ ବିଶ୍ୱକପ୍ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ଦଳର ଅଧିନାୟକ ରୋହିତ ଶର୍ମା ଏବଂ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ଦଳ ଘୋଷଣା କରିଛନ୍ତି। ଏହି ଅବସରରେ ବିସିସିଆଇ ସୋସିଆଲ ମିଡିଆରେ ଦଳର ଏକ ଫଟୋ ସେୟାର କରିଛି। ବିସିସିଆଇ ଲେଖିଛି, ‘‘ବିଶ୍ୱକପ୍ ୨୦୨୩ ପାଇଁ ଟିମ୍ ଇଣ୍ଡିଆ ପ୍ରସ୍ତୁତ। କିନ୍ତୁ ବିସିସିଆଇର ଏହି ଟ୍ୱିଟକୁ ପୂର୍ବତନ ଭାରତୀୟ ଦଳର ଓପନର୍ ବୀରେନ୍ଦ୍ର ସେହ୍ବାଗ ପସନ୍ଦ କରିନାହାନ୍ତି।
ଅଧିକ ପଢ଼ନ୍ତୁ: ଏହି ରାଶି ବ୍ୟକ୍ତିଙ୍କ ପାଇଁ ଆଗାମୀ ୧୧୮ ଦିନ ରହିବ ବରଦାନ ଭଳି, ବୃହସ୍ପତି କରିଦେବେ ମାଲାମାଲ୍
ବର୍ତ୍ତମାନ ଦେଶର ନାମକୁ ନେଇ ସୃଷ୍ଟି ହୋଇଛି ‘ଇଣ୍ଡିଆ’ ବନାମ ‘ଭାରତ’ ବିବାଦ । ସମସ୍ତେ ଏହି ପ୍ରସଙ୍ଗ ଉପରେ ନିଜର ମତ ଦେଉଛନ୍ତି। ଟିମ୍ ଇଣ୍ଡିଆର ପୂର୍ବତନ ଓପନର୍ ବୀରେନ୍ଦ୍ର ସେହ୍ବାଗ ମଧ୍ୟ ଏଥିରେ ନିଜର ମତ ରଖି ଅଡୁଆ ଭିତରେ ପାଦ ଥୋଇଛନ୍ତି। ସେ ବିସିସିଆଇର ଟ୍ୱିଟରେ ଲେଖିଛନ୍ତି , ‘‘ଟିମ୍ ଇଣ୍ଡିଆ ନୁହେଁ, ଟିମ୍ ଭରତ। ଏହି ବିଶ୍ୱକପ୍ରେ ଭାରତକୁ ହୃଦୟରେ ରଖି କୋହଲି, ରୋହିତ, ବୁମରା, ଜାଡୁ ‘ଭାରତ’ ଲେଖା ହୋଇଥିବା ଜର୍ସି ପିନ୍ଧ।’’
ଉଲ୍ଲେଖଯୋଗ୍ୟ, କଂଗ୍ରେସ ସମେତ ଅନେକ ବିରୋଧୀ ଦଳ ୨୦୨୪ ଲୋକସଭା ନିର୍ବାଚନରେ ଏକାଠି ପ୍ରତିଦ୍ୱନ୍ଦ୍ୱିତା କରିବାକୁ ନିଷ୍ପତ୍ତି ନେଇଥିଲେ। ମିଳିତ ଭାବରେ ସେମାନେ ଏକ ମିଳିତ ମଞ୍ଚ ଗଠନ କଲେ ଏବଂ ଏହାର ନାମ ରଖିଲେ ‘ଇଣ୍ଡିଆ’। ଏଇଠୁ ହିଁ ବିବାଦ ଆରମ୍ଭ ହୋଇଥିଲା। ଶାସକ ଦଳ ବିଜେପି ଏହାକୁ ବିରୋଧ କରିଥିଲା ଏବଂ ସେବେଠାରୁ ‘ଇଣ୍ଡିଆ’ ବଦଳରେ ଦେଶର ନାମ ‘ଭାରତ’ ବ୍ୟବହାର ପାଇଁ କୁହଯାଉଛି।