IND vs ENG: ଏହି ୩ଟି ବଡ଼ କାରଣ ଯୋଗୁଁ ଭାରତକୁ ସେମିଫାଇନାଲରୁ ବାହାର କରିଦେଲା ଇଂଲଣ୍ଡ, ମାନିଲା ଟିମ ମ୍ୟାନେଜମେଣ୍ଟ

 

ଓଡ଼ିଆ ଗସିପ ବ୍ୟୁରୋ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଦ୍ୱିତୀୟ ସେମିଫାଇନାଲ ମ୍ୟାଚରେ ଟିମ୍ ଇଣ୍ଡିଆ ଇଂଲଣ୍ଡ ଠାରୁ 10 ୱିକେଟ୍ ହରାଇ ପରାଜୟର ସମ୍ମୁଖୀନ ହୋଇଛି । ଇଂଲଣ୍ଡ ବ୍ୟାଟ୍ସମ୍ୟାନ୍ ଟିମ୍ ଇଣ୍ଡିଆର ବୋଲରମାନଙ୍କୁ ନିର୍ଧୂମ ପ୍ରହାର କରି ମ୍ୟାଚକୁ ଏକପାଖିଆ କରି ଜିତିଥିଲେ ।

169 ରନ୍‌ର ଟାର୍ଗେଟକୁ ଫଲୋ କରି ଇଂଲଣ୍ଡ ଦଳ 16 ଓଭରରେ ଲକ୍ଷ୍ୟ ହାସଲ କରିଥିଲା । ତେବେ ଟିମ୍ ଇଣ୍ଡିଆ ମୁଖ୍ୟତଃ ଏହି 3 ଟି କାରଣ ଯୋଗୁଁ ମ୍ୟାଚ ହାରିଲା ବୋଲି କ୍ରିକେଟ ବିଶେଷଜ୍ଞ କହିଛନ୍ତି ।

1) ପାୱାରପ୍ଲେରେ ରୋହିତ ଶର୍ମା ଏବଂ କେ.ଏଲ୍ ରାହୁଲଙ୍କ ଧିମା ବ୍ୟାଟିଂ:

ଟିମ୍ ଇଣ୍ଡିଆର ପରାଜୟର ପ୍ରଥମ ମୁଖ୍ୟ କାରଣ ଉଭୟ ଓପନର୍ । ଏହି ଉଭୟ ଖେଳାଳି ପାୱାରପ୍ଲେରେ ଧିମା ରନ୍ ସ୍କୋର କରୁଥିବା ଦେଖାଯାଇଥିଲା, ଯାହାର ଚାପ ମଧ୍ୟମ ଅର୍ଡର ବ୍ୟାଟ୍ସମ୍ୟାନ ମାନଙ୍କ ଉପରେ ସ୍ପଷ୍ଟ ଦେଖାଯାଉଥିଲା । ଇଂଲଣ୍ଡ ବିପକ୍ଷ ସେମିଫାଇନାଲ ମ୍ୟାଚରେ ବି ରୋହିତ-ରାହୁଲ ଫ୍ଲପ ହୋଇଥିଲେ ।

2) କେ.ଏଲ୍ ରାହୁଲଙ୍କ କ୍ରମାଗତ ଖରାପ ପ୍ରଦର୍ଶନ:

ଓପନର୍ କେ.ଏଲ୍ ରାହୁଲ ବଡ ଦଳ ଏବଂ ବଡ ମ୍ୟାଚ୍ ରେ ଫ୍ଲପ୍ ହେଉଥିବା ଅନେକ ନଜର ରହିଛି। ଯାହାକି ସେମିଫାଇନାଲ ବି ଧାରା ବଜାୟ ରହିଥିଲା । ଚଳିତ ବର୍ଷର ଟି-20 ବିଶ୍ୱକପରେ ଜିମ୍ବାୱେ ଏବଂ ବାଂଲାଦେଶ ବିପକ୍ଷରେ କେ.ଏଲ୍ ରାହୁଲ ଭଲ ଖେଳିଥିଲେ । କିନ୍ତୁ ପାକିସ୍ତାନ, ସାଉଥ୍ ଆଫ୍ରିକା ଆଉ ଇଂଲଣ୍ଡ ଭଳି ବଡ ଦଳ ବିପକ୍ଷରେ ରାହୁଲଙ୍କ ବ୍ୟାଟ୍ ଚୁପ୍ ରହିଲା । କେ.ଏଲ୍ ରାହୁଲଙ୍କ ଖରାପ ପ୍ରଦର୍ଶନ ଟିମ୍ ଇଣ୍ଡିଆକୁ ବୁଡ଼ାଇ ଦେଇଛି ।

ଅଧିକ ପଢ଼ନ୍ତୁ : ଟିମ୍ ଇଣ୍ଡିଆ ମୁଖ୍ୟତଃ ଏହି 3 ଟି କାରଣ ଯୋଗୁଁ ମ୍ୟାଚ ହାରିଲା ବୋଲି କ୍ରିକେଟ ବିଶେଷଜ୍ଞ କହିଛନ୍ତି ।

3) ଚହଲଙ୍କୁ ମିଳିଲା ନାହିଁ ସୁଯୋଗ : 

ଟି -20 କ୍ରିକେଟର କିମ୍ବଦନ୍ତୀ ବୋଲର ୟୁଜଭେନ୍ଦ୍ର ଚହଲ ଟି -20 ବିଶ୍ୱକପରେ ଗୋଟିଏ ବି ମ୍ୟାଚ ଖେଳିବାର ସୁଯୋଗ ପାଇ ନାହାଁନ୍ତି । ଟିମ୍ ଇଣ୍ଡିଆ ପାଇଁ ଆଇପିଏଲ୍ ହେଉ କିମ୍ବା ଅନ୍ତର୍ଜାତୀୟ ମ୍ୟାଚ୍ ହେଉ, ଚହଲ ନିଜକୁ ସବୁବେଳେ ସଠିକ ପ୍ରମାଣିତ କରିଛନ୍ତି । ଅଷ୍ଟ୍ରେଲିଆର ଏହି ବଡ ଗ୍ରାଉଣ୍ଡ ଏବଂ ପିଚ ରେ ଅଶ୍ୱିନଙ୍କ ଅପେକ୍ଷା ଲେଗ ସ୍ପିନର ଚହଲ ଏକ ଭଲ ବିକଳ୍ପ ବୋଲି ପ୍ରମାଣ କରିପାରିଥାନ୍ତେ ।