ନିଆରା ପୂଜା ମଣ୍ଡପ: ପୁରୁଷ ହକି ବିଶ୍ୱ କପକୁ ଦେଲେ ପ୍ରଧାନ୍ୟ, ଏହାର ପ୍ରମୋଟ ପାଇଁ ନଜରରେ ଆସିଲେ ଦୁଇ କୁନିକୁନି ଶିଶୁ

ରାଉରକେଲା: ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆସନ୍ତା ନଭେମ୍ବର ମାସରେ ହେବା ଥିବା ପୁରୁଷ ହକି ବିଶ୍ୱ କପକୁ ରାଜ୍ୟ ସରକାର ଗୋଟେପଟେ ଜୋରଦାର ପ୍ରମୋଟ କରୁଥିବା ବେଳେ ଦୂର୍ଗା ପୂଜାରେ ଏହାକୁ ପ୍ରଚାର କରିବା ପାଇଁ ଏକ ନିଆରା ପୂଜା ମଣ୍ଡପ ତିଆରି କରାଯାଇଛି । ତାହା ପୁଣି ରାଉରକେଲାରେ । ଷ୍ଟିଲ ସିଟି ନାମରେ ଜଣାଯାଉଥିବା ରାଉରକେଲାର ସେକ୍ଟର-୭ ଦୂର୍ଗା ପୂଜା ମଣ୍ଡପ କମିଟି ସଦସ୍ୟ ଏମିତି ଏକ ନିଆରା ମଣ୍ଡପ ତିଆରି କରିଛନ୍ତି ।
 

ରାଉରକେଲା: ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆସନ୍ତା ନଭେମ୍ବର ମାସରେ ହେବା ଥିବା ପୁରୁଷ ହକି ବିଶ୍ୱ କପକୁ ରାଜ୍ୟ ସରକାର ଗୋଟେପଟେ ଜୋରଦାର ପ୍ରମୋଟ କରୁଥିବା ବେଳେ ଦୂର୍ଗା ପୂଜାରେ ଏହାକୁ ପ୍ରଚାର କରିବା ପାଇଁ ଏକ ନିଆରା ପୂଜା ମଣ୍ଡପ ତିଆରି କରାଯାଇଛି । ତାହା ପୁଣି ରାଉରକେଲାରେ । ଷ୍ଟିଲ ସିଟି ନାମରେ ଜଣାଯାଉଥିବା ରାଉରକେଲାର ସେକ୍ଟର-୭ ଦୂର୍ଗା ପୂଜା ମଣ୍ଡପ କମିଟି ସଦସ୍ୟ ଏମିତି ଏକ ନିଆରା ମଣ୍ଡପ ତିଆରି କରିଛନ୍ତି । ଯାହା ରାଜ୍ୟ କ୍ରୀଡ଼ା ନିର୍ଦ୍ଦେଶକ ଆର.ଭି କ୍ରିଷ୍ଣା, ଯୁଗ୍ମ ସଚିବ ମନୋଜ ପାଢ଼ୀ, ଅଲମପିଆଡ୍ ସୁନିତା ଲାକ୍ରା, ଲିଲିମା ମିଞ୍ଜ, ହକି କୋଚ ମିଲଟନ ବିଲୁଙ୍ଗ୍, କ୍ରୀଡ଼ା ସାମ୍ବାଦିକ ସରହଦ ଦ୍ୱୀପ, ସୌମ୍ୟଯୁକ୍ତ ସିଂ ଚୌଧରୀ ଓ ସନ୍ତୋଷ ମହାନ୍ତି ଏବଂ କ୍ରୀଡ଼ାପ୍ରେମୀଙ୍କ ମନ ଜିିଣି ନେଇଥିବା ଶୁଣିବାକୁ ମିଳିଛି ।

ସବୁଠୁ ଆକର୍ଷଣର ବିଷୟ ହେଉଛି କି, ସେକ୍ଟର-୭ ଦୂର୍ଗା ପୂଜା ମଣ୍ଡପ କମିଟି ସଦସ୍ୟ ପୁରାପୁରି କଳିଙ୍ଗ ଷ୍ଟାଡିୟମର ଅନୁରୂପ ମେଢ଼ ତିଆରି କରିଛନ୍ତି । ମଣ୍ଡପ ଭିତରେ ମା’ ଦୁର୍ଗା ପୂଜା ପାଉଥିବା ବେଳେ ମଣ୍ଡପ ପରିସରରେ ଏକ ବଡ଼ ଖେଳ ପଡିଆ ତିଆରି କରାଯାଇଛି । ଯେଉଁଥିରେ ପୁରୁଷ ହକି ବିଶ୍ୱ କପର ଏକ ପ୍ରତିମୂର୍ତ୍ତୀକୁ ସ୍ଥାନ ଦିଆଯାଇଛି । ଆଉ ଏହା ସହ ଦୁଇ କୁନି କୁନି ଶିଶୁ ପୋଜ୍ ଦେଉଥିବା ଦେଖିବାକୁ ମିଳିଛି । ଖାଲି ଏତିକି ନୁହେଁ ମଣ୍ଡପ ଭିତରେ ବହୁ ଅର୍ନ୍ତଜାତୀୟ ହିକ ଖେଳାଳିମାନଙ୍କ ଫଟୋ ସ୍ଥାନ ପାଇଥିବା ଦେଖିବାକୁ ମଳିଛି ।

ହକି ବିଶ୍ୱ କପ ସହ ଏହି ଦୁଇ ନାବାଳିକା ଶିଶୁ ସ୍ୱାତି ଓ ସ୍ୱେତା ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ଏହି ଦୁଇ ଝିଅ କଳିଙ୍ଗ ପବଲିକ୍ ସ୍କୁଲର ନର୍ସରୀ ଛାତ୍ର ବୋଲି ଜଣାପଡିଛି । ପୁରା ରାଉରକେଲାବାସୀ ଏହି ମେଢ଼ର ଗୁଣଗାଣ କରୁଥିବା ବେଳେ ଏହି ଖେଳକୁ ନିଆରା ଉପାୟରେ ପ୍ରମୋଟ କରିଥିବାରୁ କ୍ରୀଡ଼ା ସଚିବ ଏହାର ଭରପୁର ପ୍ରଶଂସା କରିଛନ୍ତି । ସେ କହିଛନ୍ତି ଏହା ଏକ ସ୍ୱାଗତଯୋଗ୍ୟ ପଦକ୍ଷପ । ମଣ୍ଡପର ମହତ୍ୱବିଷୟରେ ଜାଣିବା ପରେ ସୌୟମ ସାଂସଦ ଦୀଲ୍ଲିପ ତର୍କୀ ଓ ଜଣାଶୁଣା ହକି ଖେଳାଳି ପ୍ରବୋଧ ତର୍କୀ ଆଜି ଏହି ମଣ୍ଡପ ପରିଦର୍ଶନରେ ଆସୁଥିବା ଜଣାପଡିଛି ।