ହେପି ବାର୍ଥ ଡେ ମିଷ୍ଟର କ୍ୟାପଟେନ କୁଲ; ବିଶ୍ୱବ୍ୟାପୀ ପ୍ରଶଂସକ ୪୨ତମ ଜନ୍ମ ଦିନର ଏମିତି ଦେଲେ ଶୁଭେଚ୍ଛା

 

ଓଡ଼ିଆ ଗସିପ ବ୍ୟୁରୋ: ଭାରତୀୟ କ୍ରିକେଟର ସବୁଠୁ ସଫଳ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କର ଆଜି ଜନ୍ମଦିନ।  ୧୯୮୧ ମସିହା ଆଜିର ଦିନରେ ରାଞ୍ଚିରେ ଜନ୍ମ ହୋଇଥିବା ଧୋନି ଆଜି ୪୨ ବର୍ଷ ବୟସରେ ପାଦ ଥାପିଛନ୍ତି। ତାଙ୍କ ଜନ୍ମଦିନ ଅବସରରେ ସାରାବିଶ୍ୱରୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି। ଭରେତୀୟ କ୍ରିକେଟର ସଚିନ, ସେହ୍ୱାଗ, ଲକ୍ଷଣ, ଗାଙ୍ଗୁଲି ପ୍ରମୁଖ ତାଙ୍କୁ ଜନ୍ମଦିନର ଅଭିନନ୍ଦନ ଜଣାଇଛନ୍ତି। ସେହିପରି ଅଧିନାୟକ ବିରାଟ କୋହଲି, ରୋହିତ ଶର୍ମାଙ୍କ ବ୍ୟତୀତ ପୂରା ଟିମ ମାହିଙ୍କୁ ଶୁଭକାମନା ଜଣାଇଛନ୍ତି।

ଅଧିକ ପଢ଼ନ୍ତୁ: ଆଜିଠୁ ଆରମ୍ଭ ହେବ ଯୁକ୍ତ ୨ ପ୍ରଥମ ପର୍ଯ୍ୟାୟ ନାମଲେଖା; ସକାଳ ୯ରୁ ୫ଟା ଯାଏ ନାମଲେଖା 

ଅନ୍ୟପକ୍ଷରେ ବିଭିନ୍ନ ଅଞ୍ଚଳରେ ଧୋନିଙ୍କ ପ୍ରଂଶସକମାନେ ବି ତାଙ୍କ ଜନ୍ମଦିନ ପାଳନ କରିଛନ୍ତି। କେକ୍ କାଟିବା ସହିତ ମାହିଙ୍କୁ ଜନ୍ମଦିନ ଶୁଭେଚ୍ଛା ଦେଇଛନ୍ତି।ଭାରତୀୟ ଦଳର ପୂର୍ବତନ ଅଧିନାୟକ କ୍ରିକେଟ ଜଗତରେ ଟିମକୁ ଏକ ନୂଆ ପରିଚୟ ଦେଇଛନ୍ତି। ଧୋନିଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ କ୍ରିକେଟର ସମସ୍ତ ଫର୍ମାଟରେ ବିଶ୍ୱ ବିଜୟୀ ହୋଇଛି।

 

 

୨୦୦୧ ମସିହାରୁ ୨୦୦୩ ମସିହା ପର୍ଯ୍ୟନ୍ତ ମହେନ୍ଦ୍ର ସିଂହ ଧୋନି ମେଦିନପୁରଠାରେ ଥିବା ଦକ୍ଷିଣ ପୂର୍ବ ରେଳପଥ ଅନ୍ତର୍ଭୁକ୍ତ ଖଡଗପୁର ରେଳ ଷ୍ଟେସନରେ ଜଣେ ରେଳ ଟିକେଟ୍ ଯାଞ୍ଚ କାର୍ଯ୍ୟକର୍ତ୍ତା ରୂପେ କାର୍ଯ୍ୟରତ ଥିଲେ । ମାତ୍ର ସେଠି ରହିବା ସମୟରେ ମଧ୍ୟ ସେ କ୍ରିକେଟକୁ ଭୁଲି ପାରି ନଥିଲେ ବା କ୍ରିକେଟଠାରୁ ନିଜକୁ ଦୂରେଇ ଦେଇ ପାରୁ ନଥିଲେ । 

 

ଖଡଗପୁର ଷ୍ଟେସନଠାରୁ ଅଳ୍ପ କିଛି ଦୂରରେ ଥିବା ଏକ ଛୋଟ ଘରେ ନିଜର ଜଣେ ବନ୍ଧୁଙ୍କ ସହ ସେ ଭଡାରେ ରହୁଥିଲେ । ସେହି ବନ୍ଧୁଙ୍କର କହିବା ଅନୁଯାୟୀ ଧୋନି ପ୍ରବଳ ମାତ୍ରାରେ କ୍ରିକେଟ୍କୁ ଭଲ ପାଉଥିଲେ । ଯାହା ଫଳରେ ଟିକିଏ ସମୟ ମିଳିଲେ ଏମିତିକି କାମଧନ୍ଦା ଛାଡି ମଧ୍ୟ ସେ କ୍ରିକେଟ ଖେଳିବାକୁ ପଳାଉଥିଲେ ।

 

ଅଧିକ ପଢ଼ନ୍ତୁ: ଏହି ରାଶିର ବ୍ୟକ୍ତିମାନେ ଆଜି ବନ୍ଧୁମାନଙ୍କୁ ବିଶ୍ଵାସକୁ ନ ନେବା ଭଲ, ନଚେତ ସମସ୍ୟାରେ ପଡ଼ିବେ