ଦିନିକିଆ ହାର୍ ର ବଦଲା ଟି-ଟ୍ୱେଣ୍ଟିରେ ନେବ ଭାରତ

 

ଓଡ଼ିଆ ଗସିପ୍ ବ୍ୟୁରୋ: ଆଜିଠୁ ଆରମ୍ଭ ହେଉଛି ଭାରତ-ଅଷ୍ଟ୍ରେଲିଆ ତିନିଟିକିଆ ଟି-ଟ୍ୱେଣ୍ଟି ଟକ୍କର । ପ୍ରଥମ ଟି-୨୦ ମ୍ୟାଚ୍‌ କ୍ୟାନ୍‌ବେରାରେ ଥିବା ବେଳେ ଅନ୍ୟ ଦୁଇଟି ମ୍ୟାଚ୍‌ ୬ ଓ ୮ ତାରିଖରେ ସିଡ୍‌ନୀରେ ଖେଳାଯିବ ।

କୋଭିଡ୍-୧୯ ସଙ୍କଟ ପାଇଁ ଦୀର୍ଘ ୯ ମାସ ପରେ ଖେଳିଥିବା ଏକଦିବସୀୟ ଶୃଙ୍ଖଳାକୁ ୧-୨ରେ ହାରିଥିଲେ ମଧ୍ୟ ଶେଷ ମ୍ୟାଚ୍‌କୁ ଜିତି ଭାରତ ଆତ୍ମବିଶ୍ୱାସର ସହ ଟି-୨୦ ଶୃଙ୍ଖଳାକୁ ଆସିଛି । ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ନିଜ ଘରୋଇ ପରିବେଶରେ ଆଉ ଏକ ଶୃଙ୍ଖଳା ଜିତିବା ଆଶାରେ ରହିଛି । ଦିନିକିଆରେ ବିକଳ୍ପର ଅଭାବ ପାଇଁ ଚିନ୍ତାରେ ଥିବା ଭାରତ ପାଖରେ କିନ୍ତୁ ଟ୍ୱେଣ୍ଟି-୨୦ରେ ଭିନ୍ନ ଭିନ୍ନ ଭୂମିକା ତୁଲାଇ ପାରୁଥିବାର ବହୁ ଦକ୍ଷ ଖେଳାଳି ରହିଛନ୍ତି ।

ସେପଟେ ଅଷ୍ଟ୍ରେଲିଆ ପ୍ରାରମ୍ଭିକ ବ୍ୟାଟର୍‌ ଡେଭିଡ୍ ୱାର୍ନରଙ୍କ ସେବାରୁ ଶୃଙ୍ଖଳା ସାରା ବଞ୍ଚିତ ହେବ । ସେ ଆହତ ହୋଇ ବାଦ୍ ପଡ଼ିବା କଙ୍ଗାରୁ ଦଳ ପାଇଁ କୌଣସି ଅଦିନିଆ ଝଟ୍‌କାଠାରୁ କିଛି କମ୍ ନୁହେଁ । କାନବେରାରେ କୋହଲି ବାହିନୀ ଏବଂ କଙ୍ଗାରୁ ସେନା ମଧ୍ୟରେ ଆଜି ହେବାକୁ ଥିବା ପ୍ରଥମ ଟି-୨୦ ମୁକାବିଲା ଜିତିବା ଦଳ କିନ୍ତୁ ଶୃଙ୍ଖଳା ଜିତିବାର ସମ୍ଭାବନା ଅଧିକ ରହିବ ।   

ସମ୍ଭାବ୍ୟ ଭାରତ: ଶିଖର ଧାୱନ, କେଏଲ୍ ରାହୁଲ, ବିରାଟ କୋହଲି (ଅଧିନାୟକ), ଶ୍ରେୟସ୍ ଆୟର, ମନୀଷ ପାଣ୍ଡେ/ୱାସିଂଟନ୍‌ ସୁନ୍ଦର, ହାର୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଦେଜା, ଦୀପକ ଚହର, ଟି ନଟରାଜନ, ଯଶପ୍ରୀତ ବୁମ୍‌ରା, ୟୁଜ୍‌ବେନ୍ଦ୍ର ଚହଲ୍‌/କୁଲ୍‌ଦୀପ ଯାଦବ ।

ସମ୍ଭାବ୍ୟ ଅଷ୍ଟ୍ରେଲିଆ: ଆରୋନ ଫିଞ୍ଚ୍ (ଅଧିନାୟକ), ‌ମାଥ୍ୟୁ ୱାଦେ, ଷ୍ଟିଭେନ୍ ସ୍ମିଥ୍, ଗ୍ଲେନ୍ ମ୍ୟାକ୍ସୱେଲ୍, ମୋଜେସ୍ ହେନରିକ୍ସ, ଆଲେକ୍ସ କ୍ୟାରି, ଅଷ୍ଟନ ଅଗର, ସିନ୍‌ ଆବୋଟ୍‌, ଆଣ୍ଡରୁ ଟାଇ/ମି‌ଚେଲ ଷ୍ଟାର୍କ, ଆଦାମ୍‌ ଜାମ୍ପା, ଜୋସ୍‌ ହାଜ୍‌ଲେଉଡ୍ ‌।