କ୍ଲିନ୍ ସୁଇପର ନିକଟତର ଭାରତ

ରାଞ୍ଚି: ଏଠାରେ ଚାଲିଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ତଥା ଅନ୍ତିମ ଟେଷ୍ଟରେ ଭାରତ ବିଜୟର ଦ୍ୱାରଦେଶରେ ପହଞ୍ଚିଛି । ମ୍ୟାଚର ଦ୍ୱିତୀୟ ଦିନରେ ୪୯୭/୯ରେ ପ୍ରଥମ ଇନିଂସ ଘୋଷଣା ପରେ ଭ୍ରମଣକାରୀ ଦଳ ବ୍ୟାଟିଂ ଆରମ୍ଭ କରି ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଗତକାଲି ମାତ୍ର ୯ରନରେ ଦୁଇ ଓପନରଙ୍କୁ ହରାଇଥିଲା ଦକ୍ଷିଣ ଆଫ୍ରିକା । ତେବେ ଆଜି ଖେଳର ତୃତୀୟ ଦିନରେ ଦଳ ମାତ୍ର ୧୬୨ ରନରେ ଅଲଆଉଟ ହୋଇଯାଇଥିଲା । ଏହା ପରେ
 

ରାଞ୍ଚି: ଏଠାରେ ଚାଲିଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ତଥା ଅନ୍ତିମ ଟେଷ୍ଟରେ ଭାରତ ବିଜୟର ଦ୍ୱାରଦେଶରେ ପହଞ୍ଚିଛି । ମ୍ୟାଚର ଦ୍ୱିତୀୟ ଦିନରେ ୪୯୭/୯ରେ ପ୍ରଥମ ଇନିଂସ ଘୋଷଣା ପରେ ଭ୍ରମଣକାରୀ ଦଳ ବ୍ୟାଟିଂ ଆରମ୍ଭ କରି ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଗତକାଲି ମାତ୍ର ୯ରନରେ ଦୁଇ ଓପନରଙ୍କୁ ହରାଇଥିଲା ଦକ୍ଷିଣ ଆଫ୍ରିକା । ତେବେ ଆଜି ଖେଳର ତୃତୀୟ ଦିନରେ ଦଳ ମାତ୍ର ୧୬୨ ରନରେ ଅଲଆଉଟ ହୋଇଯାଇଥିଲା ।

ଏହା ପରେ ଭାରତୀୟ ଅଧିନାୟକ ବିରାଟ କୋହଲି ଦକ୍ଷିଣ ଆଫ୍ରିକାକୁ ଫଲୋଅନ ଦେଇଥିଲେ । ଭ୍ରମଣକାରୀ ଦଳ ଦ୍ୱିତୀୟ ଇନିଂସ ବ୍ୟାଟିଂ ଆରମ୍ଭ କରି ଆଜି ଷ୍ଟମ୍ପ ଅପସାରଣ ସୁଦ୍ଧା ମାତ୍ର ୧୩୨ ରନ କରି ଏହାର ଗୁରୁତ୍ୱପୂର୍ଣ୍ଣ ୮ ଉଇକେଟ ହରାଇ ସାରିଛି । ଖେଳ ଆଉ ୨ଦିନ ବାକି ଥିବାବେଳେ ଏହି ମ୍ୟାଚ ଜିତିବାକୁ ହେଲେ ଭାରତକୁ ଆଉ ମାତ୍ର ୨ ଉଇକେଟ ଆବଶ୍ୟକତା ରହିଛି । ସେପଟେ ଦକ୍ଷିଣ ଆଫ୍ରିକା ଭାରତଠାରୁ ଆହୁରି ୨୦୩ ରନ ପଛରେ ରହିଛି । ହାତରେ ଆଉ ମାତ୍ର ୨ ଉଇକେଟ ରହିଥିବାବେଳେ ଏହି ରନ ହାସଲ କରିବା ଏକପ୍ରକାର ଅସମ୍ଭବ ଦେଖାଯାଉଛି ।

ଯଦି କୌଣସିମତେ ଦଳ ମ୍ୟାଚକୁ ସମ୍ଭାଳି ନେଇ ଭାରତର ପ୍ରଥମ ଇନିଂସ ସ୍କୋରକୁ ଅତିକ୍ରମ କରିଯାଏ ତେବେ ଭାରତକୁ ଏକ ଛୋଟ ଟାର୍ଗେଟ ଦେଇପାରିବ ବୋଲି ଅନୁମାନ କରାଯାଉଛି । ତେଣୁ ଭାରତ ଏହାକୁ ସହଜରେ ହାସଲ କରିନେବ ବୋଲି ମନେ କରାଯାଉଛି । ସୂଚନାଯୋଗ୍ୟ ୩ ମ୍ୟାଚ ବିଶିଷ୍ଟ ଏହି ସିରିଜର ପ୍ରଥମ ଦୁଇ ମ୍ୟାଚ ଜିତି ଭାରତ ସିରିଜ କବଜା କରିସାରିଛି । ଏହି ମ୍ୟାଚ ଜିତିଲେ ଟିମ ଇଣ୍ଡିଆ ସିରିଜକୁ ୩-୦ରେ ଜିତି କ୍ଲିନ ସୁଇପ କରିବ ।