ଆଇପିଏଲ ମଝିରେ ପୁଣି ବାହା ହେବେ ହାର୍ଦ୍ଦିକ ପାଣ୍ଡ୍ୟା! ମାହିକାଙ୍କ ସହ ବିବାହ ନେଇ ସୋସିଆଲ ମିଡିଆରେ ତାରିଖ ଭାଇରାଲ! 

 

ଓଡ଼ିଆ ଗସିପ ବ୍ୟୁରୋ (ସ୍ୱତନ୍ତ୍ର ପ୍ରତିନିଧି, ମୁମ୍ବାଇ,୧୬।୫): ଭାରତୀୟ କ୍ରିକେଟର ତଥା ଆଇପିଏଲେରେ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା (Hardik Pandya) ପୁଣି ଥରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ଖେଳ ପଡ଼ିଆ ଅପେକ୍ଷା ନିଜର ବ୍ୟକ୍ତିଗତ ଜୀବନକୁ ନେଇ ସେ ସବୁବେଳେ ଲାଇମ୍‌ଲାଇଟରେ ରୁହନ୍ତି।

ନିକଟରେ ନତାଶାଙ୍କ ସହ ଛାଡ଼ପତ୍ର ପରେ ହାର୍ଦ୍ଦିକଙ୍କ ନାଁ ମଡେଲ ତଥା ଅଭିନେତ୍ରୀ ମହିକା ଶର୍ମା (Mahieka Sharma) ଙ୍କ ସହ ଯୋଡ଼ା ଯାଉଛି। ଏବେ ସୋସିଆଲ ମିଡିଆରେ ଏକ ପୋଷ୍ଟ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଦାବି କରାଯାଇଛି କି ହାର୍ଦ୍ଦିକ ଚଳିତ ଆଇପିଏଲ ମଝିରେ ଦ୍ୱିତୀୟ ବିବାହ କରିବାକୁ ଯାଉଛନ୍ତି। 

ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ (X) ରେ ଏକ ପୋଷ୍ଟ ଖୁବ ଭାଇରାଲ ହେଉଛି। ଏହି ପୋଷ୍ଟ ଅନୁଯାୟୀ, ହାର୍ଦ୍ଦିକ ପାଣ୍ଡ୍ୟା ଓ ମହିକା ଶର୍ମା ଆସନ୍ତା ମେ’ ୨୨ ତାରିଖରେ ରାଜସ୍ଥାନର ଉଦୟପୁରଠାରେ ଏକ ବ୍ୟକ୍ତିଗତ ସମାରୋହରେ ବିବାହ ବନ୍ଧନରେ ଆବଦ୍ଧ ହେବେ। ଏହି ଖବର ସାମ୍ନାକୁ ଆସିବା ପରେ କ୍ରିକେଟ ପ୍ରେମୀ ଓ ପ୍ରଶଂସକଙ୍କ ମଧ୍ୟରେ ଆଲୋଚନା ଜୋର ଧରିଛି। ଅନେକ ୟୁଜର୍ସ ଏହାକୁ ନେଇ କମେଣ୍ଟ ମଧ୍ୟ କରୁଛନ୍ତି।

ଯେଉଁ ଆକାଉଣ୍ଟରୁ ଏହି ବିବାହ ଖବର ସେୟାର କରାଯାଇଛି, ତାହା ଏକ ସୋସିଆଲ ମିଡିଆ ‘ପାରୋଡି ଆକାଉଣ୍ଟ’ (Parody Account) ଅଟେ। ଏହି ଆକାଉଣ୍ଟ ପୂର୍ବରୁ ମଧ୍ୟ ଅନ୍ୟ କ୍ରିକେଟରଙ୍କୁ ନେଇ ଏଭଳି ଗୁଜବ ସୃଷ୍ଟି କରିଛି। ତେବେ ହାର୍ଦ୍ଦିକ ପାଣ୍ଡ୍ୟା, ମହିକା ଶର୍ମା କିମ୍ବା ସେମାନଙ୍କ ପରିବାର ପକ୍ଷରୁ ବିବାହ ସମ୍ପର୍କରେ କୌଣସି ଆଧିକାରିକ (Official) ସୂଚନା ବା ବିବୃତ୍ତି ଜାରି କରାଯାଇ ନାହିଁ। ସୂତ୍ର ଅନୁସାରେ, ହାର୍ଦ୍ଦିକ ବର୍ତ୍ତମାନ କେବଳ ନିଜ କ୍ରିକେଟ କ୍ୟାରିୟର ଏବଂ ଆଇପିଏଲ ମ୍ୟାଚ ଉପରେ ଧ୍ୟାନ କେନ୍ଦ୍ରୀଭୂତ କରୁଛନ୍ତି। 

ନତାଶାଙ୍କ  ସହ ଛାଡ଼ପତ୍ର ପରେ, ୨୦୨୫ ଅକ୍ଟୋବରରେ ହାର୍ଦ୍ଦିକ ଏବଂ ମହିକାଙ୍କୁ ପ୍ରଥମ ଥର ପାଇଁ ମୁମ୍ବାଇ ଏୟାରପୋର୍ଟରେ ଏକାଠି ଦେଖାଯାଇଥିଲା। ଏହାପରେ ଦୁହେଁ ନିଜ ସମ୍ପର୍କକୁ ସୋସିଆଲ ମିଡିଆରେ ଅଫିସିଆଲ କରିଥିଲେ। ଟି-୨୦ ୱାଲର୍‌ଡ କପ ବିଜୟ ଉତ୍ସବ ସମୟରେ ଷ୍ଟାଡିୟମରେ ମହିକାଙ୍କ ଉପସ୍ଥିତି ଏବଂ ଦୁହିଁଙ୍କ ରୋମାଣ୍ଟିକ ମୁହୂର୍ତ୍ତ ଖୁବ ଭାଇରାଲ ହୋଇଥିଲା।