ବିରାଟ କୋହଲିଙ୍କ ଜନ୍ମଦିନରେ ଜାଣନ୍ତୁ କିଛି ଜଣା ଅଜଣା....

 

ଓଡ଼ିଆ ଗସିପ୍ ବ୍ୟୁୁରୋ: ଭାରତୀୟ କ୍ରିକେଟର ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କ ଆଜି ଜନ୍ମଦିନ।  ଚମତ୍କାର ବ୍ୟାଟିଂ ଓ ଫିଲଡିଂ ମାଧ୍ୟମରେ କ୍ରିକେଟ ଜଗତରେ ନିଜ ପତିଆରା ଜାହିର କରିଥିବା ଭାରତୀୟ କ୍ରିକେଟ ଦଳର କ୍ୟାପଟେନ କୋହଲି ଆଜି ୩୨ବର୍ଷରେ ପାଦ ଥାପିଛନ୍ତି । ୧୯୮୮ ମସିହା ନଭେମ୍ବର ୫ ତାରିଖରେ ଦିଲ୍ଲୀରେ ଏକ ହିନ୍ଦୁ ପରିବାରରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କର ପିତା ପ୍ରେମ କୋହଲି ଓ ମାତା ସରୋଜ କୋହଲି । ବିରାଟଙ୍କ ବାପା ପେସାରେ କ୍ରିମିନାଲ ଓକିଲ ଥିଲେ । ଵିଶାଲ ଭାରତୀ ପବ୍ଲିକ ସ୍କୁଲରେ ସ୍କୁଲିଙ୍ଗ ସାରିଥିଲେ ବିରାଟ । 

ବିରାଟଙ୍କୁ ଯେତେବେଳେ ମାତ୍ର ୧୮ ବର୍ଷ ହୋଇଥିଲା ତାଙ୍କ ବାପାଙ୍କ ହୃଦଘାତରେ ମୃତ୍ୟୁ ହୋଇଥିଲା । ସେ ସମୟରେ କିଛି ଦିନ ପର୍ଯ୍ୟନ୍ତ ଭାଙ୍ଗିପଡିଥିଲେ ବୋଲି ଏକ ଇଣ୍ଟରଭିୟୁରେ କହିଥିଲେ କୋହଲି । କ୍ରିକେଟ ଜଗତର ବେତାବ୍  ବାଦଶାହା ବିରାଟ ମାତ୍ର ୩ ବର୍ଷ ବୟସରେ ଏକ ବ୍ରିକେଟ ବ୍ୟାଟ ଧରି ବାପାଙ୍କୁ ବୋଲିଂ କରିବାକୁ କହିଥିଲେ ।

ଛୋଟ ବେଳୁ କ୍ରିକେଟ ପ୍ରତି ରୁଚି ରଖିଥିବା ବିରାଟ ୨୦୦୮ ମସିହା ଅଣ୍ଡର ନାଇଁନଟିନ  କ୍ରିକେଟ ବିଶ୍ୱକପରେ ଭାରତୀୟ ଦଳର ଅଧିନାୟକ ରହି ଭାରତକୁ ବିଶ୍ୱବିଜେତା କରିଥିଲେ। 19 ବର୍ଷ ବୟସରେ ସେ ଶ୍ରୀଲଙ୍କା ବିପକ୍ଷରେ ଦାମ୍ବୁଲାରେ କ୍ରିକେଟ କ୍ୟାରିଅର ଆରମ୍ଭ କରିଥିଲେ। 

ସେବେଠାରୁ କୋହଲି ଆଉ ଅଟକିନାହାନ୍ତି ଚମତ୍କାର ବ୍ୟାଟିଂ ଓ ଫିଲଡିଂ ମାଧ୍ୟମରେ ଦଳ ପାଇଁ ଓ ନିଜ ପାଇଁ ଗୋଟେ ପରେ ଗୋଟେ ସଫଳତା ଦେଇଚାଲିଛନ୍ତି । ବିରାଟ କୋହଲି ଭାରତ ପାଇଁ 86 ଟେଷ୍ଟ, 248 ୱାନଡେ ଇଣ୍ଟର ନ୍ୟାସନାଲ ଏବଂ 82ଟି ଟି-20 ଇଣ୍ଟରନ୍ୟାସନାଲ ଖେଳିଛନ୍ତି।

ୱାନଡେ କ୍ରିକେଟରେ ସେ 11 ହଜାରରୁ ଉର୍ଦ୍ଧ୍ଵ ରନ କରିଛନ୍ତି। 2011ରେ ୱାର୍ଡ କପ୍ ଏବଂ 2013ରେ ଚାମ୍ପିଅନ୍ସ ଟ୍ରଫି ଜିତିଥିବା ଟିମର ଅଂଶ ଥିଲେ ବିରାଟ। ସେ ମହେନ୍ଦ୍ର ସିଂ ଧୋନୀଙ୍କ ପରେ 2014ରେ ଟେଷ୍ଟ ଟିମର କମାଣ ସମ୍ଭାଳିଥିଲେ। ଜାନୁଆରୀ 2017ରେ ସେ ସୀମିତ ଓଭୋର ଟିମରେ କ୍ୟାପଟେନ ହୋଇଥିଲେ। 

୨୯ ଫେବୁଆରି ୨୦୨୦ ପର୍ଯ୍ୟନ୍ତ କୋହଲି ଦିନିକିଆ ଫର୍ମାଟରେ ୪୩ଟି ଶତକ ହାସଲ କରିଥିବାବେଳେ ୫୮ଟି ଅର୍ଧଶତକ ହାସଲ କରିଛନ୍ତି । ତେବେ ଟେଷ୍ଟ ରେ ୨୭ଟି ଶତକ ୨୨ଟି ଅର୍ଧଶତକ ହାସଲ କରିଥିବାବେଳେ ଟି-ଟ୍ୱଣ୍ଟି ରେ ୨୪ଟି ଅର୍ଧଶତକ ହାସଲ କରିପାରିଛନ୍ତି । କୋହଲିଙ୍କ ବେଷ୍ଟ ସ୍କୋର ଦିନିକିଆରେ ୧୮୩, ଟେଷ୍ଟରେ ୨୫୪ ଓ  ଟି-ଟ୍ୱଣ୍ଟି ରେ ୯୪ ରହିଛି ।

କୋହଲି ନିଜ ପ୍ରତିଭା ମାଧ୍ୟମରେ ଅର୍ଜୁନ ଆୱାର୍ଡ ଓ ପଦ୍ମଶ୍ରୀ  ମଧ୍ୟ ହାତେଇବାରେ ସଫଳ ହୋଇଛନ୍ତି । କ୍ରିକେଟରେ ନିଜର ପତିଆରା ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା ବିରାଟ ବ୍ୟକ୍ତିଗତ ଜୀବନରେ ପତ୍ନୀ ଅନୁଷ୍କା ଶର୍ମା ଏବଂ ତାଙ୍କର  ହେବାକୁ୍ ଥିବା ସନ୍ତାନ ପାଇଁ ସେ ଏବେ ବେଶ୍ ଚର୍ଚ୍ଚାରେ।