ମ୍ୟାଚ ଚାଲିଥିବା ସମୟରେ ୟୁଜ྄ବେନ୍ଦ୍ର ଚହଲ ଏମିତି କିଛି କରିଦେଲେ, ପୁରା ପାକିସ୍ତାନ ସଲାମ କରୁଛି

ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଖେଳାଯାଇଥିବା ଏସିଆ କପରେ ଭାରତ ପାକିସ୍ତାନକୁ ୨୧ ଓଭର ଖେଳି ୮ ଉଇକେଟରେ ମ୍ୟାଚ ଜିତିନେଲା । ମ୍ୟାଚ ଜିତିବା ସହ ଭାରତ ପାକିସ୍ତାନଠାରୁ ହାରିବାର ପ୍ରତିଶୋଧ ନେଇଥିବାବେଳେ ଏହି ସମୟରେ ଏକ ଅଦଭୂତ କାଣ୍ଡ ଦେଖିବାକୁ ମିଳିଥିଲା । ମ୍ୟାଚ ଭିତରେ ଦୁଇ ଦେଶର ଖେଳାଳିଙ୍କ ମଧ୍ୟରେ ଆନ୍ତରିକତାର ପରିବେଶ ଦେଖିବାକୁ ମିଳିଥିଲା ଯାହା ଦେଶବାସୀ ପାଇଁ ଥିଲା ପୁରା ନିଆରା । ପଡ଼ିଆରେ ପାଣ୍ଡିଆଙ୍କୁ ଆଘାତ ଲାଗିବା
 

ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଖେଳାଯାଇଥିବା ଏସିଆ କପରେ ଭାରତ ପାକିସ୍ତାନକୁ ୨୧ ଓଭର ଖେଳି ୮ ଉଇକେଟରେ ମ୍ୟାଚ ଜିତିନେଲା । ମ୍ୟାଚ ଜିତିବା ସହ ଭାରତ ପାକିସ୍ତାନଠାରୁ ହାରିବାର ପ୍ରତିଶୋଧ ନେଇଥିବାବେଳେ ଏହି ସମୟରେ ଏକ ଅଦଭୂତ କାଣ୍ଡ ଦେଖିବାକୁ ମିଳିଥିଲା । ମ୍ୟାଚ ଭିତରେ ଦୁଇ ଦେଶର ଖେଳାଳିଙ୍କ ମଧ୍ୟରେ ଆନ୍ତରିକତାର ପରିବେଶ ଦେଖିବାକୁ ମିଳିଥିଲା ଯାହା ଦେଶବାସୀ ପାଇଁ ଥିଲା ପୁରା ନିଆରା ।

ପଡ଼ିଆରେ ପାଣ୍ଡିଆଙ୍କୁ ଆଘାତ ଲାଗିବା ପରେ ପାକିସ୍ତାନର ଖେଳାଳି ମାନେ ତାଙ୍କ ପାଖକୁ ଯାଇଥିଲେ ଏବଂ ତାଙ୍କ ବିଷୟରେ କଥା ହୋଇଥିଲେ । ମ୍ୟାଚର ୪୩ ଓଭରରେ ଭାରତୀୟ ଖେଳାଳି ୟୁଜ྄ବେନ୍ଦ୍ର କିଛି ଏପରି କଲେ ଯାହା ସବୁ ପାକିସ୍ତାନୀଙ୍କ ମନ କିଣି ନେଇଥିଲେ । ପାକିସ୍ତାନ ଖେଳାଳି ଉସମାନ ଖାଁ ଖେଳିବାକୁ ଆସିବା ସମୟରେ ତାଙ୍କ ଜୋତାର ଡୋର ଖୋଲି ଯାଇଥିଲା।

ସେଥିପାଇଁ ତାଙ୍କୁ ଖେଳିବା ପାଇଁ ଅସୁବିଧା ହେଉଥିଲା । ହାତରେ ଗ୍ଲୋବସ ପିନ୍ଧିଥିବାରୁ ସେ ନିଜେ ଜୋତାର ଡୋର ବାନ୍ଧି ପାରୁ ନ ଥିଲେ । ଏପରିସ୍ଥଳେ ଭାରତୀୟ ସ୍ପିନର ଚହଲ ସବୁ କିଛି ଭୁଲି ଉସମାନଙ୍କ ଯୋତା ର ଡୋର ବାନ୍ଧି ଥିଲେ।

ଚହଲଙ୍କ ଏହି କାମ ଦେଖି ପୁରା ପାକିସ୍ତାନ ତାଙ୍କୁ ସଲାମ କରିଥିଲା । ମ୍ୟାଚ ଭିତରେ ଏପରି ବହୁତ ଥର ହୋଇଛି । କିନ୍ତୁ ଭାରତ ଓ ପାକିସ୍ତାନ ମ୍ୟାଚରେ ଏଭଳି ଦୃଶ୍ୟ କୁଚିତ ଦେଖିବାକୁ ମିଳିଛି । ମ୍ୟାଚ ଭିତରେ ଚହଲଙ୍କ ଦ୍ଵାରା କରାଯାଇଥିବା ଏପରି କାମ ବହୁତ ଭଲ ଥିଲା । ଭାରତୀୟ ଖେଳାଳିଙ୍କ ଗୁଣଗାନ ସମସ୍ତେ କରିଥିଲେ ।