ପ୍ରେମିକାଙ୍କ ପାଇଁ ବିଦେଶରୁ ଏହି ବାର୍ତ୍ତା ଦେଲେ ଦୂତୀ ! କବିତା ଲେଖି ହେଲେ ଭାବ ପ୍ରବଣ; ଜାଣନ୍ତୁ ପାର୍ଟନରଙ୍କ ପାଇଁ କ’ଣ ଦି ପଦ ଲେଖିଛନ୍ତି ସୁନ୍ଦରୀ ଦୂତୀ…

ପ୍ରେମ ! ଅଢେଇ ଅକ୍ଷର ଏହି ଶବ୍ଦ କେବଳ ଭାବନାକୁ ବ୍ୟକ୍ତ କରି ନଥାଏ, ଏହା ଏକ ଅନୁଭବ ଯାହାକୁ ଏବେ ଫିଲ୍ କରୁଛନ୍ତି ତାରକା ଧାବିକା ତଥା ଓଡ଼ିଶାର ସୁନା ଝିଅ ଦୂତୀ ଚାନ୍ଦ । ନିଜ ପ୍ରେମିକା ପାଇଁ ସେ ଲେଖିଛନ୍ତି ଏମିତି ଏକ କବିତାର ଧାଡ଼ି ଯାହା ଆପଣଙ୍କୁ ବି ରୋମାଣ୍ଟିକ କରିଦେବ । ଦି ଧାଡ଼ି କବିତା ଶୁଣିଲା ପରେ ଆପଣ ବି ପ୍ରେମ ରାଇଜରେ ଘେରାଏ ବୁଲି ଆସିବେ ।
 

ପ୍ରେମ ! ଅଢେଇ ଅକ୍ଷର ଏହି ଶବ୍ଦ କେବଳ ଭାବନାକୁ ବ୍ୟକ୍ତ କରି ନଥାଏ, ଏହା ଏକ ଅନୁଭବ ଯାହାକୁ ଏବେ ଫିଲ୍ କରୁଛନ୍ତି ତାରକା ଧାବିକା ତଥା ଓଡ଼ିଶାର ସୁନା ଝିଅ ଦୂତୀ ଚାନ୍ଦ । ନିଜ ପ୍ରେମିକା ପାଇଁ ସେ ଲେଖିଛନ୍ତି ଏମିତି ଏକ କବିତାର ଧାଡ଼ି ଯାହା ଆପଣଙ୍କୁ ବି ରୋମାଣ୍ଟିକ କରିଦେବ ।

ଦି ଧାଡ଼ି କବିତା ଶୁଣିଲା ପରେ ଆପଣ ବି ପ୍ରେମ ରାଇଜରେ ଘେରାଏ ବୁଲି ଆସିବେ । ତେବେ ଚାଲନ୍ତୁ ଏବେ ଆପଣଙ୍କୁ ନେଇଯାଉଛୁ ଦୂତି ଙ୍କ ଦୁନିଆକୁ ଆଉ ପର୍ଚିତ କରାଉଛୁ ଆପଣଙ୍କ ସହ ସୁନ୍ଦରୀ ଦୂତୀଙ୍କ ପ୍ରେମିକ ଙ୍କ ସହ ଯାହା ପାଇଁ ଦୂତୀ ଏବେ ଏବେ କବି ବି ହୋଇଛନ୍ତି ।

ସମଳୀଙ୍ଗି ସମ୍ପର୍କ ନେଇ ନିଜେ ମୁହଁ ଖୋଲିବା ପରେ ବିବାଦ କୁ ଚାଲି ଆସନ୍ତି ଦୂତୀ, ମାନିବାକୁ ପଡ଼ିବ କିନ୍ତୁ ସେ ଭୟଭୀତ କିମ୍ବା ନିନ୍ଦିତ ଅନୁଭବ ନ କରି ନିଜ ପ୍ରେମକୁ ପବିତ୍ର ସମ୍ପର୍କ କହିବା ସହ ପାର୍ଟନରଙ୍କୁ ଆଜୀବନ ଭଲ ପାଇବା ଦେବେ ଏବଂ ଖୁସି ରଖିବେ ବୋଲି କହି ଓଡ଼ିଶାବାସୀ ଙ୍କ ମନ ଜିଣି ନେଇଛନ୍ତି ।

ଅବଶ୍ୟ ଏବେବି ଦୂତୀଙ୍କୁ ନେଇ ବାର କଥା ଏବଂ ତେର ନିନ୍ଦା ଶୁଣିବାକୁ ପଡୁଛି, ତଥାପି ସେ ଏବେ ପୁଣି ଚର୍ଚ୍ଚାରେ ନିଜ ପ୍ରେମକୁ ନେଇ ।

ଦୂରରେ ଥିଲେ ବି ଦୂତୀଙ୍କ ହୃଦୟ ନିଜ ପ୍ରେମିକ ପାଇଁ ବ୍ୟାକୁଳ ଥିବା ନିଜ ଫେସବୁକ୍ ପୋଷ୍ଟ୍ ରେ ଉଲ୍ଲେଖ କରିଛନ୍ତି । ଏହା ସହ ସେ ଏହାବି ଲେଖିଛନ୍ତି ଯେ ସେ ଯେଉଁଠି ଥିଲେ ବି ନିଜ ପ୍ରିୟତମା କଥା ଭାବୁଛନ୍ତି । ହୃଦୟର ସ୍ପନ୍ଦନ ବୁଝି ପାରୁଛନ୍ତି ।

ସେଥିପାଇଁ ତ ସେ ଲେଖିଲେ କି “ମୁଁ ଯେଉଁଠି ବି ଥାଏ ନା କାହିଁକି ! ସର୍ବଦା ତୁମ ଛାତିର ହୃଦୟ ହୋଇ ରହିବି” । ଏହି ପୋଷ୍ଟ୍ ପ୍ରମାଣିତ କରୁଛି ଦୂତିଙ୍କ ମନରେ ପ୍ରେମ କେତେ ମାଇନା ରଖୁଛି ।