ଦୁଇ ଇନିଂସ, ଦୁଇ ଶତକ: ଭାରତୀୟ ବ୍ୟାଟ୍ସମ୍ୟାନଙ୍କ କମାଲ

ବିଶାଖାପାଟଣା: ବୁଧବାରଠାରୁ ଏଠାରେ ଆରମ୍ଭ ହୋଇଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟର ଦ୍ୱିତୀୟ ଇନିଂସରେ ଶତକ ମାରିଛନ୍ତି ଭାରତୀୟ ଓପନର ରୋହିତ ଶର୍ମା । ସେ ୧୪୯ ବଲରୁ ୧୨୭ ରନ କରି ଆଉଟ ହୋଇଛନ୍ତି । ରୋହିତ ଏହି ମ୍ୟାଚର ପ୍ରଥମ ଇନିଂସରେ ମଧ୍ୟ ଶତକ ହାସଲ କରିଥିଲେ । ପ୍ରଥମ ଇନିଂସରେ ସେ ୨୪୪ ବଲରୁ ୧୭୬ ରନ କରିଥିଲେ । ଏଥିସହ ଚତୁର୍ଥ ଦିନରେ ଭାରତ ୪ ଉଇକେଟ ହରାଇ ୩୨୩
 

ବିଶାଖାପାଟଣା: ବୁଧବାରଠାରୁ ଏଠାରେ ଆରମ୍ଭ ହୋଇଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟର ଦ୍ୱିତୀୟ ଇନିଂସରେ ଶତକ ମାରିଛନ୍ତି ଭାରତୀୟ ଓପନର ରୋହିତ ଶର୍ମା । ସେ ୧୪୯ ବଲରୁ ୧୨୭ ରନ କରି ଆଉଟ ହୋଇଛନ୍ତି । ରୋହିତ ଏହି ମ୍ୟାଚର ପ୍ରଥମ ଇନିଂସରେ ମଧ୍ୟ ଶତକ ହାସଲ କରିଥିଲେ ।

ପ୍ରଥମ ଇନିଂସରେ ସେ ୨୪୪ ବଲରୁ ୧୭୬ ରନ କରିଥିଲେ । ଏଥିସହ ଚତୁର୍ଥ ଦିନରେ ଭାରତ ୪ ଉଇକେଟ ହରାଇ ୩୨୩ ରନ କରି ଇନିଂସ ଘୋଷଣା କରିଛି । ପ୍ରଥମ ଇନିଂସରେ ଘରୋଇ ଦଳ ୫୦୨ ରନ କରିଥିବାବେଳେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ଦଳ ୪୩୧ ରନରେ ଅଲଆଉଟ ହୋଇଯାଇଥିଲା । ଫଳରେ ଭାରତ ଦକ୍ଷିଣ ଆଫ୍ରିକାଠାକୁ ୩୯୪ ରନ ଟାର୍ଗେଟ ଦେଇଛି ।

ଖେଳ ଆଉ ଗୋଟିଏ ଦିନ ବାକି ଥିବାବେଳେ ଭାରତ ଏହି ମ୍ୟାଚ ଜିତିବାକୁ ୧୦ ଉଇକେଟ ଆବଶ୍ୟକ କରୁଛି । ସେପଟେ ଭ୍ରମଣକାରୀ ଦଳ ମଧ୍ୟ ମ୍ୟାଚ ବଞ୍ଚାଇବାକୁ ଉଦ୍ୟମ କରୁଛି । ୩୯୪ ରନର ବିଜୟ ଲକ୍ଷ୍ୟ ନେଇ ଭ୍ରମଣକାରୀ ଦଳର ଏଡେନ ମାର୍କରାମ ଓ ଡିନ ଏଲଗାର ପଡ଼ିଆକୁ ଓହ୍ଲାଇଛନ୍ତି । ଉଭୟ ୧ ରନ ଲେଖାଏଁ କରି କ୍ରିଜରେ ଅଛନ୍ତି ।