ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟେଷ୍ଟ: ରୋଚକ ସ୍ଥିତିରେ ମ୍ୟାଚ

ଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ବୁଧବାରଠାରୁ ଏଠାରେ ଆରମ୍ଭ ହୋଇଥିବା ପ୍ରଥମ ଟେଷ୍ଟର ତୃତୀୟ ଦିନ ଖେଳ ଶେଷ ହୋଇଛି । ତୃତୀୟ ଦିନ ଷ୍ଟମ୍ପ ଅପସାରଣ ସୁଦ୍ଧା ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ଦଳ ୮ ଉଇକେଟ ହରାଇ ୩୮୫ ରନ କରିଛି । ଭାରତ ପ୍ରଥମ ଇନିଂସରେ ୫୦୨ ରନ କରିଥିଲା । ଫଳରେ ଦକ୍ଷିଣ ଆଫ୍ରିକା ଦଳ ବର୍ତ୍ତମାନ ସୁଦ୍ଧା ପ୍ରଥମ ଇନିଂସରେ ୧୧୭ ରନ ପଛରେ ରହିଛି । ଖେଳର
 

ଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ବୁଧବାରଠାରୁ ଏଠାରେ ଆରମ୍ଭ ହୋଇଥିବା ପ୍ରଥମ ଟେଷ୍ଟର ତୃତୀୟ ଦିନ ଖେଳ ଶେଷ ହୋଇଛି । ତୃତୀୟ ଦିନ ଷ୍ଟମ୍ପ ଅପସାରଣ ସୁଦ୍ଧା ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ଦଳ ୮ ଉଇକେଟ ହରାଇ ୩୮୫ ରନ କରିଛି । ଭାରତ ପ୍ରଥମ ଇନିଂସରେ ୫୦୨ ରନ କରିଥିଲା । ଫଳରେ ଦକ୍ଷିଣ ଆଫ୍ରିକା ଦଳ ବର୍ତ୍ତମାନ ସୁଦ୍ଧା ପ୍ରଥମ ଇନିଂସରେ ୧୧୭ ରନ ପଛରେ ରହିଛି ।

ଖେଳର ଦ୍ୱିତୀୟ ଦିନରେ ଭାରତ ୭ ଉଇକେଟ ହରାଇ ୫୦୨ ରନ କରି ଏହାର ପ୍ରଥମ ଇନିଂସ ଘୋଷଣା କରିଥିଲା । ଭ୍ରମଣକାରୀ ଦଳ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଦଳୀୟ ସ୍କୋର ମାତ୍ର ୧୪ ରନ ଥିବାବେଳେ ଦଳ ଏହାର ପ୍ରଥମ ଉଇକେଟ ହରାଇଥିଲା । ଏଡେନ ମାର୍କରାମ ମାତ୍ର ୫ ରନ କରି ପ୍ରଥମେ ପାଭଲିୟନକୁ ଫେରିଯାଇଥିଲେ । ଏହା ପରେ ଦଳୀୟ ସ୍କୋର ୩୧ ଥିବାବେଳେ ଥ୍ୟୁନିସ ବ୍ରୁଇନ (୪), ୩୪ ଥିବାବେଳେ ଡେନ ପିଡ୍ଥ (୦), ୬୩ରେ ଟେମ୍ବା ବାଭୁମା (୧୮) ରନ କରି ଆଉଟ ହୋଇଥିଲେ ।

ତେବେ ଓପନର ଡିନ ଏଲଗାରଙ୍କ ସହ କିଛି ସମୟ କ୍ରିଜରେ ତିଷ୍ଠି ରହି ଫାଫ୍ ଡୁ ପ୍ଲେସିସ ବ୍ୟକ୍ତିଗତ ଗୁରୁତ୍ୱପୂର୍ଣ୍ଣ ୫୫ ରନ ସ୍କୋର ବୋର୍ଡରେ ଯୋଗ କରିଥିଲେ । ହେଲେ ଦଳୀୟ ସ୍କୋର ୧୭୮ ଥିବାବେଳେ ସେ ମଧ୍ୟ ଆଉଟ ହୋଇଥିଲେ । ଏହା ପରେ କ୍ୱିଣ୍ଟନ ଡି କକ୍ ସ୍ଥିତି ସମ୍ଭାଳିବା ସହ ମାତ୍ର ୧୬୩ ବଲରୁ ବିସ୍ଫୋରକ ୧୧୧ ରନ କରିଥିଲେ । ସ୍କୋର ୩୪୨ ଥିବାବେଳେ ଦଳ ଏହାର ୬ଷ୍ଠ, ୩୭୦ ଥିବାବେଳେ ସପ୍ତମ ଓ ୩୭୬ ଥିବାବେଳେ ଅଷ୍ଟମ ଉଇକେଟ ହରାଇଛି ।

ସେନୁରାନ ମୁଥିସାମି ୧୨ ଓ କେଶବ ମହାରାଜ ୩ ରନ କରି ଏବେ କ୍ରିଜରେ ଅଛନ୍ତି । ଖେଳ ଆଉ ଦୁଇଦିନ ବାକି ଥିବାବେଳେ ତୃତୀୟ ଦିନ ଷ୍ଟମ୍ପ ଅପସାରଣ ସୁଦ୍ଧା ଏକ ରୋଚକ ମୋଡ଼ରେ ପହଞ୍ଚିଛି । ଆସନ୍ତାକାଲି ଯଦି ଭାରତ ଶୀଘ୍ର ଆଉ ଦୁଇ ଉଇକେଟ ଅକ୍ତିଆର କରିନିଏ ତେବେ ଖେଳ ଫଇସଲା ହୋଇଯିବାର ସମ୍ଭାବନା ରହିଛି ।