ବିଦାୟ ନେଲେ କ୍ରିକେଟ୍ ଦାଦି; ମନେ ରହିବେ ସବୁଦିନ, ଏହି କାରଣ ପାଇଁ ଥିଲେ ଚର୍ଚ୍ଚାରେ

ଭୁବନେଶ୍ୱର: ଆର ପାରିରେ କ୍ରିକେଟ୍ ଦାଦି । ୨୦୧୯ ମସିହାରେ କ୍ରିକେଟ ବିଶ୍ୱକପ୍ ବେଳେ ସମସ୍ତଙ୍କ ହୃଦୟ ଜିଣିଥିବା ଚାରୁଲତା ପଟେଲଙ୍କ ଆଜି ୮୭ ବୟସରେ ପରଲୋକ ଘଟିଛି । ଚାରୁଲତା ଙ୍କ ଦେହାନ୍ତରେ ସମଗ୍ର କ୍ରୀଡା ଜଗତ ତାଙ୍କୁ ମନେପକାଉଛି । ସେ ଭାରତ ଓ ବାଂଲାଦେଶ ମ୍ୟାଚ ସମୟରେ ଷ୍ଟାଡିୟମରେ ଉପସ୍ଥିତ ରହି ଭାରତୀୟ କ୍ରିକେଟ ଟିମ୍ର ଉତ୍ସାହ ବୃଦ୍ଧି କରିଥିଲେ । ଏହି ସମୟରେ ସେ ଭୁଭୁଜୁଲା ବା ପେଁକାଳି ବଜାଇ ଭାରତୀୟ
 

ଭୁବନେଶ୍ୱର: ଆର ପାରିରେ କ୍ରିକେଟ୍ ଦାଦି । ୨୦୧୯ ମସିହାରେ କ୍ରିକେଟ ବିଶ୍ୱକପ୍‌ ବେଳେ ସମସ୍ତଙ୍କ ହୃଦୟ ଜିଣିଥିବା ଚାରୁଲତା ପଟେଲଙ୍କ ଆଜି ୮୭ ବୟସରେ ପରଲୋକ ଘଟିଛି । ଚାରୁଲତା ଙ୍କ ଦେହାନ୍ତରେ ସମଗ୍ର କ୍ରୀଡା ଜଗତ ତାଙ୍କୁ ମନେପକାଉଛି ।

ସେ ଭାରତ ଓ ବାଂଲାଦେଶ ମ୍ୟାଚ ସମୟରେ ଷ୍ଟାଡିୟମରେ ଉପସ୍ଥିତ ରହି ଭାରତୀୟ କ୍ରିକେଟ ଟିମ୍‌ର ଉତ୍ସାହ ବୃଦ୍ଧି କରିଥିଲେ । ଏହି ସମୟରେ ସେ ଭୁଭୁଜୁଲା ବା ପେଁକାଳି ବଜାଇ ଭାରତୀୟ ଟିମ୍‌ର ଉତ୍ସାହ ବୃଦ୍ଧି କରିଥିଲେ । ଏହାପରେ ସୋସିଆଲ୍‌ ମିଡିଆରେ ତାଙ୍କୁ ବେଶ୍‌ ପ୍ରଶଂସା କରାଯାଇଥିଲା ।

ଭାରତୀୟ କ୍ରିକେଟ ଟିମ୍‌ରେ ସବୁଠାରୁ ବୟସ୍କ ସୁପର ଫ୍ୟାନ ଭାବେ ସେ ପରିଚିତ ଥିଲେ । ଜାନୁଆରୀ ୧୩ ତାରିଖରେ ୮୭ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଛି । ଏହି ମ୍ୟାଚର ଶେ।ରେ ଟିମ୍‌ ଇଣ୍ଡିଆର ବିରାଟ କୋହଲୀ ଓ ରୋହିତ ଶର୍ମା ତାଙ୍କୁ ଭେଟିଥିଲେ ।

କ୍ରିକେଟ ଦାଦି ଭାବେ ପ୍ରସିଦ୍ଧି ଲାଭ କରିଥିବା ଚାରୁଲତା ପଟେଲ୍‌ଙ୍କର ୮୭ ବର୍ଷ ବୟସରେ ପରଲୋକ ହୋଇଛି । ୨୦୧୯ ମସିହାରେ କ୍ରିକେଟ ବିଶ୍ୱକପ୍‌ ଚାଲିଥିବା ବେଳେ ସେ ଷ୍ଟାଡିୟମରେ ଉପସ୍ଥିତ ରହି ଭାରତୀୟ ଟିମ୍‌ର ଉତ୍ସାହ ବୃଦ୍ଧି କରିଥିଲେ। ପରେ ସେ ବିରାଟ କୋହଲୀ ଓ ରୋହିତ ଶର୍ମାଙ୍କୁ ଭେଟିଥିଲେ ।

ଚାରୁଲତାଙ୍କ ଅଫିସିଆଲ୍‌ ଟ୍ୱିଟର ଆକାଉଣ୍ଟରେ ଏ ବିଷୟରେ ସୂଚନା ଦିଆଯାଇଛି । ଜାନୁଆରୀ ୧୩ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ଦିଆଯାଇଛି । ବିରାଟ କୋହଲି ଓ ରୋହିତ ଶର୍ମା ତାଙ୍କର ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି ।

(pic courtesy: ANI)