ଭୋପାଳରେ ଭୟାନକ ଦୁର୍ଘଟଣା; ଚାଲିଗଲା ୪ ଜାତୀୟ ସ୍ତରୀୟ ହକି ଖେଳାଳିଙ୍କ ଜୀବନ

ମଧ୍ୟପ୍ରଦେଶ: ଏମିତି ବି ଆସେ ମୃତ୍ୟୁ! ଟିକେ ଅସାବଧାନତା କେତେ ବଡ଼ କ୍ଷତି ଘଟାଇପରେ ତାହାର ଏକ ଜ୍ୱଳନ୍ତ ଉଦାହରଣ ଆଜି ପୁଣି ଆମ ସମସ୍ତଙ୍କ ପାଇଁ ସତର୍କ ଘଣ୍ଟି ଭଳି ଚେତାଇ ଦେଇଛି । ଏମିତି ଏକ ଭୟାନକ ଦୁର୍ଘଟଣା ଆଜି ମଧ୍ୟପ୍ରଦେଶ ରେ ଘଟିଛି ଯାହା ଦୃତ ଗତି ମହା କେତେ ବଡ଼ ମହାବିପତ୍ତି ତାହା ପ୍ରମାଣିତ କରିଛି । ମଧ୍ୟପ୍ରଦେଶର ହୋଶଙ୍ଗାବାଦରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ।
 

ମଧ୍ୟପ୍ରଦେଶ: ଏମିତି ବି ଆସେ ମୃତ୍ୟୁ! ଟିକେ ଅସାବଧାନତା କେତେ ବଡ଼ କ୍ଷତି ଘଟାଇପରେ ତାହାର ଏକ ଜ୍ୱଳନ୍ତ ଉଦାହରଣ ଆଜି ପୁଣି ଆମ ସମସ୍ତଙ୍କ ପାଇଁ ସତର୍କ ଘଣ୍ଟି ଭଳି ଚେତାଇ ଦେଇଛି । ଏମିତି ଏକ ଭୟାନକ ଦୁର୍ଘଟଣା ଆଜି ମଧ୍ୟପ୍ରଦେଶ ରେ ଘଟିଛି ଯାହା ଦୃତ ଗତି ମହା କେତେ ବଡ଼ ମହାବିପତ୍ତି ତାହା ପ୍ରମାଣିତ କରିଛି ।

ମଧ୍ୟପ୍ରଦେଶର ହୋଶଙ୍ଗାବାଦରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏଥିରେ ଜାତୀୟ ସ୍ତରର ଚାରି ଜଣ ହକି ଖେଳାଳିଙ୍କ ମୃତ୍ୟୁ ଘଟିଛି । ଆଉ ତିନି ଜଣ ଆହତ ହୋଇଛନ୍ତି । ସେମାନଙ୍କୁ ସ୍ଥାନୀୟ ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ମୃତକମାନେ ହେଲେ ଇନ୍ଦୋରର ଶାହ୍‌ନବାଜ ଖାନ୍‌, ଇଟାରସୀର ଆଦର୍ଶ ହରଦୁଆ, ଜବଲପୁରର ଆଶିଷ ଲାଲ ଓ ଗ୍ୱାଲିୟରର ଅନିକେତ ।

ସୂଚନା ଅନୁଯାୟୀ, ହୋଶଙ୍ଗାବାଦରେ ମେଜର ଧ୍ୟାନଚାନ୍ଦ ହକି ଟୁର୍ଣ୍ଣାମେଣ୍ଟ୍‌ରେ ଭାଗ ନେବା ପାଇଁ ଏହି ଖେଳାଳିମାନେ ଯାଉଥିଲେ । ସେମାନେ ଏକ ସ୍ୱିଫ୍ଟ ଡିଜାୟର କାର୍‌ରେ ସେଠାକୁ ଯାଉଥିବା ବେଳେ ଏକ ଗାଡ଼ିକୁ ଓଭରଟେକ୍‌ କରିବାକୁ ପ୍ରୟାସ କରିଥିଲେ । କାର୍‌ଟି ଦ୍ରୁତ ଗତିରେ ଥିବାରୁ ଓଭର୍‌ଟେକ୍ ବେଳେ ଏହା ଭାରସାମ୍ୟ ହରାଇଥିଲା ଓ ଏକ ଗଛରେ ପିଟି ହୋଇଯାଇଥିଲା । ଗଛରେ ପିଟି ହେବା ପରେ କାର୍‌ଟି ରାସ୍ତାକଡ଼ରେ ଥିବା ଏକ ଖାଲରେ ପଡ଼ି ଯାଇଥିଲା । କାର୍‌ଟି ପୂରା ଚୂରମାର ହୋଇଯାଇଛି ।

ଖବର ପାଇବା ପରେ ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କ ସହିତ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚିଥିଲା । ପୁଲିସ୍ ଘଟଣାର ତଦନ୍ତ କରୁଛି ।

ସାରା ଦେଶରେ ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁହାର ବଢିଥିଲେ ମଧ୍ୟ ଏବେ ଯାଏଁ ସଚେତନତା ଅଭାବା ବଡ଼ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି ।