କରୋନା ଭାଇରସକୁ ନେଇ ଏବେ ଅଡୁଆରେ ଆଇପିଏଲ ମ୍ୟାଚ, ସେପଟେ ଏହି ଖେଳ ହେବ କି ନାହିଁ ନିଜ ମତ ରଖିଲେ ବିସିସିଆଇ ସଭାପତି…

ଗୋଟେପଟେ ସାରା ଦେଶରେ କରୋନା ଭୟ ଦେଖାଯାଇଥିବା ବେଳେ ଏବେ ଅଡୁଆରେ ପଡିଛି ଆଇପିଏଲ ୨୦୨୦ ଖେଳ । ଚଳିତ ବର୍ଷ ମ୍ୟାଚ ହେବ କି ନାହିଁ ସେନେଇ ସନ୍ଦେହ ପ୍ରକଟ କରାଯାଇଛି । ପୁରା ବିଶ୍ୱରେ ଯେପରି କରୋନା ଭୁତାଣୁ ନିଜର କାୟା ବିସ୍ତାର କରିଛି ତାହାକୁ ନେଇ ଏବେ ଚିନ୍ତିତ ଭାରତ ସରକାର ଏବଂ ଆଇପିଏଲ କତ୍ତୃପକ୍ଷ । କାରଣ ଏହି ମ୍ୟାଚ ଯଦି ଖେଳା ଯାଏ ତାହାଲେ ବାହାର ଦେଶରୁ ଖେଳାଳୀ ଛଡା
 

ଗୋଟେପଟେ ସାରା ଦେଶରେ କରୋନା ଭୟ ଦେଖାଯାଇଥିବା ବେଳେ ଏବେ ଅଡୁଆରେ ପଡିଛି ଆଇପିଏଲ ୨୦୨୦ ଖେଳ । ଚଳିତ ବର୍ଷ ମ୍ୟାଚ ହେବ କି ନାହିଁ ସେନେଇ ସନ୍ଦେହ ପ୍ରକଟ କରାଯାଇଛି । ପୁରା ବିଶ୍ୱରେ ଯେପରି କରୋନା ଭୁତାଣୁ ନିଜର କାୟା ବିସ୍ତାର କରିଛି ତାହାକୁ ନେଇ ଏବେ ଚିନ୍ତିତ ଭାରତ ସରକାର ଏବଂ ଆଇପିଏଲ କତ୍ତୃପକ୍ଷ । କାରଣ ଏହି ମ୍ୟାଚ ଯଦି ଖେଳା ଯାଏ ତାହାଲେ ବାହାର ଦେଶରୁ ଖେଳାଳୀ ଛଡା ବହୁ ଦର୍ଶକ ମଧ୍ୟ ଆସିବେ । ଫଳରେ କରୋନା ଭାଇରସ କୁ ରୋକିବା କଷ୍ଟକର ହୋଇପଡିବ ।

ଅନ୍ୟପଟରେ ଖେଳ ହେବ କି ନାହିଁ ସେନେଇ ଚର୍ଚ୍ଚା ଜୋରଧରିଛି । କାରଣ ନିକଟରେ ମହାରାଷ୍ଟ୍ର ସ୍ୱାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେଙ୍କ ଗଣମାଧ୍ୟମକୁ ଦେଇଥିବା ମନ୍ତବ୍ୟ ରେ ସେ କହିଛନ୍ତି, ଗୋଟିଏ ସ୍ଥାନରେ ଏତେ ସଂଖ୍ୟକ ଲୋକ ଜମା ହେଲେ ସଂକ୍ରାମକ ରୋଗର ଭୟ ବଢିଥାଏ । ତେଣୁ ଆଇପିଏଲ ପରି ଏକ ଖେଳର ଆୟୋଜନ ପରବର୍ତ୍ତୀ ସମୟରେ କରାଯାଇପାରିବ । ମନ୍ତ୍ରୀଙ୍କ ଏଭଳି ବୟାନ ପରେ ଭାରତର ଏହି ଲୋକପ୍ରିୟ ଆଇପିଏଲ ମ୍ୟାଚର ଆୟୋଜନ ନେଇ ପ୍ରଶ୍ନ ସୃଷ୍ଟି ହୋଇଛି ।

ସୂଚନାଯୋଗ୍ୟ, ଆସନ୍ତା ୨୯ ତାରିଖରେ ଆଇପିଏଲର ଚଳିତ ସିଜିନର ପ୍ରଥମ ମ୍ୟାଚ ଡିଫେଣ୍ଡିଙ୍ଗ ଚାମ୍ପିଅନ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର କିଙ୍ଗସ୍ ମଧ୍ୟରେ ଖେଳାଯିବାକୁ ଚୂଡାନ୍ତ ହୋଇସାରିଛି । ହେଲେ ଏପରିସ୍ଥଳେ କରୋନା କୁ ଚିନ୍ତା କଲେ ଏହି ମ୍ୟାଚ ଖେଳାଯିବାକୁ ନେଇ ପ୍ରଶ୍ନ ଉଠିଛି । କାରଣ ସାରା ବିଶ୍ୱରେ କରୋନା ଭୂତାଣୁର ପ୍ରଭାବ ରହିଥିବାରୁ ଆଇପିଏଲକୁ କରୋନା ନା ନା କହିପାରେ । ମାନେ ଖେଳ ହେବା ନେଇ ଚିନ୍ତା ପ୍ରକଟ କରିଛନ୍ତି ରାଜ୍ୟ ସରକାର ଏବଂ କିଛି ଆୟୋଜକ ।

ସେପଟେ ବିସିସିଆଇ ସଭାପତି ଏହି ଖେଳ ଖେଳାଯିବା ନେଇ କ୍ଲିନ ଚିଟ ଦେଇଛନ୍ତି । ସେ କହିଛନ୍ତି, କରୋନାକୁ ନେଇ ଭୟ ନାହିଁ । ଆସନ୍ତା ୨୯ ତାରିଖରେ ଆଇପିଏଲର ଚଳିତ ସିଜିନର ପ୍ରଥମ ମ୍ୟାଚ୍ ଡିଫେଣ୍ଡିଙ୍ଗ ଚାମ୍ପିଅନ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର କିଙ୍ଗସ୍ ମଧ୍ୟରେ ଖେଳାଯିବ । କ୍ରୀଡାସୂଚୀ ଅନୁସାରେ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିଅମରେ ଏହି ମ୍ୟାଚ ଅନୁଷ୍ଟିତ ହେବ ।