ବଡ଼ ଖବର: ଘୁଞ୍ଚିପାରେ ଚଳିତ ବର୍ଷର ଆଇପିଏଲ୍ ମ୍ୟାଚ!; ଆଶା ଆଶଙ୍କାରେ ୧୩ତମ ସଂସ୍କରଣ

ମୁମ୍ବାଇ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ ବା ଆଇପିଏଲ୍ ର 13 ତମ ସଂସ୍କରଣ କାର୍ଯ୍ୟ ଆରମ୍ଭ ହେବାକୁ ତିନି ସପ୍ତାହରୁ କମ୍ ସମୟ ଅଛି । ମାର୍ଚ୍ଚ 29 ରେ ମୁମ୍ବାଇ ଇଣ୍ଡିଆନ୍ସ (MI) ଏବଂ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ସିଜିନ୍ ର ଉଦଘାଟନୀ ମ୍ୟାଚରେ ଶିଙ୍ଗ ଲକ୍ କରିବାର କାର୍ଯ୍ୟକ୍ରମ ରହିଛି । କିନ୍ତୁ ଏହାରି ମଧ୍ୟରେ ଏବେ ଏହାର ଆୟୋଜନକୁ ନେଇ ସସପେନ୍ସ ଦେଖାଦେଇଛି । ଆଶଙ୍କା କରାଯାଉଛି ଯେ, ଘୁଞ୍ଚିପାରେ ଚଳିତ
 

ମୁମ୍ବାଇ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ ବା ଆଇପିଏଲ୍ ର 13 ତମ ସଂସ୍କରଣ କାର୍ଯ୍ୟ ଆରମ୍ଭ ହେବାକୁ ତିନି ସପ୍ତାହରୁ କମ୍ ସମୟ ଅଛି । ମାର୍ଚ୍ଚ 29 ରେ ମୁମ୍ବାଇ ଇଣ୍ଡିଆନ୍ସ (MI) ଏବଂ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ସିଜିନ୍ ର ଉଦଘାଟନୀ ମ୍ୟାଚରେ ଶିଙ୍ଗ ଲକ୍ କରିବାର କାର୍ଯ୍ୟକ୍ରମ ରହିଛି । କିନ୍ତୁ ଏହାରି ମଧ୍ୟରେ ଏବେ ଏହାର ଆୟୋଜନକୁ ନେଇ ସସପେନ୍ସ ଦେଖାଦେଇଛି । ଆଶଙ୍କା କରାଯାଉଛି ଯେ, ଘୁଞ୍ଚିପାରେ ଚଳିତ ବର୍ଷର ଆଇପିଏଲ୍ ।

ସାରା ବିଶ୍ୱରେ କରୋନା ଆତଙ୍କ ପାଇଁ ଫଟାଫଟ କ୍ରିକେଟର ଏହି ମହାକୁମ୍ଭ ଘୁଞ୍ଚିବା ନେଇ ଆଶଙ୍କା ପ୍ରକାଶ କରିଛି ବିସିସିଆଇ । ଆଇପିଏଲ୍ ଘୁଞ୍ଚିବା ସମ୍ଭାବନା ଥିଲେ ବି ଏହାର ଆୟୋଜନ ପାଇଁ ଯଥେଷ୍ଟ ସମୟ ଅଛି ବୋଲି ବିସିସିଆଇ ସୂତ୍ରରୁ ଜଣାପ଼ଡିଛି । ତେବେ IPL ଘୁଞ୍ଚିବା ନେଇ ବିଧିବଦ୍ଧ ନିଷ୍ପତ୍ତି ହୋଇନଥିବା ବିସିସିଆଇ ସୂତ୍ରରୁ ଜଣାପଡିଛି । ମ୍ୟାଚ ବେଳେ ବହୁ ସଂଖ୍ୟାରେ ଲୋକଙ୍କ ଭିଡ ହେଉଥିବାରୁ କରୋନା ସଂକ୍ରମଣର ଆଶଙ୍କା ରହିଥାଏ । ତେଣୁ ଏହି ଟୁର୍ଣ୍ଣାମେଣ୍ଟକୁ ଘୁଞ୍ଚାଇବା ଲାଗି ପରାମର୍ଶ ଦେଇଥିଲେ ମହାରାଷ୍ଟ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ।

ବେଙ୍ଗାଲୁରୁରେ ହେବ କି ନାହିଁ ଆଇପିଏଲ୍ ମ୍ୟାଚ୍ ?

କର୍ଣ୍ଣାଟକର ଏକ ଟିଭି ରିପୋର୍ଟ ଅନୁସାରେ କର୍ଣ୍ଣାଟକ ସରକାର କେନ୍ଦ୍ର ସରକାରଙ୍କୁ ଏକ ଚିଠି ଲେଖିଛନ୍ତି ଯେ ଆଇପିଏଲ୍ ସ୍ଥଗିତ ରଖିବାକୁ ଅନୁରୋଧ କରିଛି । ଆହୁରି କୁହାଯାଇଛି ଯେ କର୍ଣ୍ଣାଟକ ସରକାର ମଧ୍ୟ ଆଇପିଏଲ ମ୍ୟାଚ୍ ଆୟୋଜନ କରିବାକୁ ମନା କରିଦେଇଛନ୍ତି ।

ଚିନ୍ନସ୍ବାମୀ ଷ୍ଟାଡିୟମ୍ ସେମାନଙ୍କର ସମସ୍ତ ମ୍ୟାଚ୍ ଆୟୋଜନ କରୁଥିବାରୁ ବେଙ୍ଗାଲୁରୁରେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଫ୍ରାଞ୍ଚାଇଜ୍ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ରହିଛି । ମହାରାଷ୍ଟ୍ର ସ୍ବାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ କରୋନା ଭାଇରସ ରୋଗକୁ ନେଇ ଉଦ୍ବେଗ ପ୍ରକାଶ କରିଥିଲେ ଏବଂ ପରେ ଆଇପିଏଲ ସଂଗଠିତ ହୋଇପାରିବ ବୋଲି ଅନୁଭବ କରିଥିଲେ ।