କରୋନା ଲଢ଼େଇରେ ସାମିଲ ହେଲେ ଏହି ସବୁ କ୍ରିକେଟର

ଓଡ଼ିଆ ଗସିପ୍ ବ୍ୟୁରୋ: କରୋନା ସହ ଲଢ଼େଇରେ ସାମିଲ ହୋଇଛି ସାରା ଦେଶ । ଶାସକ, ପ୍ରଶାସକ ଓ ଜନତା ଆଜି ସମସ୍ତେ ଏହି ମହାମାରୀକୁ ମାତ୍ ଦେବାକୁ ପଣ କରି ତିନି ସପ୍ତାହର ଲକ୍ଡାଉନ ଏବଂ ସାମାଜିକ ଦୂରତ୍ୱକୁ ଗ୍ରହଣ କରିଛନ୍ତି । ଏ କ୍ଷେତ୍ରରେ ଭାରତୀୟ କ୍ରିକେଟ୍ ଦଳର ଆଗ ଧାଡ଼ିର କ୍ରିକେଟର, କ୍ରିକେଟ ପ୍ରଶାସକ ଏବଂ ତାରକାମାନେ ସଚେତନ ହେବା ସହ ଜନସାଧାରଣଙ୍କୁ ସଚେତନ ହେବାକୁ ଆହ୍ବାନ ଦେଇଛନ୍ତି । ଏହି ତାରକାଙ୍କ
 

ଓଡ଼ିଆ ଗସିପ୍ ବ୍ୟୁରୋ: କରୋନା ସହ ଲଢ଼େଇରେ ସାମିଲ ହୋଇଛି ସାରା ଦେଶ । ଶାସକ, ପ୍ରଶାସକ ଓ ଜନତା ଆଜି ସମସ୍ତେ ଏହି ମହାମାରୀକୁ ମାତ୍ ଦେବାକୁ ପଣ କରି ତିନି ସପ୍ତାହର ଲକ୍ଡାଉନ ଏବଂ ସାମାଜିକ ଦୂରତ୍ୱକୁ ଗ୍ରହଣ କରିଛନ୍ତି । ଏ କ୍ଷେତ୍ରରେ ଭାରତୀୟ କ୍ରିକେଟ୍ ଦଳର ଆଗ ଧାଡ଼ିର କ୍ରିକେଟର, କ୍ରିକେଟ ପ୍ରଶାସକ ଏବଂ ତାରକାମାନେ ସଚେତନ ହେବା ସହ ଜନସାଧାରଣଙ୍କୁ ସଚେତନ ହେବାକୁ ଆହ୍ବାନ ଦେଇଛନ୍ତି । ଏହି ତାରକାଙ୍କ ତାଲିକାରେ ଟିମ୍ ଇଣ୍ଡିଆର କ୍ୟାପଟେନ୍ ବିରାଟ କୋହଲୀ, ବିସିସିଆଇ ବସ୍ ସୌରଭ ଗାଙ୍ଗୁଲି ରହିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନ କ୍ରମେ ସାରା ଦେଶରେ ଲକ୍ ଡାଉନକୁ ଏହି ତାରକାମାନେ ସମର୍ଥନ କରିବା ସହ ନିଜର ଅଧିନାୟକ ନିଜେ ହୁଅନ୍ତୁ ବୋଲି ଆହ୍ବାନ ଦେଇଛନ୍ତି । ଦୟାକରି ଘରେ ରୁହନ୍ତୁ ଏବଂ ସାମାଜିକ ଦୂରତା ହେଉଛି ଏକମାତ୍ର ଉପଶମ ବୋଲି କରୋନାକୁ ନେଇ ଟ୍ବିଟ୍ କରିଛନ୍ତି ବିରାଟ କୋହଲି । ସେହିଭଳି ଆସନ୍ତୁ ସମସ୍ତେ କରୋନା ଭାଇରସ୍ ଯୁଦ୍ଧରେ ଏକଜୁଟ ହେବା ବୋଲି ଅନ୍ୟତମ କ୍ରିକେଟ ତାରକା ଚେତେଶ୍ୱର ପୂଜାରା ନିଜ ଟ୍ୱିଟ ରେ ଉଲ୍ଲେଖ କରିଛନ୍ତି । ସରକାରଙ୍କ ନିଷ୍ପତ୍ତିକୁ ସମ୍ପୂର୍ଣ୍ଣ ସମର୍ଥନ କରୁଛି ବୋଲି କହିଛନ୍ତି ମହମ୍ମଦ କୈଫ୍ ।

ବଢୁଥିବା କରୋନା ଭାଇରସ୍ ପରିସ୍ଥିତି ଯୋଗୁଁ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିଷ୍ପତ୍ତି ପରେ ଦେଶ ଅଧିନାୟକ ବିରାଟ କୋହଲି ଏବଂ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ୍ ଙ୍କ ସମେତ ଏକାଧିକ କ୍ରିକେଟ୍ ଆଇକନ୍ ଏହି ନିଷ୍ପତ୍ତି ପାଇଁ ସମର୍ଥନ ବାର୍ତ୍ତା ପୋଷ୍ଟ କରିଛନ୍ତି । ପ୍ରଧାନମନ୍ତ୍ରୀ ମଙ୍ଗଳବାର ମଧ୍ୟରାତ୍ରିରୁ ୨୧ ଦିନ ପଯର୍ୟନ୍ତ ସମଗ୍ର ଦେଶରେ ସମ୍ପୂର୍ଣ୍ଣ ତାଲା ପକାଇବାକୁ ଘୋଷଣା କରି କହିଛନ୍ତି ଯେ କରୋନା ଭାଇରସ୍ ବିସ୍ତାର ବିରୁଦ୍ଧରେ ର୍ନିଣ୍ଣାୟକ ଯୁଦ୍ଧ ପାଇଁ ଏହା ଆବଶ୍ୟକ ।

ଘୋଷଣାର କିଛି ସମୟ ପରେ କୋହଲି, ଅଶ୍ୱିନ୍, ପୂର୍ବତନ ସ୍ପିନର ଅନିଲ କୁମ୍ବଲେ ଏବଂ ଅନ୍ଯମାନେ ସୋସିଆଲ ମିଡିଆ ପୋଷ୍ଟ ପଠାଇବା ଆରମ୍ଭ କରି ସମଗ୍ର ୨୧ ଦିନ ମଧ୍ୟରେ ଘର ଭିତରେ ରହି ଭାରତୀୟଙ୍କୁ ଏହି ପଦକ୍ଷେପକୁ ସମର୍ଥନ କରିବାକୁ ଉତ୍ସାହିତ କରିଥିଲେ ।

ସେପଟେ ପୂର୍ବତନ କ୍ରିକେଟର ଭିଭିଏସ ଲକ୍ଷ୍ମଣ ଟ୍ବିଟ୍ କରି କହିଛନ୍ତି ଯେ, ଆସନ୍ତୁ ସମସ୍ତେ ୨୧ ଦିନ ଲକଡାଉନ୍ ଅଭ୍ୟାସ କରି କରୋନା ଜୀବାଣୁ ସହିତ ଲଢ଼ିବାରେ ଏକଜୁଟ ହେବା । ଘରେ ରୁହନ୍ତୁ ଏବଂ ଆପଣଙ୍କ ପରିବାରକୁ ଘର କାମରେ ସାହାଯ୍ୟ କରନ୍ତୁ ଏବଂ ସାମାଜିକ ଦୂରତା ଅଭ୍ୟାସ କରୁଥିବା ବେଳେ ହବିଷ୍ଯାଳି ଅଭ୍ୟାସ କରନ୍ତୁ ।

ଅନୀଲ କୁମ୍ବଲେ ଲେଖିଛନ୍ତି ଯେ, “ଆଗାମୀ 21 ଦିନ ଅନୁସରଣ କରିବାକୁ ଆମ ସମସ୍ତଙ୍କ ପାଇଁ ସାମାଜିକ ଦୂରତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ ଅଟେ । ଦୟାକରି ଘରେ ରୁହନ୍ତୁ ଏବଂ ନିୟମିତ ଭାବରେ ହାତ ଧୋଇ ଦିଅନ୍ତୁ, ଏବଂ ଚାଲନ୍ତୁ ଶୃଙ୍ଖଳା ଭାଙ୍ଗିବା । ଦୟାକରି ଜରୁରୀ ବିଷୟ ଉପରେ ଭୟଭୀତ ହୁଅନ୍ତୁ ନାହିଁ, କେନ୍ଦ୍ର ଓ ରାଜ୍ୟ ସରକାର ଏହା କଳେ ବଳେ କୌଶଳେ ଏହାର ରାସ୍ତା ବାହାର କରିବେ ।